www.samajalive.in
Friday, December 12, 2025
14.1 C
Bhubaneswar

ଉତ୍ତମ ନିଦ୍ରା ପାଇଁ ଖାଆନ୍ତୁ ଏହି ଖାଦ୍ୟ

ପ୍ରତିଦିନର ବ୍ୟସ୍ତବହୁଳ ଜୀବନରେ ଶାନ୍ତିର ସହ ଶୋଇବା ସମସ୍ତଙ୍କ ଭାଗ୍ୟରେ ନ ଥାଏ। ନିଦ ଠିକ ଭାବେ ନ ହେଲେ ଶରୀର ଉପରେ ଖରାପ ପ୍ରଭାବ ପକାଇଥାଏ। ଠିକ ଭାବେ ଖାଦ୍ୟ ନ ଖାଇବା ଦ୍ୱାରା ମଧ୍ୟ ନିଦ ହୋଇ ନଥାଏ। ଉତ୍ତମ ନିଦ୍ରା ପାଇଁ କେଉଁ ଖାଦ୍ୟ ଖାଇବା ଉଚିତ ଆସନ୍ତୁ ଜାଣିବା।
କଦଳୀ:
କଦଳୀରେ ପୋଷକ ଭରପୂର ଥିବାରୁ ଏହା ଖାଇବା ଦ୍ୱାରା ଭଲ ନିଦ ହୋଇଥାଏ। ଏଥିରେ ପୋଟାସିୟମ, ମ୍ୟାଗ୍ନେସିୟମ ଅଛି ଯାହା ଶରୀରର ମାଂସପେଶୀକୁ ଆରାମ ପହଞ୍ଚାଇଥାଏ। ଏହା ସହ କଦଳୀରେ ଥିବା ପ୍ରାକୃତିକ କାର୍ବୋହାଇଡ୍ରେଡ୍‍ ବ୍ଲଡ ଗ୍ଲୁକୋଜର ସ୍ତର କମାଇ ଦେଇଥାଏ। କଦଳୀ ଖାଇବାର ୧ଘଣ୍ଟା ଭିତରେ ନିଦ ଲାଗିଥାଏ।କ୍ଷୀର:
କ୍ଷୀରରେ ଏମିନୋ ଏସିଡ ରହିଥାଏ। ରାତିରେ ଶୋଇବାକୁ ଯିବାର କିଛି ସମୟ ପୂର୍ବରୁ କ୍ଷୀର ପିଇବା ଦ୍ୱାରା ଭଲ ଭାବରେ ନିଦ ହୋଇଥାଏ।
ବାଦାମ:
ବାଦାମ, ପିସ୍ତାବାଦାମ ଇତ୍ୟାଦି ଶରୀରକୁ ଅଲଗା ପ୍ରକାରର ଶକ୍ତି ଦେଇଥାନ୍ତି। ଏହା ନିଦ ବଢାଇବାରେ ସାହାଯ୍ୟ କରିଥାଏ କାରଣ ବାଦାମରେ ପୋଷକ ତତ୍ତ୍ୱ ରହିଥାଏ। ଏଥିରେ କ୍ୟାଲସିୟମ ରହିଥିବାରୁ ମସ୍ତିଷ୍କକୁ ଶାନ୍ତ କରି ନିଦ ବଢାଇବାରେ ସାହାଯ୍ୟ କରିଥାଏ।ଆଇସକ୍ରିମ୍‍:
ଯେକୌଣସି ଋତୁ ହେଉ ନା କାହିଁକି ଆଇସକ୍ରିମ୍‍ ଖାଇବାକୁ କେହି କେବେ ମନା କରିପାରନ୍ତି ନାହିଁ। ଖାସ କରି ଖାଇ ସାରିବା ପରେ ଆଇସକ୍ରିମ୍‍ ଖାଇବାକୁ ପ୍ରବଳ ଇଚ୍ଛା ହୋଇଥାଏ। ଏଥିରେ ଶର୍କରା ଓ ଫ୍ୟାଟ୍‍ ଥିବାରୁ ମସ୍ତିଷ୍କକୁ ଶାନ୍ତ କରିଥାଏ। ଯାହା ଦ୍ୱାରା ଭଲ ନିଦ ହୋଇଥାଏ।
ଲୁଣ:
ଶୋଇବାକୁ ଯିବା ପୂର୍ବରୁ ଅଧିକ ଲୁଣ ମିଶ୍ରିତ ଖାଦ୍ୟ ଖାଇବା ଉଚିତ ନୁହେଁ କାରଣ ଏପରି କରିବା ଦ୍ୱାରା ଶରୀରରେ ପାଣିର ମାତ୍ରା କମିଯାଏ। ଯାହାଦ୍ୱାରା ଠିକ ଭାବେ ନିଦ ହୋଇ ନଥାଏ।
ରାତିରେ ଅଧିକ ମସଲାଯୁକ୍ତ ଖାଦ୍ୟ ଖାଇବା ଉଚିତ ନୁହେଁ। ଏହାଦ୍ୱାରା ମଧ୍ୟ ରାତିରେ ନିଦ ଠିକ ଭାବେ ହୋଇ ନଥାଏ।
ଉତ୍ତମ ନିଦ୍ରା ପାଇଁ ଏହି ଖାଦ୍ୟ ଉପରେ ଧ୍ୟାନ ଦିଅନ୍ତୁ।

Hot this week

କଟକର ସ୍ପେଶାଲ ସର୍କିଟ୍ ହାଉସ୍‌ର ନୂଆ ଆନେକ୍ସ ବିଲ୍‌ଡିଙ୍ଗ୍ ଭିଭିପ୍ରସ୍ତର ସ୍ଥାପନ କଲେ ମୁଖ୍ୟମନ୍ତ୍ରୀ

ଭୁବନେଶ୍ୱର:ଆଜି ମୁଖ୍ୟମନ୍ତ୍ରୀ ଶ୍ରୀ ମୋହନ ଚରଣ ମାଝୀ କଟକ ସହର ଗସ୍ତରେ...

ହାରିଲା ଭାରତ ,ଦକ୍ଷିଣ ଆଫ୍ରିକା ୫୧ ରନରେ ବିଜୟୀ

ନୂଆଦିଲ୍ଲୀ: ଭାରତ-ଦକ୍ଷିଣ ଆଫ୍ରିକା ମଧ୍ୟରେ ଚାଲିଥିବା ଦ୍ୱିତୀୟ ଟି-୨୦ ସିରିଜର ଆଜି...

ଚଣ୍ଡୀଗଡ଼ ଟି ଟ୍ୱେଣ୍ଟି- ହାରିଲା ଟିମ୍‌ ଇଣ୍ଡିଆ

ଚଣ୍ଡୀଗଡ - ଏଠାରେ ଚାଲିଥିବା ଭାରତ ଦକ୍ଷିଣ ଆଫ୍ରିକା ଦ୍ୱିତୀୟ ଟି...

କଥା ହେଲେ ମୋଦୀ, ଟ୍ରମ୍ପ – ବାଣିଜ୍ୟ ଚୁକ୍ତି ଉପରେ ଆଲୋଚନା

ନୂଆଦିଲ୍ଲୀ - ଆମେରିକାର ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କ ସହ ଭାରତର ପ୍ରଧାନମନ୍ତ୍ରୀ...

Related Articles

Popular Categories