www.samajalive.in
Wednesday, December 10, 2025
15.1 C
Bhubaneswar

୩ ଶିକାରୀ ଗିରଫ

ଖୁଣ୍ଟା : ଶିମିଳିପାଳରେ ଶିକାରରେ ସମ୍ପୃକ୍ତ ଥିବା ଅଭିଯୋଗରେ ଉଦଳା ବନ ବିଭାଗ ଦ୍ୱରା ଖୁଣ୍ଟା ଅଞ୍ଚଳର ୩ ଜଣ ଶିକାରୀ ଗିରଫ ହୋଇଥିବା ଜଣାପଡିଛି। ଗିରଫ କରି ସେମାନଙ୍କଠାରୁ ସମ୍ବର ମାଂସ, ଶିଙ୍ଗ, ଫାସ, ବାରୁଦ ଓ ୨ଦେଶୀ ବନ୍ଧୁକ ଜବତ କରାଯାଇଛି। ଗିରଫ ହୋଇଥିବା ୩ଜଣ ଶିକାରୀ ଖୁଣ୍ଟା ଥାନା ଅନ୍ତର୍ଗତ ଡେଙ୍ଗାମର ଶାମ ମାରାଣ୍ଡିଙ୍କ ପୁଅ ଧରମା(୨୨), ବହଳଦା ଗ୍ରାମର ସୁନା ସିଂଙ୍କ ପୁଅ ସୁନାରାମ (୨୦) ଓ ମହ୍ଲାରପଦା ଗ୍ରାମର ସନିଆ ସିଂଙ୍କ ପୁଅ ବାଇଧର(୨୮)। ଗୁରୁବାର ଅପରାହ୍ନରେ ବନ ବିଭାଗ ଦ୍ୱରା ଚଢଉ କରାଯାଇ ଡେଙ୍ଗାମର ଧରମା ସିଂ ଘରୁ ଗୋଟିଏ ଦେଶୀ ବନ୍ଧୁକ, ସାତ କେଜି ଶୁଖିଲା ସମ୍ବର ମାଂସ, ଦୁଇଟି ବଡ ଓ ସାନ ସମ୍ବର ଶିଙ୍ଗ ଜବତ କରାଯାଇଥିଲା। ସେହିପରି ଶିକାର ଉଦେଶ୍ୟରେ ଯାଉଥିବା ପାଟ୍ଟଶାଣୀପୁରର ଚୂନଭାଟି ନିକଟରୁ ସୁନା ସିଂ ଓ ସନିଆ ସିଂକୁ ଗିରଫ କରାଯାଇଥିବା ବେଳେ ସେମାନଙ୍କ ନିକଟରୁ ଏକ ସୁଜୁକି ବାଇକ, ଗୋଟିିଏ ଦେଶୀ ବନ୍ଧୁକ, ଦୁଇଶହ ଗ୍ରାମ ବାରୁଦ ଓ ୨ ସେଟ ଫାଶ ଜବତ କରାଯାଇଛି। ରେଞ୍ଜର ଅଜୟ କୁମାର ଦାସ ଓ ଅନ୍ୟ ବିଭାଗୀୟ କର୍ମଚାରୀ ମାନେ ଚଢଉରେ ସାମିଲ ହୋଇଥିବା ବେଳେ ଗିରଫ ଅଭିଯୁକ୍ତ ଓ ଜବତ ସାମଗ୍ରୀ ଉଦଳା ରେଞ୍ଜ କାର୍ଯ୍ୟାଳୟରେ ରଖାଯାଇଛି। ତେବେ ସମ୍ବର ଶିକାରରେ ଆଉ କେଉଁ ମାନେ ସମ୍ପୃକ୍ତ ସେ ବାବଦରେ ଅଧିକ ତଦନ୍ତର ଆବଶ୍ୟକତା ରହିଥିବା ବେଳେ କେଉଁ ସୂତ୍ରରୁ ଦେଶୀ ବନ୍ଧୁକ ସବୁ ଶିମିଳିପାଳ ସଂଲଗ୍ନ ଅଞ୍ଚଳକୁ ପହଞ୍ଚୁଛି ତାହା ସ୍ୱତନ୍ତ୍ର ଭାବେ ଅନୁସନ୍ଧାନ କରାଗଲେ ବହୁ ତଥ୍ୟ ପଦାକୁ ଅସିପାରନ୍ତା।

Hot this week

ବାରବାଟୀରେ ଭାରତର ବିରାଟ ବିଜୟ

କଟକ -   ବାରବାଟୀରେ ଭାରତର ବିରାଟ ବିଜୟ । ଦକ୍ଷିଣ ଆଫ୍ରିକାକୁ...

ଛାତ୍ରଙ୍କୁ ରାଗିଂ: ଡ୍ରଗ୍ସ ନେବାକୁ ବାଧ୍ୟ କଲେ, ପାଇଖାନା ଚଟାଣ ଚଟାଇଲେ

ପିପିଲି: ରାଜ୍ୟର ଏକ ପ୍ରମୁଖ ଘରୋଇ ବିଶ୍ୱବିଦ୍ୟାଳୟ ଅଧୀନରେ ଥିବା ରାଜଧାନୀ...

ଦକ୍ଷିଣ ଆଫ୍ରିକାକୁ ୧୭୬ ରନର ଟାର୍ଗେଟ

ସମାଜଲାଇଭ ଡେସ୍କ: ବାରବାଟୀ ଟି-୨୦ ମ୍ୟାଚରେ ଭ୍ରମଣକାରୀ ଦକ୍ଷିଣ ଆଫ୍ରିକାକୁ ୧୭୬...

ଭାରତର ପଞ୍ଚମ ଓ୍ୱିକେଟ ପତନ

ସମାଜଲାଇଭ ଡେସ୍କ: ବାରବାଟୀ ଟି-୨୦ ମ୍ୟାଚରେ ଭାରତର ପଞ୍ଚମ ଓ୍ୱିକେଟ ପତନ...

ଭାରତର ତୃତୀୟ ଓ୍ୱିକେଟର ପତନ

ସମାଜଲାଇଭ ଡେସ୍କ: ବାରବାଟୀ ଟି-୨୦ ମ୍ୟାଚରେ ଭାରତକୁ ତୃତୀୟ ଓ୍ୱିକେଟ୍‌ର ପତନ...

Related Articles

Popular Categories