www.samajalive.in
Saturday, December 6, 2025
19.1 C
Bhubaneswar

ଏହି ସମସ୍ତ ଅଭ୍ୟାସ ଆପଣଙ୍କୁ କରିଥାଏ ଦୀର୍ଘାୟୁ

କଥାରେ ଅଛି ‘ସ୍ୱାସ୍ଥ୍ୟ ହିଁ ସମ୍ପଦ’। ଉତ୍ତମ ସ୍ୱାସ୍ଥ୍ୟ ସହ ସଭିଏଁ ଦୀର୍ଘାୟୁ ହେବା ପାଇଁ ମଧ୍ୟ ଇଚ୍ଛୁକ। ଏହି କାରଣରୁ ଅନେକ ସ୍ୱାସ୍ଥ୍ୟ ପାଇଁ ବିଭିନ୍ନ ଉପାୟ ମଧ୍ୟ ଆପଣାଇ ଥାଆନ୍ତି। ମାତ୍ର ବର୍ତ୍ତମାନର କର୍ମବ୍ୟସ୍ତ ଜୀବନ ଓ ଖାଦ୍ୟପେୟରେ ଅନିୟମିତତା ବିିଭିନ୍ନ ରୋଗର କାରଣ। ଏହା ମନୁଷ୍ୟର ଆୟୁ ଉପରେ ମଧ୍ୟ ପ୍ରଭାବ ପକାଇଥାଏ। ତେବେ ଏଭଳି କିଛି ଅଭ୍ୟାସ ରହିଛି, ଯାହା ଆପଣଙ୍କୁ ଦୀର୍ଘାୟୁ କରିଥାଏ। ଜାଣନ୍ତୁ..
ସବୁଜ ପନିପରିବା ଓ ବିଭିନ୍ନ ପ୍ରକାର ଫଳରେ ଅନେକ ଆଣ୍ଟି-ଅକ୍ସିଡାଣ୍ଟ ରହିଛି। ଏହା ରୋଗ ପ୍ରତିରୋଧକ ଶକ୍ତି ବୃଦ୍ଧି କରିବା ସହ ଶରୀରକୁ ଅନେକ ରୋଗରୁ ଦୂରେଇ ରଖିଥାଏ। ସବୁଜ ପନିପରିବା ଓ ବିଭିନ୍ନ ପକାର ଶାଗ ଆଦି ସ୍ୱାସ୍ଥ୍ୟ ପାଇଁ ଖୁବ ଉପକାରୀ। ଏହାସହ ଜାମୁକୋଳି,ଅଙ୍ଗୁର, ହାଲକା ବାଇଗଣୀ ରଙ୍ଗର ପିଆଜ। ଏହାସହ ଲେମ୍ବୁ,କମଳା,ମୌସମୀ ଆଦି ଖାଇବା ଦ୍ୱାରା ମାନସିକ ଶାନ୍ତି ପ୍ରଦାନ କରିବା ସହ ଦୁଶ୍ଚିନ୍ତା ଦୂର କରି ମନକୁ ଶାନ୍ତ ରଖିଥାଏ। ତେଣୁ ଏହାକୁ ନିଶ୍ଚୟ ନିଜ ଖାଦ୍ୟରେ ସାମିଲ କରନ୍ତୁ।
ନିୟମିତ ବ୍ୟାୟାମ ଓ କିଛି ସମୟ ଚାଲିବା ଦ୍ୱାରା ମସ୍ତିଷ୍କ ଶାନ୍ତ ରହିବା ସହ ସ୍ୱାସ୍ଥ୍ୟ ଉପରେ ଉତ୍ତମ ପ୍ରଭାବ ପକାଇଥାଏ। ପ୍ରତିଦିନ ବ୍ୟାୟାମ ଓ ଚାଲିବା ଦ୍ୱାରା ଆୟୁଷ ବୃଦ୍ଧି ହୋଇଥାଏ। ଶରୀର ଠାରୁ ରୋଗ ଦୂରେଇ ରହିଥାଏ। ଏହାସହ ମଧୁମେହ, କର୍କଟ ଓ ହୃଦୟ ଜନିତ ରୋଗ ହେବାର ସମ୍ଭାବନା ଖୁବ କମ କରିଥାଏ।
ଭିଟାମିନ ଡି ରୋଗ ପ୍ରତିରୋଧକ ଶକ୍ତିକୁ ସଠିକ ରଖିବାରେ ବେଶ ସହାୟକ ହୋଇଥାଏ। ଏହାସହ ସକାଳେ କିଛି ସମୟ ଖରାରେ ରହିବା ଦ୍ୱାରା ହୃଦୟ ସୁସ୍ଥ ରହିଥାଏ। କାର୍ଯ୍ୟ କରିବା ପାଇଁ ଆଗ୍ରହ ଆସିଥାଏ। ଦିନଯାକ ଥକ୍କାପଣ ଅନୁଭବ ହୋଇନଥାଏ। ସକାଳେ କିଛି ସମୟ କଅଁଳ ଖରାରେ ରହିବା ଦ୍ୱାରା ଶରୀରକୁ ଆବଶ୍ୟକ ପରିମାଣରେ ଭିଟାମିନ ଡି ମିଳିଥାଏ। ତେଣୁ ସକାଳର ଖରା ଖୁବ ଉପକାରୀ।
ଗ୍ରୀନ ଟିର ଶରୀର ପାଇଁ ଅନେକ ଉପକାରୀ ଗୁଣ ରହିଛି। ଏହାର ଉପକାରୀ ଗୁଣ ବିଷୟରେ ମଧ୍ୟ ଅନେକ ଥର ପଢିଥିବେ। ଏହା ସ୍ୱାସ୍ଥ୍ୟ ପାଇଁ ବେଶ ଲାଭଦାୟକ। ହୃଦୟ ଜନିତ ରୋଗରୁ ମଧ୍ୟ ରକ୍ଷା କରିବାରେ ସହାୟକ ହୋଇଥାଏ।
ମାନସିକ ଦୁଶ୍ଚିନ୍ତା ଅନେକ ରୋଗର କାରଣ ବୋଲି କୁହାଯାଏ। ତେଣୁ ନିୟମିତ କିଛି ସମୟ ଧ୍ୟାନ କରନ୍ତୁ। ଏହା ଖୁବ ଉପକାରୀ। ମନକୁ ଶାନ୍ତ ରଖିଥାଏ।
ବ୍ରତ ରଖିବା ମଧ୍ୟ ସ୍ୱାସ୍ଥ୍ୟ ପାଇଁ ଖୁବ ଉପକାରୀ। ବ୍ରତ ପାଳନ କରିବା ଦ୍ୱାରା ପାଚନ ତନ୍ତ୍ର ପରିଷ୍କାର ହେବା ସହ ଶରୀରରୁ ସମସ୍ତ ଅନାବଶ୍ୟକ ଜିନିଷ ନିର୍ଗତ ହୋଇଥାଏ। ବ୍ରତ ପାଳନ କରୁଥିବା ଲୋକେ ଅଧିକ ସୁସ୍ଥ ରହିଥାଆନ୍ତି ବୋଲି କୁହାଯାଏ।

 

Hot this week

ଜୟସୱାଲଙ୍କ ଶତକ: ମ୍ୟାଚ ସହ ସିରିଜ ଜିତିଲା ଭାରତ, ହିଟ୍‌ମ୍ୟାନଙ୍କ ନୂଆ ରେକର୍ଡ

ସମାଜଲାଇଭ ଡେସ୍କ: ଦକ୍ଷିଣ ଆଫ୍ରିକା ବିପକ୍ଷରେ ୩ୟ ଦିନିକିଆ ମ୍ୟାଚ ସହିତ...

ପୁଟିନଙ୍କୁ ପରସାଗଲା ନିରାମିଷ ଖାଦ୍ୟ: ମଦ, ମାଂସ କାହିଁକି ଦିଆଗଲାନି ବୋଲି ପ୍ରଶ୍ନ ଉଠାଇଲେ କଂଗ୍ରେସ ନେତା

ସମାଜଲାଇଭ ଡେସ୍କ: ରୁଷ ରାଷ୍ଟ୍ରପତି ଭ୍ଲାଦିମିର ପୁଟିନ ଦୁଇ ଦିନିଆ ଭାରତ...

ଯୁବତୀଙ୍କୁ ଅସଦାଚରଣ, ସମ୍ପର୍କୀୟ ଦାଦା ଗିରଫ

ଗୋପାଳପୁର: ଗୋଳନ୍ଥରା ଥାନା ଅନ୍ତର୍ଗତ ଏକ ଗ୍ରାମରେ ଜଣେ ଯୁବତୀଙ୍କୁ ଅସଦାଚରଣ...

ସମ୍ବଲପୁରୀ ସିନେମା ‘ସୁଟଆଉଟ ଇନ ସୋନପୁର’ର ଶୁଭ ମହୁରତ

ସମ୍ବଲପୁର: ସମ୍ୱଲପୁରର ସେନପାର୍କ ନିକଟ ଓଡିଶା ସାଂସ୍କୃତିକ ଭବନଠାରେ ଶନିବାର ସାଇଦତ୍ତ...

ସ୍ୱାମୀ ହତ୍ୟାକାରୀ ସ୍ତ୍ରୀକୁ ଆଜୀବନ କାରାଦଣ୍ଡ

ଆଠଗଡ: ଆଠଗଡ ସହରରେ ଘଟିଥିବା ଏକ ହତ୍ୟା ମାମଲା ବିଚାର କରି...

Related Articles

Popular Categories