www.samajalive.in
Monday, December 15, 2025
24.1 C
Bhubaneswar

ପହଲଗାମ୍ ହମ୍‌ଲା: ୧୦ ଲକ୍ଷ ସହାୟତା ଘୋଷଣା, ୩ ଆତଙ୍କୀଙ୍କ ସ୍କେଚ୍‌ ଜାରି

ନୂଆଦିଲ୍ଲୀ: ଜମ୍ମୁ-କଶ୍ମୀର ପହଲଗାମ୍ ଆତଙ୍କୀ ହମଲା ଘଟଣା। ଜମ୍ମୁ କାଶ୍ମୀର ସରକାରଙ୍କ ପକ୍ଷରୁ ମୃତକଙ୍କ ସମ୍ପର୍କୀୟଙ୍କୁ ୧୦ ଲକ୍ଷର କ୍ଷତିପୂରଣ ସହାୟତା ଘୋଷଣା କରାଯାଇଛି।  ଏପରିକି ଆକ୍ରମଣକାରୀ ୩ ଆତଙ୍କୀଙ୍କ ସ୍କେଚ୍‌ ମଧ୍ୟ ଜାରି କରାଯାଇଛି। ୩ ଜଣ ଆତଙ୍କବାଦୀ ହେଲେ ଅସିଫ୍ ଫୌଜି, ସୁଲେମାନ୍ ଶା ଏବଂ ଅବୁ ତଲ୍ଲାର । ଆଜି ସନ୍ଧ୍ୟା ୬ଟାରେ ପ୍ରଧାନମନ୍ତ୍ରୀଙ୍କ ବାସଭବନରେ ସିସିଏସ୍‌ ବୈଠକ ଅନୁଷ୍ଠିତ ହେବ। ସୁରକ୍ଷା ସମ୍ବନ୍ଧୀୟ କ୍ୟାବିନେଟ୍ ବୈଠକ ଡକାଇଛନ୍ତି ପିଏମ୍  ମୋଦୀ। ଏହି  ହମଲା ବିରୋଧରେ  କଠୋର ପଦକ୍ଷେପ ନିଆଯାଇପାରେ। ପହଲଗାମ୍ ହମ୍‌ଲା ପରେ ପର୍ଯ୍ୟଟକମାନେ କାଶ୍ମୀର ଛାଡୁଥିବା ଦେଖିବା ମିଳିଛି। ଶ୍ରୀନଗର ବିମାନ ବନ୍ଦରରେ ପର୍ଯ୍ୟଟକଙ୍କ ପ୍ରବଳ ଭିଡ ପରିଲକ୍ଷିତ ହୋଇଛି। ଏୟାର ଇଣ୍ଡିଆ ପକ୍ଷରୁ ସ୍ଵତନ୍ତ୍ର ବିମାନର ବ୍ୟବସ୍ଥା କରାଯାଇଛି। ଅନ୍ୟପଟେ ସ୍ଵତନ୍ତ୍ର ବିମାନରେ ଯାଇ ଆକ୍ରମଣ ସ୍ଥଳ ପହଲଗାମ୍ ରେ ପହଞ୍ଚିଛନ୍ତି ଗୃହମନ୍ତ୍ରୀ ଅମିତ୍ ଶାହା। ଗତକାଲି ଅପରାହ୍ନରେ ଅଜ୍ଞାତ ଆତଙ୍କବାଦୀଙ୍କ ଆକ୍ରମଣରେ ଅନ୍ୟୁନ ୨୬ ଜଣ ପର୍ଯ୍ୟଟକଙ୍କ ମୃତ୍ୟୁ ଘଟିଥିବା ସୂଚନା ମିଳିଛି। ଶ୍ରୀନଗର ମୁଖ୍ୟାଳୟଠାରୁ ପ୍ରାୟ ୮୫ କିଲୋମିଟର ଦୂର ପହଲଗାମର ବୈଶରଣ ଜଙ୍ଗଲ ଅଞ୍ଚଳରେ ଏହି ଆକ୍ରମଣ ହୋଇଥିଲା।

Hot this week

ସମ୍ପାଦକୀୟ : ଷ୍ଟାମ୍ପ ଡ୍ୟୁଟି ସଂଶୋଧନ

ସାଧାରଣଙ୍କୁ ସୁହାଇବା ଉଚିତ ନିଜର ଗୋଟିଏ ଘର ତୋଳିବା କିମ୍ବା ଛୋଟ ଜମିଟିଏ...

ସମ୍ପାଦକୀୟ : ସଲ୍ଟଲେକ୍‌ ଦୁଃଖ

ନିୟମ ସମସ୍ତଙ୍କ ପାଇଁ ସମାନ କଲକାତାର ସଲ୍ଟଲେକ୍ ଷ୍ଟାଡିୟମରେ ବିଶ୍ୱର ମହାନ ଫୁଟବଲ...

ରାତିରେ ସ୍ଵେଟର କିମ୍ବା ଜ୍ୟାକେଟ୍ ପିନ୍ଧି ଶୋଉଛନ୍ତି କି….

ନୂଆଦିଲ୍ଲୀ: ବର୍ତ୍ତମାନ୍ ଶୀତ ଦିନ ଚାଲିଛି। ସାରା ଦେଶରେ ଶୀତ ଲହରୀ...

ଶୁକ୍ର ନକ୍ଷତ୍ର ପରିବର୍ତ୍ତନ: ବର୍ଷ ଶେଷରେ ତିନି ରାଶି ହେବେ ମାଲାମାଲ

ସମାଜ ଡିଜିଟାଲ ଡେସ୍କ: ସବୁଗ୍ରହ ମାନଙ୍କ ମଧ୍ୟରେ ଶୁକ୍ର ଗ୍ରହ ହେଉଛନ୍ତି...

ଧର୍ମଶାଳା ଗଣ୍ଡଗୋଳ ; କାର୍ଯ୍ୟାନୁଷ୍ଠାନ ଦାବି କଲେ ନବୀନ

ସମାଜ ଲାଇଭ ଡ଼େସ୍କ : ଧର୍ମଶାଳାର ପୂର୍ବତନ ବିଧାୟକ ପ୍ରଣବ ବଳବନ୍ତରାୟଙ୍କ...

Related Articles

Popular Categories