www.samajalive.in
Saturday, December 6, 2025
14.1 C
Bhubaneswar

ଜାଣନ୍ତୁ ସ୍ୱାସ୍ଥ୍ୟ ସହ ଜଡିତ ଏହି ଉପାୟ

ଆବଶ୍ୟକତା ଠାରୁ ଦିନଯାକ ଅଧିକ ହେକୁଟି ହେଉଥିଲେ,  ଏହାର କାରଣ କ’ଣ। ଜାଣନ୍ତୁ ଏହା ବିଷୟରେ ….
ଭୁଲ ଖାଦ୍ୟପେୟ –
ଅଧିକ ପରିମାଣରେ ବାହାର ଖାଦ୍ୟ, ମୃଦୁ ପାନୀୟ ଆଦି ଖାଇବା ଦ୍ୱାରା ଏସିଡ଼ିଟି ଓ କୋଷ୍ଠାକାଠିନ୍ୟ  ସମସ୍ୟା ସୃଷ୍ଟି ହୋଇଥାଏ। ଏହି କାରଣରୁ ମଧ୍ୟ ହେକୁଟି ଅଧିକ ହୋଇଥାଏ। ତେଣୁ ନିଜ ଖାଦ୍ୟରେ ଫାଇବର ଯୁକ୍ତ ଖାଦ୍ୟ ଅଧିକ ପରିମାଣରେ ଖାଆନ୍ତୁ।
ହଠାତ୍‍ ଓଜନ ହ୍ରାସ ହେଲେ –
ବେଳେ ବେଳେ ଏପରି ଦେଖାଯାଏ ଯେ, ଆପଣଙ୍କ ଓଜନ ହଠାତ୍‍ କମି ଯାଇଛି। ଖାଦ୍ୟ ଭଲ ଭାବେ ହଜମ ନହେଲେ ହଠାତ୍‍ ଓଜନ ହ୍ରାସ ହୋଇଯାଏ। ଏପରି ହେବା ଦ୍ୱାରା ବାରମ୍ବାର ହେକୁଟି ହୋଇଥାଏ।
ଚିନ୍ତାଗ୍ରସ୍ତ ରହିବା –
ସବୁବେଳେ ଚିନ୍ତାଗ୍ରସ୍ତ ରହିବା ମଧ୍ୟ ବାରମ୍ବାର ହେକୁଟି ହେବାର ଏକ ପ୍ରଧାନ କାରଣ। ବିଶେଷଜ୍ଞଙ୍କ ମତରେ ଅଧିକାଂଶ ଲୋକଙ୍କୁ ବାରମ୍ବାର ହେକୁଟି ହେବାର କାରଣ ଚିନ୍ତାଗ୍ରସ୍ତ ରହିବା। ତେଣୁ ସର୍ବଦା ଚିନ୍ତା ଠାରୁ ଦୂରରେ ରହିବାକୁ ଚେଷ୍ଟା କରନ୍ତୁ।
ପେଟରେ ଅଧିକ ପବନ ଥିଲେ-
ଖାଇବା ସମୟରେ ଯଦି ଆପଣଙ୍କ ପେଟରେ ଅଧିକ ପବନ ଯାଏ, ତେବେ ବାରମ୍ବାର ହେକୁଟି ହୁଏ। ଏପରି ହେବାର କାରଣ ବହୁ ଲୋକେ ଖାଦ୍ୟ ଖାଇବା ସମୟରେ ଥରକକେ  ଅଧିକ ପରିମାଣରେ ଖାଦ୍ୟ ପାଟି ଭିତରକୁ ନେଇଥାଆନ୍ତି ଓ ଭଲ ଭାବେ ଚୋବାଇ ଖାଇ ନଥାଆନ୍ତି। ଏପରି କରିବା ଦ୍ୱାରା ପେଟକୁ ଅଧିକ ପବନ ଯାଏ।

Hot this week

ବାପା_ମା_ଭଉଣୀକୁ_ହାଣି_ପକାଇଲା ପୁଅ

ଭୁବନେଶ୍ବର :ଏୟାରଫିଲ୍‌ଡ ଅଞ୍ଚଳରେ ଅଭାବନୀୟ ଘଟଣା । ପରିବାରବର୍ଗଙ୍କୁ ଗୋଡ଼ାଇ ଗୋଡ଼ାଇ...

ଗ୍ରାମ ପଞ୍ଚାୟତ ପିଅନ ପଦ ସୃଷ୍ଟି ନେଇ ମିଥ୍ୟା ପ୍ରଚାର ବିରୋଧରେ ଏଫ୍‌ଆଇଆର୍

ଭୁବନେଶ୍ୱର :ଗତ ନ‌ଭେମ୍ବର ୨୪ ତାରିଖରେ PR-PADM- OM-PG-064-2025/4232 ପତ୍ର ସଂଖ୍ୟା...

ଆମ ବସ ଧକ୍କାରେ ଜଣେ ମୃତ

ଭୁବନେଶ୍ୱର :ରାଜଧାନୀରେ ବଢିଚାଲିଛି ଦୁର୍ଘଟଣା ଜନିତ ମୃତ୍ୟୁ । ପୁଣି ଆମ...

Related Articles

Popular Categories