www.samajalive.in
Friday, December 12, 2025
14.1 C
Bhubaneswar

ମ୍ୟାଚ୍‍ ଫିକ୍ସିଂ ପାଇଁ ୫ ଅଧିନାୟକଙ୍କୁ ଯୋଗାଯୋଗ କରାଯାଇଥିଲା: ଆଇସିସି

ଦୁବାଇ: କ୍ରିକେଟ୍‍ରେ ମ୍ୟାଚ୍‍ ଫିକ୍ସିଂ ବିବାଦ ପୁଣି ଉଠିଛି। ଅଭିଯୋଗ ଆଣିଛି କ୍ରିକେଟ୍‍ର ସର୍ବୋଚ୍ଚ ଅନୁଷ୍ଠାନ ଆନ୍ତର୍ଜାତିକ କ୍ରିକେଟ୍‍ କାଉନ୍‍ସିଲ୍‍(ଆଇସିସି)। ଗତ ୧୨ ମାସ ଭିତରେ ୫ ଜଣ ଅଧିନାୟକଙ୍କୁ ଫିକ୍ସିଂ ପାଇଁ ବୁକିମାନେ ବିଭିନ୍ନ ସମୟରେ ଯୋଗାଯୋଗ କରିଛନ୍ତି ବୋଲି ଆଇସିସି ସୂଚନା ଦେଇଛି।
ଆଇସିସିର ଦୁର୍ନୀତି ନିରୋଧ ବିଭାଗର ମୁଖ୍ୟ ଆଲେକ୍ସ ମାର୍ଶାଲ୍‍ଙ୍କ ସୂଚନା ଅନୁଯାୟୀ ଆସନ୍ତା ଅକ୍ଟୋବର ମାସରେ ସାର୍‍ଜାହାରେ ଅନୁଷ୍ଠିତ ହେବାକୁ ଥିବା ଆଫ୍‍ଗାନିସ୍ତାନ ପ୍ର୍ରିମିୟର ଲିଗ୍‍ ଟି୨୦ ମ୍ୟାଚରେ ଖରାପ୍‍ ପ୍ରଦର୍ଶନ ପାଇଁ ଆଫ୍‍ଗାନିସ୍ତାନର ୱିକେଟରକ୍ଷକ ମହମ୍ମଦ ସାହାଜାଦ୍‍ଙ୍କୁ ବୁକିମାନେ ଚଳିତ ଏସିଆ କପ୍‍ ଅବସରରେ ଯୋଗାଯୋଗ କରିଛନ୍ତି। ଏହାଛଡ଼ା ଆହୁରି ଅନେକ ଲୋକପ୍ରିୟ କ୍ରିକେଟରଙ୍କୁ ସେମାନେ ଯୋଗଯୋଗ କରିଛନ୍ତି। ଯେଉଁ ୫ଟି ଦେଶର ଅଧିନାୟକଙ୍କୁ ବୁକିମାନେ ଯୋଗାଯୋଗ କରିଥିବା କୁହାଯାଉଛି ସେମାନଙ୍କ ନାମ ପ୍ରକାଶ କରିବାକୁ ଆଲେକ୍ସ ମନା କରିଦେଇଛନ୍ତି। ବୁକିମାନଙ୍କ ମଧ୍ୟରୁ ଅଧିକାଂଶ ଭାରତୀୟ। ଭାରତ ଛଡ଼ା ସେମାନେ ବିଶ୍ୱର ଅନ୍ୟାନ୍ୟ ଅଞ୍ଚଳରୁ ସେମାନଙ୍କର ନେଟ୍‍ୱର୍କ ଚଲାଉଥିବା ସେ ସୂଚନା ଦେଇଛନ୍ତି।
ଆଇସିସିର ବାର୍ଷିକ ରିପୋର୍ଟରେ ଦର୍ଶାଯାଇଛି ଯେ ଗତ ବର୍ଷକ ମଧ୍ୟରେ ୩୨ଟି ଅନୁସନ୍ଧାନ କରାଯାଇଥିଲା। ସେଥିମଧ୍ୟରୁ ୨୩ଟି ଘଟଣାରେ ଉଭୟ କ୍ରିକେଟ କର୍ମକର୍ତ୍ତା ଓ ଖେଳାଳି ସାମିଲ୍‍ ଥିବା ଏବଂ ୮ଟିରେ ଖେଳାଳିମାନେ ସମ୍ପୃକ୍ତ ଥିବା ଜଣାପଡ଼ିଥିଲା। ଟି୨୦ର ଲୋକପ୍ରିୟତା କାରଣରୁ ମ୍ୟାଚ୍‍ ଫିକ୍ସିଂ ବଢ଼ୁଥିବା ଆଲେକ୍ସ କହିଛନ୍ତି।

Hot this week

କଟକର ସ୍ପେଶାଲ ସର୍କିଟ୍ ହାଉସ୍‌ର ନୂଆ ଆନେକ୍ସ ବିଲ୍‌ଡିଙ୍ଗ୍ ଭିଭିପ୍ରସ୍ତର ସ୍ଥାପନ କଲେ ମୁଖ୍ୟମନ୍ତ୍ରୀ

ଭୁବନେଶ୍ୱର:ଆଜି ମୁଖ୍ୟମନ୍ତ୍ରୀ ଶ୍ରୀ ମୋହନ ଚରଣ ମାଝୀ କଟକ ସହର ଗସ୍ତରେ...

ହାରିଲା ଭାରତ ,ଦକ୍ଷିଣ ଆଫ୍ରିକା ୫୧ ରନରେ ବିଜୟୀ

ନୂଆଦିଲ୍ଲୀ: ଭାରତ-ଦକ୍ଷିଣ ଆଫ୍ରିକା ମଧ୍ୟରେ ଚାଲିଥିବା ଦ୍ୱିତୀୟ ଟି-୨୦ ସିରିଜର ଆଜି...

ଚଣ୍ଡୀଗଡ଼ ଟି ଟ୍ୱେଣ୍ଟି- ହାରିଲା ଟିମ୍‌ ଇଣ୍ଡିଆ

ଚଣ୍ଡୀଗଡ - ଏଠାରେ ଚାଲିଥିବା ଭାରତ ଦକ୍ଷିଣ ଆଫ୍ରିକା ଦ୍ୱିତୀୟ ଟି...

କଥା ହେଲେ ମୋଦୀ, ଟ୍ରମ୍ପ – ବାଣିଜ୍ୟ ଚୁକ୍ତି ଉପରେ ଆଲୋଚନା

ନୂଆଦିଲ୍ଲୀ - ଆମେରିକାର ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କ ସହ ଭାରତର ପ୍ରଧାନମନ୍ତ୍ରୀ...

Related Articles

Popular Categories