ଶିବସେନା ନିଷ୍ପତ୍ତିରେ ପରିବର୍ତ୍ତନ ହେବାର ନାହିଁ: ସଞ୍ଜୟ ରାଉତ

0

ମୁମ୍ବଇ : ଆଗାମୀ ଲୋକସଭା ନିର୍ବାଚନରେ ବିଜେପି ସହ ମେଣ୍ଟ ନ କରି ଏକାକୀ ଲଢିବା ପାଇଁ ଶିବସେନା ନିଷ୍ପତ୍ତି ନେଇସାରିଛି। ଶିବସେନାର ଏହି ନିଷ୍ପତ୍ତିରେ ପରିବର୍ତ୍ତନ ହେବାର ନାହିଁ ବୋଲି ଦଳର ବରିଷ୍ଠ ନେତା ସଞ୍ଜୟ ରାଉତ କହିଛନ୍ତି। ବିଜେପି ଅଧ୍ୟକ୍ଷ ଅମିତ ଶାହା ଶିବସେନା ମୁଖ୍ୟ ଉଦ୍ଧବ ଠାକରେଙ୍କୁ ସାକ୍ଷାତ କରିବା ପରେ ଶ୍ରୀ ରାଉତ ଏପରି ମନ୍ତବ୍ୟ ଦେଇଛନ୍ତି। ବିଜେପି ନେତୃତ୍ୱ ଜାତୀୟ ଗଣତାନ୍ତ୍ରିକ ମେଣ୍ଟ (ଏନଡିଏ)ର ସହଯୋଗୀମାନଙ୍କୁ ଏକଜୁଟ୍‍ କରିବା ଲକ୍ଷ୍ୟରେ ଶାହା ବୁଧବାର ଠାକରେଙ୍କୁ ଭେଟିଥିଲେ। ଶ୍ରୀ ରାଉତ କହିଛନ୍ତି ଯେ ଶାହାଙ୍କ ସାକ୍ଷାତ ଆଲୋଚନା ଦ୍ୱାରା ଶିବସେନା ନିଷ୍ପତ୍ତିରେ ପରିବର୍ତ୍ତନ ଆସିବାର ନାହିଁ। ଜାନୁଆରୀରେ ଅନୁଷ୍ଠିତ ଶିବସେନାର ଜାତୀୟ କାର୍ଯ୍ୟକାରିଣୀ ବୈଠକରେ ଠାକରେ ଘୋଷଣା କରିଥିଲେ ଯେ ଆଗାମୀ ନିର୍ବାଚନରେ ଦଳ ବିଜେପି ସହିତ ମେଣ୍ଟ କରିବ ନାହିଁ।

Leave A Reply