www.samajalive.in
Saturday, December 6, 2025
23.1 C
Bhubaneswar

ସୁସ୍ଥ ମସ୍ତିଷ୍କ ପାଇଁ ଆବଶ୍ୟକ ଏହି ଖାଦ୍ୟ

ସୁସ୍ଥ ଶରୀର ସଭିଁଙ୍କ ପାଇଁ ଯେପରି ଆବଶ୍ୟକ,ସେହିପରି ସୁସ୍ଥ ମସ୍ତିଷ୍କ ମଧ୍ୟ ଆବଶ୍ୟକ। ମାନସିକ ଭାବେ ସୁସ୍ଥ ରହିଲେ ଅନ୍ୟ ସମସ୍ୟା ଓ ଚିନ୍ତା କୌଣସି କୁପ୍ରଭାବ ପକାଇ ପାରିବ ନାହିଁ। ତେବେ ୫ଟି ଏପରି ଖାଦ୍ୟ ରହିଛି ,ଯାହା ମସ୍ତିଷ୍କକୁ ସୁସ୍ଥ ରଖିବାରେ ବେଶ ସହାୟକ ହୋଇଥାଏ। ଏହି ଖାଦ୍ୟକୁ ଆପଣ ଖୁବ ସହଜରେ ମଧ୍ୟ ପାଇ ପାରିବେ। ଜାଣନ୍ତୁ..
୧- ଦହି ସ୍ୱାସ୍ଥ୍ୟ ପାଇଁ ଖୁବ ଉପକାରୀ। ଏହା କେବଳ ପାଚନକୁ ସୁସ୍ଥ ରଖେ, ତାହା ନୁହେଁ ବରଂ ମାନସିକ ସ୍ଥିତି ଉପରେ ଉତ୍ତମ ପ୍ରଭାବ ପକାଇଥାଏ। ଦହି ସେବନ କରିବା ଦ୍ୱାରା ଚିନ୍ତା ଓ ଦୁଃଖକୁ କମ କରିବାରେ ସହାୟକ ହୋଇଥାଏ। ସ୍ୱଭାବ ଚିଡଚିଡା ହେଉଥିଲେ, ଦହି ଖାଇବା ଦ୍ୱାରା ଏହି ସମସ୍ୟା ଦୂର ହୋଇଥାଏ।
୨- ଅଣ୍ଡା – ଅଣ୍ଡାରେ ଥିବା ପୋଷକ ତତ୍ତ୍ୱ ମସ୍ତିଷ୍କକୁ ସୁସ୍ଥ ରଖିଥାଏ। ମସ୍ତିଷ୍କର କୋଷିକାର ବିକାଶ ପାଇଁ ସହାୟକ ହୋଇଥାଏ।
୩- ସବୁଜ ପନିପରିବାକୁ ଦିନ ମଧ୍ୟରେ ଥରେ ନିଜ ଖାଦ୍ୟରେ ନିତାନ୍ତ ସାମିଲ କରିବା ଉଚିତ। ଯେଉଁମାନେ ନିୟମିତ ପନିପରିବା ସେବନ କରନ୍ତି, ସେମାନଙ୍କ ମସ୍ତିଷ୍କ ଦୀର୍ଘ ସମୟ ପର୍ଯ୍ୟନ୍ତ ସୁସ୍ଥ ରହିଥାଏ। ମାନସିକ ଶାନ୍ତି ମିଳିଥାଏ।
ବିଭିନ୍ନ ପ୍ରକାର ଡ୍ରାଏ ଫ୍ରୁଟ୍ସର ସେବନ ମଧ୍ୟ ମସ୍ତିଷ୍କ ପାଇଁ ଖୁବ ଉପକାରୀ। ଏଥିରେ ଅନେକ ପୋଷକ ତତ୍ତ୍ୱ ପ୍ରଚୁର ମାତ୍ରାରେ ରହିଛି। ଯାହା ମସ୍ତିଷ୍କ ଉପରେ କୁପ୍ରଭାବ ପକାଇବାକୁ ନଦେବା ସହ ମସ୍ତିଷ୍କର ବିଭିନ୍ନ ସମସ୍ୟାକୁ ଦୂର କରିବାରେ ବେଶ ସହାୟକ ହୋଇଥାଏ।
ଡାର୍କ ଚକୋଲେଟ୍‍ ଖାଇବା ଦ୍ୱାରା ମଧ୍ୟ ମସ୍ତିଷ୍କ ଉପରେ ଉତ୍ତମ ପ୍ରଭାବ ପଡିଥାଏ। ଏହା ମସ୍ତିଷ୍କରେ ସଠିକ ରକ୍ତ ସଞ୍ଚାଳନରେ ସାହାଯ୍ୟ କରିବା ସହ ମସ୍ତିଷ୍କକୁ ସୁସ୍ଥ ରଖିଥାଏ।

 

Hot this week

ଇଣ୍ଡିଗୋ ବିମାନ ଅଚଳାବସ୍ଥା : ଚିଠି ଲେଖିଲା କଂଗ୍ରେସ

ସମାଜ ଲାଇଭ ଡ଼େସ୍କ : ଇଣ୍ଡିଗୋ ବିମାନ ସେବାରେ ବ୍ୟାପକ ବାଧା...

ମୁମ୍ବଇ, ଦିଲ୍ଲୀ… ଆଜି ଏହି ସହରରେ ବି ଇଣ୍ଡିଗୋ ବିମାନ ଉଡାଣ ବାତିଲ

ସମାଜ ଡିଜିଟାଲ ଡେସ୍କ: ଦେଶର ସର୍ବବୃହତ ବିମାନ କମ୍ପାନୀ ଇଣ୍ଡିଗୋରେ ହୋଇଥିବା...

ଭାରତ-ଦକ୍ଷିଣ ଆଫ୍ରିକା ନିର୍ଣ୍ଣାୟକ ଦିନିକିଆ ଆଜି

ବିଶାଖାପାଟଣା : ଘରୋଇ ଭାରତ ଓ ଦକ୍ଷିଣ ଆଫ୍ରିକା ମଧ୍ୟରେ ଦିନିକିଆ...

ରାଶିଫଳ: ଏହି ଦୁଇ ରାଶିଙ୍କୁ କର୍ମକ୍ଷେତ୍ରରୁ ଅପୂର୍ବ ସଫଳତା ମିଳିବ

ମେଷ: ଅଧ୍ୟାପନାର ପ୍ରସ୍ତୁତି ସ୍ବରୂପ ଅଧ୍ୟୟନରତ ହୋଇପାରନ୍ତି। କର୍ମକ୍ଷେତ୍ର ସହିତ ଅନ୍ୟାନ୍ୟ ବିଭିନ୍ନ...

ବଦଳିବ ପ୍ରଥମରୁ ଦ୍ବାଦଶ ପାଠ୍ୟପୁସ୍ତକ

ସ୍ଥାନିତ ହେବ ସ୍ଥାନୀୟ ପ୍ରସଙ୍ଗ ଭୁବନେଶ୍ବର : ଆଗାମୀ ଦିନରେ ପିଲା ଆଉ...

Related Articles

Popular Categories