ସିମରନ ମୃତ୍ୟୁ ଘଟଣାର ସିବିଆଇ ତଦନ୍ତ ଦାବି; ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ସମ୍ମୁଖରେ ଧାରଣା
ଝାରସୁଗୁଡ଼ା : ସେଲଫି ବେବୋ ତଥା ସମ୍ବଲପୁରୀ ଆଲବମ ଅଭିନେତ୍ରୀ ସିମରନଙ୍କ ମୃତ୍ୟୁ ଘଟଣାର ସିବିଆଇ ତଦନ୍ତ ପାଇଁ ପରିବାର ଲୋକ ଦାବି କରିଛନ୍ତି । ଏହି ଦାବି ନେଇ ସିମରନଙ୍କ ବାପା ମା’ ଶନିବାର ଝାରସୁଗୁଡ଼ା ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ସମ୍ମୁଖରେ ଧାରଣାରେ ବସିଛନ୍ତି । ସିମରନଙ୍କ ମୃତ୍ୟୁ ଘଟଣାକୁ ପ୍ରାୟ ଏକ ମାସ ହୋଇ ଯାଇଥିଲେ ମଧ୍ୟ ଏପର୍ଯ୍ୟନ୍ତ ପୁଲିସ ଏହାର ପର୍ଦ୍ଦାଫାଶ କରିପାରି ନାହିଁ ବୋଲି ପରିବାରଲୋକେ ଅଭିଯୋଗ କରିଛନ୍ତି ।
ସୂଚନାଯୋଗ୍ୟ, ଗତ ଜାନୁଆରୀ ମାସ ଆରମ୍ଭରେ ଏକ ପୋଲ ତଳୁ ସେଲଫି ବେବୋ ସିମରନଙ୍କ ମୃତଦେହ ଉଦ୍ଧାର ହୋଇଥିଲା। ଏହି ଘଟଣାରେ ପୁଲିସ ତାଙ୍କ ସ୍ବାମୀ ଧ୍ରୂବରାଜ ସୁନାଙ୍କୁ ଗିରଫ କରିଥିଲା। ସିମରନଙ୍କ ମୃତ୍ୟୁ ପଛରେ ତାଙ୍କ ଶାଶୁଘର ଲୋକଙ୍କ ହାତ ରହିଛି ବୋଲି ପରିବାର ଲୋକ ଅଭିଯୋଗ କରିଥିଲେ ।