ଅଧିକ ସମୟ ସ୍ମାର୍ଟଫୋନ୍ ବ୍ୟବହାର କରିବା ଆମ ମାନସିକ ଓ ଶାରୀରିକ ଶକ୍ତି ଉଭୟ ପ୍ରଭାବିତ ହୋଇଥାଏ। ହେଲେ ଏଇ ଯନ୍ତ୍ରଟି ଅଧିକାଂଶ ଦୈନନ୍ଦିନ ଜୀବନର ପ୍ରମୁଖ ସ୍ଥାନ ଗ୍ରହଣ କରିଛି କହିଲେ ଭୁଲ ହେବନାହିଁ। ଶଯ୍ୟା ତ୍ୟାଗ ପରଠାରୁ ପୁଣି ରାତିରେ ଶେଯକୁ ଯିବା ପର୍ଯ୍ୟନ୍ତ ୪୧% ଲୋକଙ୍କ ହାତରେ ସ୍ମାର୍ଟଫୋନ୍ ରହିଥାଏ। ବିଶେଷଜ୍ଞ ନିୟମିତ ଭାବେ ଏ ବାବଦରେ ଲୋକଙ୍କୁ ଗବେଷଣା ଜରିଆରେ ଏହାର କୁପରିଣାମ ଅବଗତ କରାଇବା ସତ୍ତ୍ବେ ସଚେତନ ଖୁବ୍ କମ୍ ଲୋକ ହେଉଛନ୍ତି।
ବିଳମ୍ବିତ ରାତ୍ରି ପର୍ଯ୍ୟନ୍ତ ସ୍ମାର୍ଟଫୋନ୍ରେ ଚଳଚ୍ଚିତ୍ର ଓ ୱେବ୍ ସିରିଜ୍ ଦେଖିବା ଯୁବପିଢ଼ିଙ୍କର ପ୍ରଥମ ସଉକ୍ ପାଲଟିଛି। ତେବେ ଏଇ ଖରାପ ଅଭ୍ୟାସ କାରଣରୁ ସେମାନଙ୍କ ଠାରେ ‘ପିଙ୍କ୍ ଆଇ ସିଣ୍ଡରୋମ୍’ ସମସ୍ୟା ଦେଖାଯାଉଛି। ଆଖିରେ ଆଲର୍ଜି ହେବା, ଲାଲ ହୋଇଯିବା ଓ ସମୟକ୍ରମେ ଏହା କାରଣରୁ ଦୃଷ୍ଟି ଶକ୍ତି ପ୍ରଭାବିତ ହେଉଥିବାର ପ୍ରକାଶ।
ସ୍ମାର୍ଟଫୋନ୍ରେ ରୀତିମତ ଟାଇପିଂ କରୁଥିବା ବ୍ୟକ୍ତିଙ୍କଠାରେ ଟେକ୍ସଟିଙ୍ଗ ଥମ୍ବ ସିଣ୍ଡରୋମ୍ ଦେଖାଯାଏ। କେହିକେହି ଅଫିସ୍ କାମ ପାଇଁ ମଧ୍ୟ ଅଧିକ ସମୟ ଫୋନ୍ରେ ଟାଇପ୍ କରୁଥିବାର ପ୍ରକାଶ। ତେବେ ଏହା କାରଣରୁ ଆମ ଆଙ୍ଗୁଠିର ମାଂସପେଶୀ, କୋଷିକା ଦୁର୍ବଳ ହୋଇଥାଏ। ସମୟକ୍ରମେ ଲେଖିବାବେଳେ ହାତ ଥରେ ଓ କୌଣସି ଜିନିଷକୁ ଧରିପାରିନଥାଉ।
ଏସବୁ ସହ ଅଧିକ ସମୟ ସ୍ମାର୍ଟଫୋନ୍ ଦେଖିଲେ ବେକ ଦରଜ, ମାନସିକ ସ୍ତରରେ ମଧ୍ୟ ପ୍ରଭାବିତ ହେଉ। ଯଥାସମ୍ଭବ କମ୍ ସମୟ ମୋବାଇଲ୍ ଦେଖିବାକୁ ଚେଷ୍ଟା କରନ୍ତୁ।
ହାତରେ ଧରି କୌଣସି ଭିଡିଓ ଦେଖିବା ପରିବର୍ତ୍ତେ ମୋବାଇଲ୍କୁ ଗୋଟିଏ ସ୍ଥାନରେ ରଖି ଦେଖିବା ବୁଦ୍ଧିମାନର କାମ।
ବିଳମ୍ବିତ ରାତ୍ରି ଯାଏଁ ମୋବାଇଲ୍ ଦେଖିଲେ ଆପଣଙ୍କ ନିଦ୍ରାହୀନତା ସମସ୍ୟା ଉପୁଜିବ।
ମୁଖ୍ୟ କଥା ଯେ, ମୋବାଇଲ୍ ଯୋଗାଯୋଗ କରିବାକୁ ବ୍ୟବହାର କରନ୍ତୁ, ମନୋରଞ୍ଜନ କିମ୍ବା ଜରୁରୀ ଆବଶ୍ୟକତା ନିମନ୍ତେ ନୁହେଁ ବୋଲି ବିଶେଷଜ୍ଞଙ୍କ ମତ।



