www.samajalive.in
Tuesday, December 9, 2025
26.1 C
Bhubaneswar

ୟୁ-ଟ୍ୟୁବରେ ଅପଲୋଡ୍‍ କରନ୍ତୁ ଭିଡିଓ ମୋଦୀ ସରକାର ଦେବେ ୨୫ହଜାର

ନୂଆଦିଲ୍ଲୀ: ଘରେ ବସି ରୋଜଗାରର ଉତ୍କୃଷ୍ଟ ମାଧ୍ୟମ ସାଜିଛି ୟୁ-ଟ୍ୟୁବ୍‍। ତେବେ ଏହି ପ୍ଲାଟର୍ଫମରେ ରୋଜଗାର ନିମନ୍ତେ ଆପଣଙ୍କ ଭିଡିଓ ନିର୍ଦ୍ଦିଷ୍ଟ ଲୋକପ୍ରିୟତା ଅର୍ଜନ କରିବାର ଆବଶ୍ୟକତା ରହିଛି। ଆଜିର ଦିନରେ ସଙ୍ଗୀତକାର, ନୃତ୍ୟଶିଳ୍ପୀ, ଅଭିନେତା ଓ ବୈଜ୍ଞାନିକମାନେ ସେମାନଙ୍କ ସୃଜନ ଓ କୃତିକୁ ୟୁ-ଟ୍ୟୁବ୍‍ ଦ୍ୱାରା ପ୍ରଚାର ପ୍ରସାର କରିବା ସହିତ ରୋଜଗାର କରିପାରୁଛନ୍ତି।
ମୋଦୀ ସରକାର ମଧ୍ୟ ଏଭଳି ଏକ ରୋଜଗାର ସୁଯୋଗ ଆଣିଦେଇଛନ୍ତି। “ଜଳ ବଞ୍ଚାଅ’ ଥିମରେ ଯେକୌଣସି ବ୍ୟକ୍ତି ଭିଡିଓ ପ୍ରସ୍ତୁତ କରି ୟୁ-ଟ୍ୟୁବ୍‍ ୍‍ରେ ସେୟାର କରି ପାରିବେ। କେନ୍ଦ୍ର ସରକାରଙ୍କ ଜଳ ସମ୍ପଦ ମନ୍ତ୍ରଣାଳୟ ପକ୍ଷରୁ ଏହି ସୁଯୋଗ ଦିଆଯାଇଛି। ତେବେ ଏଥିନିମନ୍ତେ କିଛି ନିୟମାବଳୀ ରହିଛି। ଯଦି ଆପଣଙ୍କ ଭିଡିଓ ସବୁଠାରୁ ଲୋକପ୍ରିୟ ହେବ ତେବେ ଆପଣଙ୍କୁ ମୋଦୀ ସରକାରଙ୍କ ପକ୍ଷରୁ ମିଳିବ ୨୫ହଜାର ଟଙ୍କା। ତେବେ ଯଦି ଆପଣଙ୍କ ଲୋକପ୍ରିୟତାର ଦ୍ୱିତୀୟ ସ୍ଥାନରେ ରୁହନ୍ତି ତଥାପି ମିଳିବ ୧୫ହଜାର ଟଙ୍କା। ଯଦି ପ୍ରଥମ କିମ୍ବା ଦ୍ୱିତୀୟ ସ୍ଥାନରେ ନରୁହନ୍ତି ତେବେ ମଧ୍ୟ ମନ ଦୁଃଖ କରିବାର ଆବଶ୍ୟକତା ନାହିଁ। କାରଣ ତୃତୀୟ ସ୍ଥାନରେ ରହିଲେ ମଧ୍ୟ ଆପଣଙ୍କୁ ମିଳିବ ୧୦ହଜାର ଟଙ୍କା।
ଜଳ ସମ୍ପଦ ମନ୍ତ୍ରଣାଳୟ ପକ୍ଷରୁ ନିୟମ ଅନୁଯାୟୀ ଯେକୌଣସି ଭାରତୀୟ ନାଗରିକ ଏହି ପ୍ରତିଯୋଗିତାରେ ଭାଗ ନେଇ ପାରିବେ। ଭିଡିଓଟି ପ୍ରସ୍ତୁତ କରିବା ପରେ ଏହାକୁ ୟୁ-ଟ୍ୟୁବ୍‍ରେ ଅପଲୋଡ଼ କରି ଏହାର ଲିଙ୍କ ମୋଦୀ ସରକାରଙ୍କ ସହ ସେୟାର କରିବାକୁ ପଡ଼ିବ। ୟୁ-ଟ୍ୟୁବ୍‍ ର ଲିଙ୍କକୁ ଆପଣ “www.mygov.in”ରେ ଯାଇ କଣ୍ଟେଷ୍ଟ ପୃଷ୍ଟାରେ ସେୟାର କରିବାକୁ ପଡ଼ିବ। ତେବେ ଭିଡିଓଟି ଅପଲୋଡ଼ କରିବା ପୂର୍ବରୁ ଏହା ଯେମିତି କାହା ଦ୍ୱାରା “କପି ରାଇଟ’ ନିୟମକୁ ଉଲ୍ଲଘନ କରୁ ନଥିବ ସେଥିପ୍ରତି ଦୃଷ୍ଟି ଦେବାକୁ ପଡ଼ିବ। ଏ ସମ୍ପର୍କିର୍ତ ଅନ୍ୟାନ୍ୟ ନିୟମ ଆପଣ ଉପରୋକ୍ତ ୱେବସାଇଟରୁ ଜାଣି ପାରିବେ।

Hot this week

କେଉଁ ଡାଲି ଶରୀର ପାଇଁ ଜରୁରୀ: ରକ୍ତଚାପ, କୋଲେଷ୍ଟ୍ରଲ ଏବଂ ଓଜନ ମଧ୍ୟ ହ୍ରାସ ପାଇଥାଏ

ସମାଜ ଡିଜିଟାଲ ଡେସ୍କ: ଡାଲି ପୁଷ୍ଟିସାରରେ ଭରପୂର ରହିଥାଏ। ଏଥିରେ ପ୍ରଚୁର...

ସରିଲା ଶୀତକାଳୀନ ଅଧିବେଶନ

ଭୁବନେଶ୍ଵର: ସରିଲା ବିଧାନସଭା ଶୀତକାଳୀନ ଅଧିବେଶନ। ନିର୍ଦ୍ଧାରିତ ସମୟ ପୂର୍ବରୁ ଅଧିବେଶନ...

ବିଦ୍ୟୁତ୍ ତାର ଲାଗି ତାଲିମ ବିମାନ ଦୁର୍ଘଟଣା

ସମାଜ ଲାଇଭ ଡ଼େସ୍କ : ମଧ୍ୟପ୍ରଦେଶର ସିଓନିରେ ଏକ ତାଲିମ ବିମାନ...

ଅଜବ ନିଶା: କାରରେ ଭିଆଇପି ନମ୍ବର ପାଇଁ ୨୭ଲକ୍ଷ ଟଙ୍କାର ନିଲାମ, ଭାଙ୍ଗିଲା ସବୁ ରେକର୍ଡ

ସମାଜ ଡିଜିଟାଲ ଡେସ୍କ: ଉତ୍ତର ପ୍ରଦେଶର ନୋଏଡାରେ ଏକ ଅଜବ ଘଟଣା...

ଶିକାରୀ ଫାଶରେ ପଡିଲା କଲରାପତରିଆ

ଅନୁଗୁଳ : ଶିକାରୀ ଫାଶରେ ପଡିଲା କଲରାପତରିଆ। ଅନୁଗୋଳ ବନଖଣ୍ଡ କରତପଟା...

Related Articles

Popular Categories