ସ୍କୋଡା ଅଟୋ ଇଣ୍ଡିଆର ଜାନୁଆରୀରେ ବିକ୍ରି ତିନିଗୁଣ ବୃଦ୍ଧି

ମୁମ୍ବଇ: ୨୦୨୧ରେ ବିକ୍ରିରେ ତିନିଅଙ୍କ ବିଶିଷ୍ଟ ରେକର୍ଡ ଅଭିବୃଦ୍ଧି ହାସଲ ସହିତ ନେଟୱର୍କ ସଂପ୍ରସାରଣ ପରେ ସ୍କୋଡା ଅଟୋ ଇଣ୍ଡିଆ ୨୦୨୧ ଜାନୁଆରୀ ତୁଳନାରେ ୨୦୨୨ ଜାନୁଆରୀ ବିକ୍ରିରେ ୨୦୦% ଅଭିବୃଦ୍ଧି ହାସଲ କରିଛି। ୩୦୦୯ ୟୁନିଟ ବିକ୍ରି ସହିତ ସ୍କୋଡା ଅଟୋ ୨୦୨୧ ଜାନୁଆରୀରେ ବିକ୍ରି ହୋଇଥିବା ୧୦୦୪ ୟୁନିଟ ତୁଳନାରେ ବିକ୍ରି କ୍ଷେତ୍ରରେ ଉଲ୍ଲେଖନୀୟ ଅଭିବୃଦ୍ଧି ହାସଲ କରିଛି।

ସ୍କୋଡା ଅଟୋ ଇଣ୍ଡିଆର ବ୍ରାଣ୍ଡ୍‍ ଡାଇରେକ୍ଟର ଜାକ୍‍ ହୋଲିସ୍‍ କହିଛନ୍ତି, “ବିକ୍ରି ସଂଖ୍ୟାରେ ନିରନ୍ତର ଅଭିବୃଦ୍ଧି ଆମର ସମୁଦାୟ ଟିମ୍‍ ପାଇଁ ଏକ ମହାନ ସଫଳତା ହୋଇଛିଏବଂ ଆମ ଗ୍ରାହକମାନଙ୍କର ଆମ ଉପରେ ଆସ୍ଥା ଏହାଦ୍ୱାରା ପ୍ରତିଫଳିତ ହେଉଛି। ନୂଆ ବର୍ଷକୁ ଆଉ ଅଧିକ ଭଲ ଭାବରେ ଆରମ୍ଭ କରିବାକୁ ଆମେ ହୁଏତ କହିପାରିନଥାନ୍ତୁ ଏବଂ ଆମେ ୨୦୨୨ ବର୍ଷ ପାଇଁ ନିଜପାଇଁ ରଖିଥିବା ଲକ୍ଷ୍ୟ ହାସଲ ଦିଗରେ ଏହା ଆକାଂକ୍ଷିତ ସଠିକ ଗତିଶୀଳତା ଆମକୁ ପ୍ରଦାନ କରିବ। ବର୍ଷର ଅବଶିଷ୍ଟ ସମୟକୁ ଆମେ ଆଗ୍ରହର ସହିତ ଅପେକ୍ଷା କରୁଛୁ ଏବଂ ସ୍ଲାଭିଆର ଆଗାମୀ ବଜାର ପ୍ରବେଶକୁ ନେଇ ଉଲ୍ଲସିତ ଅଛୁ, ଯାହା କୁଶାକ୍‍ ସହିତ ମିଶି ଆଗକୁ ଆମର ବିକ୍ରି ସଂଖ୍ୟା ବୃଦ୍ଧିକୁ ଆଗେଇ ନେବ।”

prayash

ଏମ୍‍କ୍ୟୁବି-ଏ୦-ଆଇଏନ୍‍ ପ୍ଲାଟଫର୍ମରେ ଭାରତ ପାଇଁ ବିକଶିତ ଆଧାରରେ ପ୍ରିମିୟମ ଆକାରର ସେଡାନ୍‍ ସ୍କୋଡା ସ୍ଲାଭିଆ ସଡ଼କକୁ ୨୦୨୨ ମାର୍ଚ୍ଚରେ ଆସିବ। କୁଶାକ୍‍ ବଜାର ପ୍ରବେଶର ବର୍ଷକରୁ କମ୍‍ ସମୟ ମଧ୍ୟରେ ଏହା ଆସୁଛି, ଯାହା ଏମ୍‍କ୍ୟୁବି-ଏ୦-ଆଇଏନ୍‍ ପ୍ଲାଟଫର୍ମରେ ଭାରତର ପ୍ରଥମ ଉତ୍ପାଦ ହୋଇଛି ଏବଂ କମ୍ପାନୀର ବିକ୍ରି ବୃଦ୍ଧି କ୍ଷେତ୍ରରେ ଗୁରୁତ୍ୱପୂର୍ଣ୍ଣ ଭୂମିକା ଗ୍ରହଣ କରୁଛି।

ସ୍କୋଡା ଅଟୋ ଇଣ୍ଡିଆ କୋଡିଆକ୍‍ର ବଜାର ପ୍ରବେଶ ସହିତ ୨୦୨୨ ବର୍ଷଟିକୁ ଆରମ୍ଭ କରିଥିଲା। ଏହି ପ୍ରିମିୟମ ଏସ୍‍ୟୁଭି ତିନିଟି ଟ୍ରିମ୍‍ ଲେବଲରେ ଆସୁଛି, ଏବଂ ସେଗୁଡିକ ମଧ୍ୟରୁ ସବୁଥିରେ ନୂତନ, ଶକ୍ତିଶାଳୀ ଏବଂ କାର୍ଯ୍ୟଦକ୍ଷ ଟିଏସ୍‍ଆଇ ଇଞ୍ଜିନ ଖଞ୍ଜାଯାଇଛି। କୋଡିଆକ୍‍ ଭାରତୀୟ ଗ୍ରାହକଙ୍କ ନିକଟରୁ ଅତୁଳନୀୟ ଗ୍ରହଣୀୟତା ଲାଭ କରିଛି ଏବଂ ସମୁଦାୟ ବର୍ଷକ ପାଇଁ ଏହାର ବିକ୍ରି ଶେଷ ହୋଇଛି।

Comments are closed.