www.samajalive.in
Monday, December 15, 2025
24.1 C
Bhubaneswar

ପାରମ୍ପରିକ ତାଲିମ୍‍ର ଯୁଗ ସମାପ୍ତ ହୋଇଛି: ମୁଖ୍ୟମନ୍ତ୍ରୀ

କଟକ: ଯୁବବର୍ଗଙ୍କ ଦକ୍ଷତା ବିକାଶ ପାଇଁ ପାରମ୍ପରିକ ତାଲିମ୍‍ର ଯୁଗ ସମାପ୍ତ ହୋଇଛି। ଏବେ ସେମାନଙ୍କ ଚିନ୍ତା ଓ ଚେନତାର ରୂପରେଖରେ ପରିବର୍ତ୍ତନ ଲାଗି ପ୍ରବର୍ତ୍ତାଇବାର ବେଳ ଆସିଛି। ଏହାଦ୍ୱାରା ସେମାନେ ଆଗାମୀ ଦିନରେ ଅତ୍ୟାଧୁନିକ ବୈଷୟିକ ଜ୍ଞାନକୌଶଳର ଆବଶ୍ୟକତାକୁ ଜଣେ ଦକ୍ଷ ପେସାଦାରର ଦୃଷ୍ଟିଭଙ୍ଗୀରେ ଦେଖିପାରିବେ। କଟକ ଶିଳ୍ପ ତାଲିମ ଅନୁଷ୍ଠାନ(ଆଇଟିଆଇ) କେନ୍ଦ୍ରରେ ‘ସ୍କିଲ୍‍ ମ୍ୟୁଜିୟମ’ ଉଦ୍‍ଘାଟନ ଅବସରରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଏହା କହିଛନ୍ତି।
ସ୍କିଲ୍‍ ମ୍ୟୁଜିୟମକୁ ଉଦ୍‍ଘାଟନ କରି ମୁଖ୍ୟମନ୍ତ୍ରୀ କହିଛନ୍ତି ଯେ ସାଧାରଣତଃ ମ୍ୟୁଜିୟମର ଅର୍ଥ ପୁରାତନ ଓ ନୂତନର ସମାହାରକୁ ବୁଝାଯାଏ। କଟକ ସରକାରୀ ଆଇଟିଆଇରେ ପ୍ରତିଷ୍ଠା ହୋଇଥିବା ‘ସ୍କିଲ୍‍ ମ୍ୟୁଜିୟମ’ ପ୍ରାଚୀନକାଳରୁ ପ୍ରଚଳିତ କୌଶଳକୁ ବର୍ତ୍ତମାନ ସହିତ ଯୋଡ଼ି ଭବିଷ୍ୟତର ଦକ୍ଷତା ବିକାଶ ଦିଗରେ ସହାୟକ ହୋଇପାରିବ। ଏହି କେନ୍ଦ୍ରର ସଫଳତା ଆଧାରରେ ରାଜ୍ୟର ଅନ୍ୟାନ୍ୟ ଜିଲାରେ ସ୍କିଲ୍‍ ମ୍ୟୁଜିୟମ ପ୍ରତିଷ୍ଠା କରାଯିବ। ଏହି ଉଦ୍ୟମ ରାଜ୍ୟର ଆଇଟିଆକୁ ଏକ ନୂଆ ଦିଗ୍‍ବଳୟରେ ଉଦ୍‍ଭାସିତ କରିବ।
ରାଜ୍ୟର ଆଇଟିଆଇ କେନ୍ଦ୍ରଗୁଡ଼ିକୁ କୌଶଳ ଓ ଦକ୍ଷତା ବିକାଶର ପ୍ରାଣକେନ୍ଦ୍ର ରୂପେ ବର୍ଣ୍ଣନା କରି ମୁଖ୍ୟମନ୍ତ୍ରୀ କହିଲେ ଯେ ଆଇଟିଆଇ ଶାଖାଗୁଡ଼ିକ ସେମାନଙ୍କ ଲକ୍ଷ୍ୟ, ଦୃଷ୍ଟିଭଙ୍ଗୀ ଓ ମୂଲ୍ୟବୋଧ ସ୍ଥିର କରି ଏକ ଗଠନମୂଳକ କାର୍ଯ୍ୟକ୍ରମ ଆରମ୍ଭ କରିଥିବାରୁ ମୁଁ ଅତ୍ୟନ୍ତ ଖୁସି। ରାଜ୍ୟର ଯୁବତୀମାନେ କୌଶଳ ବିକାଶକୁ ସେମାନଙ୍କ ଜୀବନର ଲକ୍ଷ୍ୟ ଭାବେ ଗ୍ରହଣ କରୁଛନ୍ତି। ଦକ୍ଷ ପେସାଦାରମାନେ ବିଶ୍ୱ ଦକ୍ଷତା ପ୍ରତିଯୋଗିତାରେ ପଦକ ଜିତିବାର ଆଶା ସୃଷ୍ଟି କରିଛନ୍ତି। ଏହା ଆଇଟିଆଇ ପାଇଁ ଏକ ସକାରାତ୍ମକ ସଙ୍କେତ। ଆଇଟିଆଇ କେନ୍ଦ୍ରଗୁଡ଼ିକୁ ଆହୁରି ଯୁଗୋପଯୋଗୀ କରିବା ଲାଗି ସିଙ୍ଗାପୁର ସ୍ଥିତ ଆଇଟିଇ ଭଳି ଆନ୍ତର୍ଜାତିକ ସଂସ୍ଥା ସହିତ ଭାଗିଦାରୀତାରେ ତାଲିମ୍‍ ଓ ଦକ୍ଷତା ବିକାଶ ପାଇଁ ରାଜ୍ୟ ସରକାର ଉଦ୍ୟମ ଆରମ୍ଭ କରିଛନ୍ତି। ଏଥିସହିତ ଓଡ଼ିଶା ଦକ୍ଷତା ବିକାଶ କର୍ତ୍ତୃପକ୍ଷଙ୍କ ଉଦ୍ୟମକୁ ମୁଖ୍ୟମନ୍ତ୍ରୀ ପ୍ରଶଂସା କରିଛନ୍ତି।
ଏହି ଅବସରରେ ଦକ୍ଷତା ବିକାଶ ଓ ବୈଷୟିକ ଶିକ୍ଷା ମନ୍ତ୍ରୀ ଶ୍ରୀମତୀ ଉଷା ଦେବୀ, ଓଡ଼ିଶା ରାଜ୍ୟ ଦକ୍ଷତା ବିକାଶ କର୍ତ୍ତୃପକ୍ଷ ଅଧ୍ୟକ୍ଷ ସୁବ୍ରୋତୋ ବାଗ୍‍ଚି, ଉନ୍ନୟନ କମିଶନର ଆର ବାଲକ୍ରିଷ୍ଣନ୍‍ ପ୍ରମୁଖ ଉପସ୍ଥିତ ଥିଲେ।

Hot this week

ଚିନ୍ତାକଳ୍ପ : ସ୍ଥିତପ୍ରଜ୍ଞ ମହାତ୍ମା

ଏକଦା ତୀର୍ଥଙ୍କର ମହାବୀର ପୂର୍ବ ଦିଗକୁ ମୁହଁକରି ଆଖିବୁଜି ଧ୍ୟାନସ୍ଥ ଥାଆନ୍ତି।...

ସମ୍ପାଦକୀୟ : ଷ୍ଟାମ୍ପ ଡ୍ୟୁଟି ସଂଶୋଧନ

ସାଧାରଣଙ୍କୁ ସୁହାଇବା ଉଚିତ ନିଜର ଗୋଟିଏ ଘର ତୋଳିବା କିମ୍ବା ଛୋଟ ଜମିଟିଏ...

ସମ୍ପାଦକୀୟ : ସଲ୍ଟଲେକ୍‌ ଦୁଃଖ

ନିୟମ ସମସ୍ତଙ୍କ ପାଇଁ ସମାନ କଲକାତାର ସଲ୍ଟଲେକ୍ ଷ୍ଟାଡିୟମରେ ବିଶ୍ୱର ମହାନ ଫୁଟବଲ...

ରାତିରେ ସ୍ଵେଟର କିମ୍ବା ଜ୍ୟାକେଟ୍ ପିନ୍ଧି ଶୋଉଛନ୍ତି କି….

ନୂଆଦିଲ୍ଲୀ: ବର୍ତ୍ତମାନ୍ ଶୀତ ଦିନ ଚାଲିଛି। ସାରା ଦେଶରେ ଶୀତ ଲହରୀ...

ଶୁକ୍ର ନକ୍ଷତ୍ର ପରିବର୍ତ୍ତନ: ବର୍ଷ ଶେଷରେ ତିନି ରାଶି ହେବେ ମାଲାମାଲ

ସମାଜ ଡିଜିଟାଲ ଡେସ୍କ: ସବୁଗ୍ରହ ମାନଙ୍କ ମଧ୍ୟରେ ଶୁକ୍ର ଗ୍ରହ ହେଉଛନ୍ତି...

Related Articles

Popular Categories