www.samajalive.in
Monday, December 15, 2025
14.1 C
Bhubaneswar

ବାହ୍ୟରାଜ୍ୟକୁ ଜାତୀୟକରଣ ପାଠ୍ୟପୁସ୍ତକ ବିତରଣର ଶୁଭ ଉଦ୍‌ଘାଟନ

ଭୁବନେଶ୍ୱର: ବିଦ୍ୟାଳୟ ଓ ଗଣଶିକ୍ଷା ମନ୍ତ୍ରୀ ସମୀର ରଞ୍ଜନ ଦାଶଙ୍କ ଦ୍ୱାରା ଆଜି ଶିକ୍ଷାବର୍ଷ ୨୦୨୩-୨୪ର ବାହ୍ୟରାଜ୍ୟକୁ ଜାତୀୟକରଣ ଓଡିଆ ପାଠ୍ୟପୁସ୍ତକର ବିତରଣ ଉତ୍ସବର ଶୁଭାରମ୍ଭ ହୋଇଛି। ଏହି ଉତ୍ସବରେ ବିଦ୍ୟାଳୟ ଓ ଗଣଶିକ୍ଷା ବିଭାଗର କମିଶନର-ତଥା-ଶାସନ ଶଚିବ ଅଶ୍ବଥି ଏସ., ରାଜ୍ୟ ପ୍ରକଳ୍ପ ନିର୍ଦ୍ଦେଶକ ଅନୁପମ ଶାହା, ମୋ ସ୍କୁଲ ଅଭିଯାନର କାର୍ଯ୍ୟନିର୍ବାହୀ ଅଧିକାରୀ ଅମରଜିତ୍‌ ଜେନା ଏବଂ ପାଠ୍ୟପୁସ୍ତକ ଉତ୍ପାଦନ ବିକ୍ରୟ ଅନୁଷ୍ଠାନର ନିର୍ଦ୍ଦେଶକ ରଘୁରାମ ଆର ଆୟାର ଉପସ୍ଥିତ ଥିଲେ।

ଏହି ପାଠ୍ୟପୁସ୍ତକ ବିତରଣ ଅନୁଯାୟୀ ଗୁଜୁରାଟ, ତାମିଲନାଡୁ, ପଶ୍ଚିମବଙ୍ଗ, ଆନ୍ଧ୍ରପ୍ରଦେଶ, ଝାଡ଼ଖଣ୍ଡ, ଛତିଶଗଡ଼ ଓ ମଧ୍ୟପ୍ରଦେଶ ରାଜ୍ୟ ଗୁଡିକୁ ମୋଟ ୧,୧୫,୦୦୦ ଓଡିଆ ପାଠ୍ୟପୁସ୍ତକ ଯୋଗାଣ ନିମନ୍ତେ ବ୍ୟବସ୍ଥା କରାଯାଇଛି। ଏହା ଦ୍ୱାରା ଚଳିତ ଶିକ୍ଷା ବର୍ଷରେ ବାହାର ରାଜ୍ୟରେ ପଠନରତ ସମସ୍ତ ଓଡିଆ ଛାତ୍ରଛାତ୍ରୀମାନଙ୍କ ପାଖରେ ପୁସ୍ତକଗୁଡିକ ସୁଚାରୁ ରୂପେ ପହଞ୍ଚି ପାରିବା ନିମନ୍ତେ ବିହିତ ପଦକ୍ଷେପ ଗ୍ରହଣ କରାଯାଇାଛି। ଏଥିସହ ରାଜ୍ୟର ସମସ୍ତ ସରକାରୀ ବିଦ୍ୟାଳୟର ପଠନରତ ଛାତ୍ରଛାତ୍ରୀଙ୍କ ନିମନ୍ତେ ୨.୫ କୋଟି ଜାତୀୟକରଣ ପାଠ୍ୟପୁସ୍ତକ ସମସ୍ତ ବ୍ଲକ ମାଧ୍ୟମରେ ବିତରଣ କରାଯାଇଛି । ଚଳିତ ଶିକ୍ଷାବର୍ଷର ଦୈନନ୍ଦିନ କାର୍ଯ୍ୟସୂଚୀ ସମ୍ବନ୍ଧୀୟ ପ୍ରଥମରୁ ଅଷ୍ଟମ ଶ୍ରେଣୀ ପର୍ଯ୍ୟନ୍ତ ‘ମୋ ଡାଇରୀ’, ପ୍ରାଥମିକ ଏବଂ ମାଧ୍ୟମିକ ଛାତ୍ରଛାତ୍ରୀମାନଙ୍କ ପାଇଁ ସ୍ୱତନ୍ତ୍ର ଶିକ୍ଷାବର୍ଷ ଏକାଡେମିକ କଲେଣ୍ଡର ମନ୍ତ୍ରୀ ଶ୍ରୀ ଦାଶ ଉନ୍ମୋଚନ କରିଥିଲେ।

- Advertisement -

ଏହି ଉଦ୍‌ଘାଟନ ଦିବସରେ ୨୦୨୩-୨୪ ଶିକ୍ଷାବର୍ଷ ନିମନ୍ତେ ବିଭିନ୍ନ ବାହ୍ୟରାଜ୍ୟର ପଠନରତ ଓଡିଆ ଛାତ୍ରଛାତ୍ରୀମାନଙ୍କ ଆବଶ୍ୟକତା ଅନୁଯାୟୀ ଜାତୀୟକରଣ ଓଡିଆ ପାଠ୍ୟପୁସ୍ତକ ବିତରଣର ଶୁଭାରମ୍ଭ କରାଯାଇଛି। ନିର୍ଦ୍ଦେଶକ ପାଠ୍ୟପୁସ୍ତକ ଉତ୍ପାଦନ ଓ ବିକ୍ରୟ କାର୍ଯ୍ୟାଳୟଙ୍କ ତତ୍ତ୍ୱାବଧାନରେ ଏହି ବିତରଣ ପକ୍ରିୟା ସୁଚାରୁ ରୂପେ ସମ୍ପାଦିତ କରାଯାଇଛି। ଚଳିତ ଶିକ୍ଷାବର୍ଷ ଆରମ୍ଭରୁ ଛାତ୍ରଛାତ୍ରୀମାନଙ୍କ ନିକଟରେ ପାଠ୍ୟପୁସ୍ତକ ପହଞ୍ଚାଇବାରେ ସରକାର ସଫଳ ହୋଇଛନ୍ତି।

ଉଦ୍‌ଘାଟନ ଉତ୍ସବରେ ଓଡିଶା ସରକାରଙ୍କ ୫-‘ଟି’ ର ଅନୁଶାସନ ଯଥା :- ଦଳଗତ କାର୍ଯ୍ୟ, ଯାନ୍ତ୍ରିକବିଜ୍ଞାନ ସ୍ୱଚ୍ଛତା, ପରିବର୍ତ୍ତନ ଓ ସମୟାନୁବର୍ତ୍ତିତାକୁ ଅଧାରା କରି ପାଠ୍ୟପୁସ୍ତକ ଉତ୍ପାଦନ ବିକ୍ରୟ ନିମନ୍ତେ ବର୍ଷ ୨୦୨୨-୨୩ର ଆର୍ଥିକ ଅନୁଦାନରୁ ଅର୍ଥ ବିନିଯୋଗ କରାଯାଇ ୩ ଗୋଟି ଅତ୍ୟାଧୁନିକ ମେସିନ୍‌ ଯଥା – ଗୋଟିଏ କମ୍ପୁଟରରୁ ପ୍ଳେଟ୍‌ ପ୍ରସ୍ତୁତକାରୀ ମେସିନ୍‌, ଗୋଟିଏ ୨-ହାଏସ୍ପିଡ୍‌ େୱବ୍‌ ମୁଦ୍ରଣ ମେସିନ୍‌ ଏବଂ ୧୬୦ କେ.ଭି.ଏ ଜେନେରେଟର୍‌ କ୍ରୟ କରାଯାଇଛି। ୫-‘ଟି’ ଅନୁଶାସନ ଅନୁଯାୟୀ ପାଠ୍ୟପୁସ୍ତକ ଉତ୍ପାଦନ ଓ ବିକ୍ରୟ କାର୍ଯ୍ୟାଳୟର ପାଠ୍ୟପୁସ୍ତକ ଉତ୍ପାଦନର ଅଭିବୃଦ୍ଧି ସହିତ ରାଜ୍ୟ ସରକାରଙ୍କର ସମସ୍ତ ପାଠ୍ୟପୁସ୍ତକ ମୁଦ୍ରଣରେ ଏଗୁଡ଼ିକ ବିଶେଷ ସହାୟତା ପ୍ରଦାନ କରିବ।

Hot this week

ପୂର୍ବତନ ସାଂସଦ ଲକ୍ଷ୍ମଣ ଟୁଡୁଙ୍କ ଅସୁସ୍ଥତା ନେଇ ଚିନ୍ତା ବ୍ୟକ୍ତ କଲେ ମୁଖ୍ୟମନ୍ତ୍ରୀ

ସମାଜ ନ୍ୟୁଜ ଡେସ୍କ- ବରିଷ୍ଠ ନେତା ତଥା ପୂର୍ବତନ ସାଂସଦ ଶ୍ରୀ...

ହଷ୍ଟେଲରୁ ଛାତ୍ରଙ୍କ ଝୁଲନ୍ତା ମୃତଦେହ ଉଦ୍ଧାର

ସମାଜ ଲାଇଭ ଡ଼େସ୍କ :ଯାଜପୁର ରଗଡ଼ି ସରକାରୀ ପଲିଟେକନିକ୍ କଲେଜ ହଷ୍ଟେଲରୁ...

ତୃତୀୟ T-20କୁ ସହଜରେ ଜିତିଲା ଟିମ୍ ଇଣ୍ଡିଆ; ସିରିଜ୍ ରେ ୨-୧ ରେ ଆଗୁଆ

ସମାଜ ନ୍ୟୁଜ ଡେସ୍କ- ଭାରତ ଦକ୍ଷିଣ ଆଫ୍ରିକା ମଧ୍ୟରେ ଧର୍ମଶାଳାରେ ଚାଲିଥିବା...

୬୯ତମ ରାଜ୍ୟ ସ୍ତରୀୟ ବିଦ୍ୟାଳୟ ସମୂହ ବୀଚ ଭଲିବଲ ଉଦଘାଟିତ

ସମାଜ ଡେସ୍କ : କେନ୍ଦ୍ରପଡା ଜିଲାର ରାଜନଗର ବ୍ଲକ ପେଣ୍ଠ ବେଳାଭୂମି...

ପ୍ରଣବ ବଳବନ୍ତରାୟଙ୍କ ଘରେ ପଶି ଭଙ୍ଗାରୁଜା ଅଭିଯୋଗ, ଡିଜିପିଙ୍କ କ୍ୟାମ୍ପ ଅଫିସ ଘେରାଉ

ସମାଜଲାଇଭ ଡେସ୍କ: ଧର୍ମଶାଳାର ପୂର୍ବତନ ବିଧାୟକ ପ୍ରଣବ ବଳବନ୍ତରାୟଙ୍କ ଘରେ ଭଙ୍ଗାରୁଜା...

Related Articles

Popular Categories