www.samajalive.in
Sunday, December 7, 2025
23.1 C
Bhubaneswar

କରତାରପୁର କରିଡର: ଇମ୍ରାନଙ୍କୁ ଶ୍ରେୟ ଦେଲେ ସିଧୁ

ନୂଆଦିଲ୍ଲୀ : ଶିଖ ଶ୍ରଦ୍ଧାଳୁଙ୍କ ପାଇଁ କରତାରପୁର କରିଡର ଖୋଲାଯିବାର ବାସ୍ତବ ଶ୍ରେୟ ପାକିସ୍ତାନ ପ୍ରଧାନମନ୍ତ୍ରୀ ଇମ୍ରାନ ଖାନ୍‍ଙ୍କର ବୋଲି ପଞ୍ଜାବ ମନ୍ତ୍ରୀ ନବଜୋତ ସିଂହ ସିଧୁ ସୋମବାର କହିଛନ୍ତି। ଏହି କରିଡର ଖୋଲିବା ଲାଗି ଦୀର୍ଘ ୨୪ ବର୍ଷ ଧରି ପ୍ରାର୍ଥନା କରୁଥିବା ଲୋକଙ୍କୁ ମଧ୍ୟ ଏହାର ଶ୍ରେୟ ଯାଉଛି ବୋଲି ସେ ଦର୍ଶାଇଛନ୍ତି। କରତାରପୁର କରିଡରକୁ ନେଇ କୌଣସି ରାଜନୈତିକ ବିବାଦରେ ସମ୍ପୃକ୍ତ ନ ହେବାକୁ ସାଧାରଣ ଲୋକଙ୍କୁ ନିବେଦନ କରି ସିଧୁ କହିଛନ୍ତି ଏହି କରିଡରର ଶୀଳାନ୍ୟାସକୁ ନେଇ ସମଗ୍ର ବିଶ୍ୱ ଆନନ୍ଦିତ। ଲୋକେ ନୁସରତ ଫତେ ଅଲ୍ଲୀ ଖାନ୍‍ ଏବଂ ଗୁଲାମ ଅଲ୍ଲୀଙ୍କ ସଙ୍ଗୀତ ଶୁଣି ନିଜ ନିଜର ମତଭେଦ ଦୂର କରିବାର ସୁଯୋଗ ଆସିଛି। ସେହିଭଳି ଇମ୍ରାନଙ୍କୁ ପ୍ରଶଂସା କରି ସେ କହିଛନ୍ତି ଦୀର୍ଘ ୨୪ ବର୍ଷର ସଂଘର୍ଷ ପରେ ପ୍ରଧାନମନ୍ତ୍ରୀ ପଦ ଲାଭ କରିଥିବା ଏହି ବ୍ୟକ୍ତି କରତାରପୁର କରିଡରକୁ ବାସ୍ତବ ରୂପ ଦେବାରେ ଗୁରୁତ୍ୱପୂର୍ଣ୍ଣ ଉଦ୍ୟମ କରିଛନ୍ତି। ପଞ୍ଜାବର ଗୁରଦାସପୁରଠାରୁ ଐତିହାସିକ କରତାରପୁର ସାହିବ ଗୁରୁଦ୍ୱାରକୁ ରାସ୍ତା ନିର୍ମାଣ ନେଇ କେନ୍ଦ୍ର ସରକାରଙ୍କ ନିଷ୍ପତ୍ତିକୁ ମଧ୍ୟ ସେ ପ୍ରଶଂସା କରିଛନ୍ତି। ନଭେମ୍ବର ୨୮ରେ ଅନୁଷ୍ଠିତ ହେବାକୁ ଥିବା କତାରପୁର କରିଡର ଉତ୍ସବରେ ଯୋଗ ଦେବା ଲାଗି ପାକିସ୍ତାନର ଆମନ୍ତ୍ରଣକୁ ସିଧୁ ରବିବାର ସ୍ୱୀକାର କରିଥିଲେ।

Hot this week

ଗୋଆ ଅଗ୍ନିକାଣ୍ଡ : ନାଇଟ୍ କ୍ଲବ୍ ମାଲିକଙ୍କ ବିରୋଧରେ ମାମଲା ରୁଜୁ

ସମାଜ ଲାଇଭ ଡ଼େସ୍କ : ଗୋଆ ନାଇଟ୍ କ୍ଲବ୍ ଅଗ୍ନିକାଣ୍ଡ ଘଟଣାରେ...

ବୁଡିଗଲେ ଦୁଇ ସାଙ୍ଗ: ଜଣେ ମୃତ

ଦିଗପହଣ୍ଡି : ଗଞ୍ଜାମ ଜିଲ୍ଲା ଦିଗପହଣ୍ଡି ଚୁଡଙ୍ଗଗଡ ମନ୍ଦିରବନ୍ଧରେ ଅଭାବନୀୟ ଘଟଣା...

ଜାଣନ୍ତୁ କାହିଁକି ଏତେ ବଢିଛି ସୁନାଦର- ରୂପା ଦୁଇ ଗୁଣା ବଢିଛି

ନୂଆଦିଲ୍ଲୀ - କ୍ରମାଗତ ଦ୍ୱିତୀୟ ସପ୍ତାହ ପାଇଁ ସୁନା ଏବଂ ରୂପା...

୩ୟ ଦିନରେ ଶିକ୍ଷକଙ୍କ ଆନ୍ଦୋଳନ ଜାରି

ଭୁବନେଶ୍ୱର : ଆଜି ତୃତୀୟ ଦିନରେ ବି ଭୁବନେଶ୍ଵର ​‌ଲୋୟର ପିଏମ୍‌ଜିରେ...

ଏସ୍‌ଆଇ ନିଯୁକ୍ତି ଦୁର୍ନୀତି ମାମଲା : ଯବାନଙ୍କ ସମେତ ଦୁଇ ଅଟକ

ଭୁବନେଶ୍ଵର : ପୁଲିସ ଏସ୍‌ଆଇ ନିଯୁକ୍ତି ଦୁର୍ନୀତି ମାମଲା । ଏସ୍ଏ‌ସ୍‌ବି...

Related Articles

Popular Categories