ଫୁଲବାଣୀ: ଜିଲ୍ଲା ଶିଶୁ ସୁରକ୍ଷା ୟୁନିଟ କନ୍ଧମାଳ ତରଫରୁ ଗୁରୁବାର ଦିନ ଫୁଲବାଣୀ, ଫିରିଙ୍ଗିଆ, ଖଜୁରୀପଡା, ଚକାପାଦ, ଟିକାବାଲି ଓ ଜି ଉଦୟଗିରି ୬ଟି ପଞ୍ଚାୟତ ସମିତର ଅଧ୍ୟକ୍ଷ, ସମିତି ସଭ୍ୟ ସଭ୍ୟା, ଜିିଲ୍ଲାପରିଷଦ ସଭ୍ୟ ସଭ୍ୟା ଓ ସରପଞ୍ଚ ମାନଙ୍କୁ ନେଇ ଶିଶୁ ସୁରକ୍ଷା ସମ୍ପର୍କୀତ ସଚେତନତା ତଥା କର୍ମଶାଳା ଅନୁଷ୍ଠିତ ହୋଇଯାଇଛି। ଏହି କାର୍ଯ୍ୟକ୍ରମରେ ଜିିଲ୍ଲା ଶିଶୁ ସୁରକ୍ଷା ଅଧିକାରିଣୀ ରଶ୍ମିତା କରଣ ଅଧ୍ୟକ୍ଷତା କରିଥିବା ବେଳେ ମୁଖ୍ୟ ଅତିଥି ଭାବେ ଜିିଲ୍ଲା ଗ୍ରାମ୍ୟ ଉନ୍ନୟନସଂସ୍ଥା ନିର୍ଦ୍ଦେଶକ ବିଶ୍ବରଞ୍ଜନ ନାୟକ, ସମ୍ମାନିତ ଅତିଥି ଭାବେ ଜିଲ୍ଲା ଶିଶୁମଙ୍ଗଳ କମିଟି ଅଧ୍ୟକ୍ଷ ଅଶୋକ କୁମାର ବେହେରା, ଜିିଲ୍ଲା ସମାଜ ମଙ୍ଗଳ ଅଧିକାରିଣୀ ମଞ୍ଜୁଳା ପ୍ରଧାନ, ମହିଳା ସୁରକ୍ଷା ଅଧିକାରିଣୀ ଏସ୍ ଗାୟତ୍ରୀ, ଆକ୍ସନଏଡ୍ ଜିିଲ୍ଲା ସଂଯୋଜିକା ସଂଧ୍ୟାରାଣୀ ନାୟକ, ଫିରିଙ୍ଗିଆ, ଖଜୁରୀପଡା, ଫୁଲବାଣୀ, ଟିକାବାଲି, କ ନୁଆଗାଁର ପଞ୍ଚାୟତ ପ୍ରତିନିଧିମାନେ ଏବଂ ସମ୍ମନ୍ବିତ ଶିଶୁବିକାଶ ଅଧିକାରିଣୀମାନେ ଉପସ୍ଥିତ ଥିଲେ।
ମୁଖ୍ୟ ଅତିଥି ଜିିଲ୍ଲା ଗ୍ରାମ୍ୟଉନ୍ନୟନ ପ୍ରକଳ୍ପ ନିର୍ଦ୍ଦେଶକ ବିଶ୍ବରଞ୍ଜନ ନାୟକ ଶିଶୁମାନେ ଦେଶର ଭବିଷ୍ୟତ ତେଣୁ ଶିଶୁଙ୍କ ସୁରକ୍ଷା ଯତ୍ନ ପ୍ରତି ଧ୍ୟାନ ଦେବା ସମସ୍ତଙ୍କ ଦାୟିତ୍ୱ ବୋଲି ମତାମତ ପ୍ରଦାନ କରିଥିଲେ। ଅଧ୍ୟକ୍ଷ ଶିଶୁ ମଙ୍ଗଳ କମିଟି ଶିଶୁ ସୁରକ୍ଷାରେ ପଞ୍ଚାୟତ ପ୍ରତିନିଧିମାନଙ୍କ ଭୁମିକା ସମ୍ପର୍କରେ ସୁଚନା ପ୍ରଦାନ କରିଥିଲେ।



