www.samajalive.in
Saturday, December 6, 2025
23.1 C
Bhubaneswar

ରାସ୍ତା ନ ଥିବାରୁ ୩ କିମି ଘାଟି ରାସ୍ତାରେ ଭାର କରି ବୁହା ହେଲେ ରୋଗୀ

ମୋହନା : ଭଲ ରାସ୍ତା ନ ଥିବାରୁ ଗାଁରେ ପହଞ୍ଚି ପାରିଲାନି ୧୦୮ ଆମ୍ବୁଲାନ୍ସ । ଫଳରେ ବାଧ୍ୟ ହୋଇ ୩ କିମି ପାହାଡିଆ ଘାଟି ରାସ୍ତାରେ ରୋଗୀକୁ ଭାରରେ ବୋହି ମୋହନା ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରରେ ଭର୍ତି କରିଛନ୍ତି ପରିବାର ଲୋକେ।  ଏଭକି ଏକ ଘଟଣା ପୁଣି ଥରେ ଦେଖିବକୁ ମିଳିଛି ଗଜପତି ଜିଲ୍ଲା ମୋହନା ବ୍ଲକ ଅନ୍ତର୍ଗତ ହୁଏରୀ ଗାଁରେ । ଗାଁର ଜେଙ୍ଗେରା ମଲ୍ଲିକ ଜ୍ବରରେ ଅସୁସ୍ଥ ହେବା ସହ ଦୁଇଟି ଗୋଡ ଫୁଲିଯିବା ଫଳରେ ଘରେ ଗୁରୁତର ଅବସ୍ଥାରେ ପଡି ରହିଥିଲେ। ଏହା ଜାଣିବା ପରେ ତାଙ୍କ ପୁଅ ମିଟୁ ମଳିକ, କେଶବ ମଳିକ ଓ  ଗ୍ରାମବାସୀ ୧୦୮କୁ ଫୋନ କରିଥିଲେ। କିନ୍ତୁ ୧୦୮ ସହ ଯୋଗାଯୋଗ ହୋଇ ନପାରିବାରୁ ଗ୍ରାମବାସୀ ଏକତ୍ରିତ ହୋଇ ତାଙ୍କୁ ଘାଟି ରାସ୍ତାରେ ୩ କିମି ରୋଗୀକୁ ଭାରରେ ବୋହି ଗଣ୍ଡାପଦର ମୁଖ୍ୟ ରାସ୍ତାକୁ ଆଣିବା ପରେ ସେଠାରୁ ଏକ ଅଟୋ ଯୋଗେ ମୋହନା ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରକୁ ଆଣି ଚିକିସ୍ଥା କରାଇଥିଲେ। ରାସ୍ତାର ଦୂରାବସ୍ଥା ନେଇ ଗ୍ରାମବାସୀ ବିଭିନ୍ନ ସମୟରେ ବାରମ୍ବାର ବ୍ଲକ ପ୍ରଶାସନ ଓ ଜିଲ୍ଲା ପ୍ରଶାସନ ନିକଟରେ ଅଭିଯୋଗ କରି ଆସୁଥିଲେ ମଧ୍ୟ ଭଲ ରାସ୍ତାଟିଏ ନିର୍ମାଣ ହୋଇପାରୁ ନାହିଁ । ଏଣୁ ଅଞ୍ଚଳବାସୀ ଅଭି ମଳିକ, ବିଜୟ ମଳିକ , ପ୍ରଶାନ୍ତ୍ର ମଳିକ, ମୁନା ମଳିକ ଦୁଃଖିତ ଥିବା ଅଭିଯୋଗ କରିଛନ୍ତି।
ପ୍ରକାଶ ଥାଉକି ଗତ କିଛି ମାସ ତଳେ ଗ୍ରାମର ସେବତୀ ମଳିକ (୫୫) ନିଜ ଘରେ କାମ କରୁଥିବା ବେଳେ ପଡିଯିବାରୁ ତାଙ୍କ ଅଣ୍ଟାରେ ଆଘାତ ଲାଗିଥିଲା। ଯାହାଫଳରେ ତାଙ୍କୁ ଗାଁ ଲୋକେ ଦୋଳା କରି ସ୍ଥାନୀୟ ସ୍ୱାସ୍ଥ୍ୟ କେନ୍ଦ୍ରରେ ଭର୍ତ୍ତି କରିଥିଲେ।ସେହିପରି ଗତ ଡିସେମ୍ବର ମାସରେ ଗ୍ରାମର ଆଉ ଜଣେ ମହିଳା ଓ ନବଜାତ ଶିଶୁଙ୍କ ଚିକିତ୍ସା ପାଇଁ ଗାଁଲୋକେ ଦୋଳାରେ ମୋହନା ସ୍ୱାସ୍ଥ୍ୟକେନ୍ଦ୍ରକୁ ଆଣିଥିଲେ।

Hot this week

ଚାଷୀଙ୍କ ଦାବି ନେଇ କଳାହାଣ୍ଡିରୁ ଭୁବନେଶ୍ୱର ସାଇକେଲ ଯାତ୍ରା

ବୋଲଗଡ: ଚାଷୀଙ୍କ ବିଭିନ୍ନ ସମସ୍ୟାର ସମାଧାନ ପାଇଁ ଅଣ୍ଟା ଭିଡ଼ିଛି କଳାହାଣ୍ଡି...

ନିଖୋଜ ମହିଳାଙ୍କ ମୁଣ୍ଡବିହୀନ ଶବ ମିଳିବା ଘଟଣାରେ ବଢିଲା ଉତ୍ତେଜନା

କୋରୁକୋଣ୍ଡା : ମାଲକାନଗିରି ଜିଲ୍ଲା କୋରୁକୋଣ୍ଡା ବ୍ଲକ ରାଖେଲଗୁଡା ଗାଁରେ ନିଖୋଜ...

ଏହି ଗୁଣ ଥିବା ମହିଳାଙ୍କୁ ମିଳେ ଲକ୍ଷ୍ମୀଙ୍କ ଆଶୀର୍ବାଦ: ଘର ହୁଏ ସ୍ୱର୍ଗ

ଚାଣକ୍ୟ ନୀତି: ନୀତି, ଜ୍ଞାନ ଓ ଜୀବନ ପ୍ରବନ୍ଧର ମହାନ ପଣ୍ଡିତ...

ଦୁଇ ବାଇକ୍‌ ଆରୋହୀଙ୍କ ମୁଣ୍ଡରେ ଚଢିଗଲା ଟ୍ରଲର

ବଣାଇ: ୧୪୩ ନମ୍ବର ଜାତୀୟ ରାଜପଥର ଗମଲେଇ ଛକ ନିକଟରେ ମର୍ମନ୍ତୁଦ...

ବିଜେପିରେ ମିଶିବେ ବିଜେଡିର ଦୁଇ ନେତା !

ଭୁବନେଶ୍ଵର: ବିଜେଡିର ଦୁଇ ନେତା ବିଜେପିରେ ମିଶିବାକୁ ଯାଉଛନ୍ତି। ପୂର୍ବତନ ମନ୍ତ୍ରୀ...

Related Articles

Popular Categories