ଜୀବନସାଥୀ ସହ ଜଡ଼ିତ କିଛି ଜଣାଅଜଣା କଥା

ଯେଉଁ ବ୍ୟକ୍ତିଙ୍କ ହସ୍ତର ଆଙ୍ଗୁଠି ସୁନ୍ଦର ଓ ଆକର୍ଷଣ ଯୁକ୍ତ ହୋଇଥାଏ , ସେମାନଙ୍କ ଜୀବନସାଥୀ ସୁନ୍ଦର ଓ ବୈବାହିକ ଜୀବନ ସୁଖମୟ ହୋଇଥାଏ।
ଯେଉଁ ବ୍ୟକ୍ତିମାନଙ୍କ ହସ୍ତର ଆଙ୍ଗୁଠି ଲମ୍ବା ଓ ପ୍ରତ୍ୟେକ ଆଙ୍ଗୁଠି ଗୁଡ଼ିକ କମ ବ୍ୟବଧାନରେ ଥାଏ ଏବଂ କାଣି ଆଙ୍ଗୁଠି ଅପେକ୍ଷାକୃତ ସାନ ଥାଏ, ସେମାନଙ୍କ ପତ୍ନୀ ସର୍ବଗୁଣ ସମ୍ପନ୍ନ ଓ କାର୍ୟ୍ୟରେ ତତ୍ପର ଅଟନ୍ତି। ପତିଙ୍କ ସହ ସୁଖଦୁଃଖ ସବୁ ସମୟରେ ସାଥି ହୋଇଥାଆନ୍ତି।
ଯେଉଁ ବ୍ୟକ୍ତିମାନଙ୍କ ହସ୍ତର ଆଙ୍ଗୁଠି ସାମାନ୍ୟ ବଡ଼ ଓ ଶକ୍ତ ହୋଇଥାଏ, ସେମାନଙ୍କ ପତ୍ନୀ କଥା କଥାରେ କ୍ରୋଧ କରିଥାଆନ୍ତି। ଭ୍ରମଣ କରିବା ସେମାନଙ୍କୁ ଖୁବ ପସନ୍ଦ ହୋଇଥାଏ।
ଯେଉଁ ବ୍ୟକ୍ତିମାନଙ୍କ ହସ୍ତର ଆଙ୍ଗୁଠି ଖୁବ ଛୋଟ ଓ ଚଉଡ଼ାଯୁକ୍ତ ହୋଇଥାଏ , ସେମାନଙ୍କ ଜୀବନରେ ବାଧାବିଘ୍ନ ସର୍ବଦା ଲାଗିରହିଥାଏ। ମାତ୍ର ବାଧାବିଘ୍ନ ସର୍ତ୍ତେ ନିଜର ନିଷ୍ଠାପଣ ହେତୁ ଜୀବନରେ ଖୁସି ମିଳିଥାଏ।
ପାଦର ଆଙ୍ଗୁଠି ………
ବହୁ ଲୋକଙ୍କ ପାଦର ଆଙ୍ଗୁଠି ବୁଢା ଆଙ୍ଗୁଠି ଠାରୁ ଅନ୍ୟ ଆଙ୍ଗୁଠି ମାନେ କ୍ରମଶଃ କମି କମି ଆସିଥାଏ। ଏହି ପ୍ରକାରର ବ୍ୟକ୍ତିମାନେ ସର୍ବଦା ଅନ୍ୟ ଉପରେ ପ୍ରଭାବ ବିସ୍ତାର କରିଥାଆନ୍ତି। ନିଜେ ସବୁକ୍ଷେତ୍ରରେ ଠିକ ବୋଲି କହିଥାଆନ୍ତି।
ବହୁ ବ୍ୟକ୍ତିଙ୍କର ପାଦ ବୁଢା ଆଙ୍ଗୁଠି ସହ ତା ନିକଟରେ ଅନ୍ୟ ଦୁଇଟି ଆଙ୍ଗୁଠି ସମାନ ହୋଇଥାଏ। ଏପରି ବ୍ୟକ୍ତିମାନେ ଖୁବ ପରିଶ୍ରମୀ ହୋଇଥାଆନ୍ତି। ନିଜର କଠୋର ପରିଶ୍ରମ ଦ୍ୱାରା ଏମାନେ ସଫଳତା ପାଇଥାଆନ୍ତି।
କେତେକ ବ୍ୟକ୍ତିଙ୍କର ବୁଢା ଆଙ୍ଗୁଠି ନିକଟରେ ଥିବା ଅନ୍ୟ ୨ଟି ଆଙ୍ଗୁଠି ବଡ଼ ହୋଇଥାଏ। ଏପରି ବ୍ୟକ୍ତିମାନେ ପ୍ରତ୍ୟେକ କାମକୁ କିଛି ନୂତନ ଢଙ୍ଗରେ କରିବାକୁ ପସନ୍ଦ କରିଥାଆନ୍ତି। ନୂଆ କାର୍ୟ୍ୟ କରିବାକୁ ଆଗ୍ରହୀ ଅଟନ୍ତି।
କିଛି ବ୍ୟକ୍ତିମାନଙ୍କର ବୁଢା ଆଙ୍ଗୁଠି ଅପେକ୍ଷା ଅନ୍ୟ ଗୁଡିକ ଅପେକ୍ଷାକୃତ ସାନ ଥାଏ, ସେମାନେ ଖୁବ ଶାନ୍ତ ସ୍ୱଭାବର ଅଟନ୍ତି। ଏପରି ଲୋକଙ୍କୁ କ୍ରୋଧ ମଧ୍ୟ କମ ଆସେ।
କିଛି ବ୍ୟକ୍ତିମାନଙ୍କର ବୁଢା ଆଙ୍ଗୁଠି ନିକଟର ୨ଟି ଆଙ୍ଗୁଠି ସମାନ ଥାଇ ଅନ୍ୟ ଗୁଡିକ ଅପେକ୍ଷାକୃତ ସାନ ଥାଏ, ସେମାନେ ବହୁ ସକରାତ୍ମକ ଢଙ୍ଗରେ କାର୍ୟ୍ୟ କରିବା ସହ ନିଜ କର୍ତ୍ତବ୍ୟ ପ୍ରତି ଦାୟିତ୍ୱବାନ ଅଟନ୍ତି।

kalyan agarbati

Comments are closed.