ବ୍ରହ୍ମପୁର: ଖଲିକୋଟ କ୍ଲଷ୍ଟର ବିଶ୍ୱବିଦ୍ୟାଳୟ ଆନୁକୂଲ୍ୟରେ ଗତ ୩୧ ତାରିଖରୁ ଆରମ୍ଭ ହୋଇଥିବା ୫ ଦିନିଆ କର୍ମଶାଳା ଉଦଯାପିତ ହୋଇଯାଇଛି । ଦକ୍ଷିଣ ଓଡ଼ିଶାର ବିଭିନ୍ନ କଲେଜରୁ ଶତାଧିକ ଆଦିବାସୀ ଶିକ୍ଷାର୍ଥୀ ଏହି କର୍ମଶାଳାରେ ଯୋଗଦାନ କରିଥିଲେ । ଶିକ୍ଷାର୍ଥୀଙ୍କୁ ଦକ୍ଷତା ଓ ଔଦ୍ୟୋଗିକ ବିକାଶ ସଂପର୍କିତ ତାଲିମ ପ୍ରଦାନ କରା ଯାଇଥିଲା । ବୃକ୍ଷରାଶିର ଟିସ୍ୟୁ କଲଚର ଏବଂ ଔଦ୍ୟୋଗୀକରଣ, ଆଦିବାସୀ ଅଞ୍ଚଳର ନିରନ୍ତର କୃଷି ଓ ଉଦ୍ୟାନ କାର୍ୟ୍ୟକ୍ରମର ବିକାଶ ଆଦି ବିଷୟରେ କର୍ମଶାଳାରେ ବ୍ୟାପକ ଆଲୋଚନା ହୋଇଥିଲା । ବିଶ୍ୱବିଦ୍ୟାଳୟର କୁଳପତି ପ୍ରଫେସର ଅମରେନ୍ଦ୍ର ନାରାୟଣ ମିଶ୍ରଙ୍କ ସଂଯୋଜନାରେ ଅନୁଷ୍ଠିତ ଉଦଯାପନୀ ସମାରୋହରେ ପଦ୍ମଶ୍ରୀ ତୁଳସୀ ମୁଣ୍ଡା ଯୋଗଦାନ କରି ଏପରି କର୍ମଶାଳା ଆୟୋଜନ ହୋଇଥିବାରୁ ଆୟୋଜକଙ୍କୁ ପ୍ରଶଂସା କରିଥିଲେ ଏବଂ ଏହା ଛାତ୍ରଛାତ୍ରୀଙ୍କ ପାଇଁ ବେଶ ଉପାଦେୟ ହେବ ବୋଲି କହିଥିଲେ ।
Popular Categories



