www.samajalive.in
Monday, December 15, 2025
24.1 C
Bhubaneswar

କୁମାରପୁରରେ ଶ୍ରୀରାମଲୀଳା ଉତ୍ସବ

ଗୁରୁଡିଝାଟିଆ :  ଗୁରୁଡିଝାଟିଆ ଥାନା ଅନ୍ତର୍ଗତ କୁମାରପୁରରେ ମହାବୀର ସାଂସ୍କୃତିକ ପରିଷଦ ପକ୍ଷରୁ ଶ୍ରୀରାମଲୀଳା ପରିବେଷଣ କରାଯାଉଛି । ବୁଧବାର କଖଡିର ମା ହିଙ୍ଗୁଳାୟୀ ରାମଲୀଳା ପ୍ରଚାର ଓ ପ୍ରସାର ସମିତିର କଳାକାରମାନେ ମହିରାବଣ ବଧ ଅତି ଚମତ୍କାର ଭାବରେ ପରିବେଷଣ କରି ଉପସ୍ଥିତ ରାମଳୀଳା ପ୍ରେମୀଙ୍କ ଚିତ୍ତହରଣ କରିଥିଲେ। ଗାଁର ଉତ୍ସାହୀ ଯୁବକ ଓ ଅନୁଷ୍ଠାନ ଉଦ୍ୟୋକ୍ତା ଶ୍ରୀକାନ୍ତ କୁମାର ନାୟକ ,ରମାକାନ୍ତ ସାହୁଙ୍କ ପ୍ରତ୍ୟେକ୍ଷ ତତ୍ୱାବଧାନରେ ମହାବୀର ସାଂସ୍କୃତିକ ପରିଷଦର ସଦସ୍ୟମାନେ କାର୍ଯ୍ୟକ୍ରମକୁ ସୁଚାରୁରୂପେ ସଂପାଦନ କରିଥିବା ବେଳେ କଖଡି ଗ୍ରାମ୍ୟ କମିଟି ସଭାପତି ଦିଲ୍ଳିପ ଛତାର, ପୂର୍ବତନ ସମିତି ସଭ୍ୟ ନରେନ୍ଦ୍ର କୁମାର ସାହୁ, ନିର୍ଦ୍ଦେଶକ ମାୟାଧର ଦଳାଇ, ସଂଗୀତଜ୍ଞ କୁବେର ଚରଣ ସାହୁ, ସାମ୍ବାଦିକ ଶ୍ୱେତକାନ୍ତ ବେହେରା ପ୍ରମୁଖ ଅତିଥି ଭାବରେ ଯୋଗ ଦେଇଥିଲେ । ଏହି ଅବସରରେ ଅନୁଷ୍ଠାନ ପକ୍ଷରୁ ଶ୍ରୀରାମ ବନବାସ, ବାଳିବଧ ପରିବେଷଣ କରାଯାଇଥିବା ବେଳେ ଗୋବିନ୍ଦପୁର ରାମଲୀଳା ସମିତି ଶ୍ରୀରାମଜନ୍ମ ଲୀଳା ପରିବେଷଣ କରିଥିଲେ।

 

Hot this week

ମିଥ୍ୟା ପିନ୍ଧିଥାଏ ବସନ….

ଆମେରିକାର ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ଦାୟିତ୍ୱ ନେବା ପରଠାରୁ ବର୍ତ୍ତମାନ ପର୍ଯ୍ୟନ୍ତ...

ଶ୍ରମଜୀବୀ ନା ଶ୍ରମଯୋଗୀ

ଖଣିଜ ପଦାର୍ଥ ସମୃଦ୍ଧ ରାଜ୍ୟ ମଧ୍ୟରେ ଅବିଭକ୍ତ ବିହାର ଓ ଓଡ଼ିଶା...

ଆଜିର ପଞ୍ଚାଙ୍ଗ: ସତର୍କ ରୁହନ୍ତୁ, ୧ଘଣ୍ଟା ପାଇଁ ରହିବ ରାହୁକାଳ

ସମାଜ ଡିଜିଟାଲ ଡେସ୍କ: ସନାତନ ଧର୍ମର ଅନୁଗାମୀମାନଙ୍କ ପାଇଁ ସଫଲା ଏକାଦଶୀର...

ଚିନ୍ତାକଳ୍ପ : ସ୍ଥିତପ୍ରଜ୍ଞ ମହାତ୍ମା

ଏକଦା ତୀର୍ଥଙ୍କର ମହାବୀର ପୂର୍ବ ଦିଗକୁ ମୁହଁକରି ଆଖିବୁଜି ଧ୍ୟାନସ୍ଥ ଥାଆନ୍ତି।...

ସମ୍ପାଦକୀୟ : ଷ୍ଟାମ୍ପ ଡ୍ୟୁଟି ସଂଶୋଧନ

ସାଧାରଣଙ୍କୁ ସୁହାଇବା ଉଚିତ ନିଜର ଗୋଟିଏ ଘର ତୋଳିବା କିମ୍ବା ଛୋଟ ଜମିଟିଏ...

Related Articles

Popular Categories