www.samajalive.in
Thursday, December 11, 2025
13.1 C
Bhubaneswar

ଗିରଫ ହେଲେ ଅଭିନେତା ଦଲିପ

ନୂଆଦିଲ୍ଲୀ : ବଲିଉଡ଼ ସିନେଜଗତର ଜଣାଶୁଣା ଅଭିନେତା ଦଲିପ ତାହିଲ ନିଶାସକ୍ତ ଅବସ୍ଥାରେ ଗାଡ଼ି ଚଲାଉଥିବା ବେଳେ ଅଟୋ ସହ ଦୁର୍ଘଟଣା କରିଥିବାର ଅଭିଯୋଗ ଆସିଛି। ସୋମବାର ରାତିରେ ଘଟିଥିବା ଏହି ଦୁର୍ଘଟଣାରେ ଅଟୋରେ ଥିବା ଦୁଇ ଜଣ ବ୍ୟକ୍ତି ଗୁରୁତର ହୋଇଛନ୍ତି। ଏହି ମାମଲାରେ ପୁଲିସ ଦଲିପଙ୍କୁ ସୋମବାର ଗିରଫ କରିଛି।
ସୂଚନା ଅନୁସାରେ, ସୋମବାର ରାତିରେ ଦଲିପ ନିଶାସକ୍ତ ଅବସ୍ଥାରେ ଗାଡ଼ି ଚଲାଉଥିବା ବେଳେ ତୀବ୍ର ଗତିରେ ଥିବା ତାଙ୍କ ଗାଡ଼ି ଏକ ଅଟୋ ସହ ପିଟି ହୋଇଯାଇଥିଲା। ସେହି ଅଟୋରେ ଥିବା ୨୧ ବର୍ଷିୟ ଜୋନିତା ଗାନ୍ଧୀ ନାମକ ମହିଳା ଓ ତାଙ୍କ ବନ୍ଧୁ ଗୌରବ ଚୁଧ୍‍ ଗୁରୁତର ହୋଇଛନ୍ତି। ଖବର ଅନୁଯାୟୀ, ଅଟୋ ସହ ଧକ୍କା କରିବା ପରେ ଦଲିପ ଫେରାର ହୋଇଯାଇଥିଲେ, ହେଲେ ଗଣେଶ ବିସର୍ଜନ କାରଣରୁ ରାସ୍ତା ଭିଡ଼ ଥିବାରୁ ସେ ତୀବ୍ର ଗତିରେ କାର ଚଳାଇ ପାରି ନଥିଲେ। ଯାହାଦ୍ୱାରା ଅଟୋରେ ଯାଉଥିବା ଦୁଇ ଜଣ ତାଙ୍କୁ ଧରିବାରେ ସଫଳ ହୋଇଥିଲେ। ଏହାପରେ ଆହତ ଗୌରବ ଅଭିନେତା ଦଲିପଙ୍କୁ ତାଙ୍କ ଗାଡ଼ିରୁ ବାହାରକୁ ଆସିବାକୁ କହିଥିଲେ। ହେଲେ କ୍ଷମା ମାଗିବା ପରିବର୍ତ୍ତେ ଦଲିପ ଅଟୋରେ ଯାଉଥିବା ଦୁଇ ଜଣଙ୍କ ସହ ଯୁକ୍ତିତର୍କ ଆରମ୍ଭ କରି ଦେଇଥିଲେ ଓ ସେମାନଙ୍କୁ ଧକ୍କା ମଧ୍ୟ ମାରିଥିଲେ। ଏହି ଘଟଣା ପରେ ଜୋନିତା ଓ ଗୌରବ ପୁଲିସକୁ ଫୋନ କରିଥିଲେ ଓ ପୁଲିସ ଘଟଣାସ୍ଥଳରେ ପହଞ୍ଚି ଦଲିପଙ୍କୁ ଗିରଫ କରିଥିଲା।
ଖାର ଥାନାର ବରିଷ୍ଠ ପୁଲିସ ଇନ୍ସପେକ୍ଟର ସଞ୍ଜୟଙ୍କ କହିବା ଅନୁସାରେ, ଦଲିପଙ୍କୁ ଗିରଫ କରାଯାଇଥିଲା, ହେଲେ ପରେ ତାଙ୍କୁ ବେଲ୍ ରେ ଛାଡ଼ି ଦିଆଯାଇଛି। ପୁଲିସ ଏହା ମଧ୍ୟ କିହିଛି ଯେ, ଦଲିପ ରକ୍ତ ପରୀକ୍ଷା କରାଇବା ପାଇଁ ରାଜି ହୋଇ ନଥିଲେ ଓ ତାଙ୍କୁ ଦେଖି ସ୍ପଷ୍ଟ ଜଣାପଡ଼ୁଥିଲା ଯେ ସେ ନିଶା ଦ୍ରବ୍ୟ ସେବନ କରିଥିଲେ।

Hot this week

ଗାଡି କାହାର, ଫାଇନ ଦେବ କିଏ ? କଳହାଣ୍ଡି ଆରଟିଓଙ୍କ ଅଜବ ନୀତି

ଭବାନୀପାଟଣା - କଳାହାଣ୍ଡି ଆରଟିଓ ଙ୍କ ଏକ ଚାଲାଣ ଏବେ ମୋବାଇଲ...

ଆଠଗଡରୁ ନିଖୋଜ ଦୁଇ ନାବାଳିକା ଉଦ୍ଧାର

ଆଠଗଡ - ଆଠଗଡରୁ ଗତ ଡିସେମ୍ବର ୧ ତାରିଖରୁ ନିଖୋଜ ଥିବା...

ଘାଟିରେ ଗ୍ୟାସ ଟ୍ୟାଙ୍କର ଓଲଟିଲା : ଗ୍ୟାସ ନିର୍ଗତ ନେଇ ସୂଚନା ନାହିଁ

ଭବାନୀପାଟଣା -     ଛତିଗୁଡ଼ା ନିକଟସ୍ଥ ବଞ୍ଜାରି ଘାଟିରେ ଏକ ଗ୍ୟାସ...

ମୋବାଇଲ ପାଇଁ -ପୁଅର ଟାଙ୍ଗିଆ ଚୋଟରେ ବାପା ମୃତ

ରାୟଗଡ଼ା,: ମୋବାଇଲ ପାଇଁ ଟଙ୍କା ନଦେବାରୁ ହତ୍ୟାକାଣ୍ଡ। ପୁଅର ଟଙ୍ଗିଆ ଚୋଟରେ...

ତ୍ରିକୋଣୀୟ ପ୍ରେମ ସମ୍ପର୍କର କରୁଣ କାହାଣୀ-ପୁର୍ବତନ ପ୍ରେମିକକୁ ହତ୍ୟା କରି ପ୍ରେମୀ ଓ ପ୍ରେମିକ ଗିରଫ

ସମ୍ବଲପୁର : ସ୍ଥାନୀୟ କ୍ଷେତରାଜପୁର ଥାନା ଅନ୍ତର୍ଗତ ଲକ୍ଷ୍ମୀ ଡୁଙ୍ଗୁରୀ ପାହାଡ...

Related Articles

Popular Categories