www.samajalive.in
Sunday, December 14, 2025
19.1 C
Bhubaneswar

ବୃତ୍ତିରେ ଡାକ୍ତର, କିନ୍ତୁ ମଞ୍ଚରେ ରାବଣ: ସ୍ତ୍ରୀ ଓ ପ୍ରସୂତି ବିଶେଷଜ୍ଞ ଡାକ୍ତର ରୁଦ୍ର ନାରାୟଣ

ବଲାଙ୍ଗିର: ବୃତ୍ତିରେ ଡାକ୍ତର। କିନ୍ତୁ ମଞ୍ଚରେ ସେ ରାବଣ। ବୃତ୍ତିଗତ ଜୀବନରୁ ସମୟ ବାହାର କରି ଲୋକଙ୍କ ମଧ୍ୟରେ ଧାର୍ମିକ ଚେତନା ଜାଗ୍ରତ କରିପାରିଛନ୍ତି। ଜଗନ୍ନାଥପଡ଼ା ଓ ରାମଜୀପଡ଼ା ପକ୍ଷରୁ ଦୀର୍ଘ ଦୁଇ ଦଶନ୍ଧି ପରେ ରାମଲୀଳାରେ ରାବଣ ଭୂମିକାରେ ଅଭିନୟ କରି ସମସ୍ତଙ୍କୁ ଆଶ୍ଚର୍ଯ୍ୟ କରିଦେଇଛନ୍ତି ସ୍ତ୍ରୀ ଓ ପ୍ରସୂତି ବିଶେଷଜ୍ଞ ଡା.ରୁଦ୍ର ନାରାୟଣ ପଟେଲ। ଡା.ପଟେଲ ରାମଲୀଳାରେ ରାବଣ ଭୂମିକାରେ ଅଭିନୟ କରି ଦେଖଣାହାରୀଙ୍କ ମନ ଜିତିଛନ୍ତି। ଏହା ଆୟୋଜକଙ୍କୁ ବି ଉତ୍ସାହିତ କରିଛି। ସୁପ୍ତ ହୋଇଯାଉଥିବା ରାମଲୀଳା ପ୍ରତି ବିମୁଖ ଯୁବ ବର୍ଗଙ୍କୁ ଆକର୍ଷିତ କରିବା ପାଇଁ ଇନ୍ଧନ ଯୋଗାଇଛି।

ରାମାୟଣରେ ରାବଣ ଭିନ୍ନ ଏକ ବ୍ୟକ୍ତିତ୍ୱ। ତାଙ୍କୁ ଖଳ ଦୃଷ୍ଟିରେ ଦେଖାଯାଉଥିଲେ ବି ସେ ମହାଜ୍ଞାନୀ, ବ୍ରାହ୍ମଣ, ଯୋଦ୍ଧା, ଚିକିତ୍ସକ। ନାରୀଙ୍କ ପ୍ରତି ରାବଣର ବିଶେଷ ସମ୍ମାନ। ସୀତାଙ୍କୁ ସେ ତାଙ୍କ ଝିଅ ସମ୍ମାନରେ ସ୍ନେହ ଓ ଆଦର କରିଥିଲେ। ତାଙ୍କ ପ୍ରସୂତି ସମ୍ବନ୍ଧୀୟ ଚିକିତ୍ସା ପାଇଁ ଆସ୍ୱାରମ୍ଭ ବୃକ୍ଷ ମୂଳରେ ଆଶ୍ରିତ କରାଇଥିଲେ। ଯାହାକି ପୁରାଣରେ ବର୍ଣ୍ଣିତ ହୋଇଛି। ଆଉ ଡା.ପଟେଲ ସ୍ୱତଃ ପ୍ରସୂତି ମା’ମାନଙ୍କ ଚିକିତ୍ସା କରୁଥିବା ବେଳେ ଅବସର ସମୟରେ ତାଙ୍କ ଅଭିନୟ ଅଧିକ ଜୀବନ୍ତ ହୋଇପାରିଛି। ଡାକ୍ତର ଭାବେ ନିଷ୍ଠାର ସହିତ କାମ କରି ଆସୁଥିବା ଡା.ପଟେଲ ନିଜ ଅଭିନୟରେ ଦର୍ଶକଙ୍କୁ ବାନ୍ଧି ରଖିବା ସହ ପ୍ରିୟପାତ୍ର ହୋଇପାରିଛନ୍ତି। ଏହି ଅବସରରେ ଡା.ପଟେଲ କହିଛନ୍ତି ଯେ, ସେ ନିୟମିତ ଅଭ୍ୟାସ କରୁଥିଲେ। ଗୁରୁମାନଙ୍କଠାରୁ ଶିକ୍ଷା ନେଉଥିଲେ। ରାମଲୀଳାକୁ ବଞ୍ଚାଇବା ପାଇଁ ପ୍ରୟାସରେ ଭାଗିଦାରୀ ହୋଇଛି। ଛୋଟ ବେଳେ ଆମେ ୟୁ ଟ୍ୟୁବ ଦେଖି ନଥିଲୁ। ଖରା ଦିନେ ରାମଲୀଳା ଦେଖୁଥିଲୁ। ସେଥିରୁ ଶିଖୁଥିଲୁ। ବର୍ଷେ ଯାଏ ପୁଣି ଅପେକ୍ଷା କରିଥିଲୁ। ସାମାଜିକ ଦୃଷ୍ଟିରୁ ରାମଲୀଳା ଖରାପ ନୁହେଁ। ସଂସ୍କୃତି, ଶୈଳୀକୁ ବଞ୍ଚାଇବାର ପ୍ରୟାସ କରୁଛୁ କହିଛନ୍ତି ଡା.ପଟେଲ। ଆଧୁନିକତା ଭିତରେ ବି ଲୀଳା ସଂସ୍କୃତି ବଞ୍ଚିଛି ଓ ବଞ୍ଚିବ ବୋଲି ଦର୍ଶକଙ୍କ ଆଦୃତିରୁ ବିଶ୍ୱାସ ହେଉଛି। ଯାହାକି ଆମକୁ ଆଗାମୀ ଦିନ ପାଇଁ ପ୍ରେରଣା ଯୋଗାଇବ କହିଛନ୍ତି ଡା.ପଟେଲ।

Hot this week

ସିଡ୍‌ନୀ ଗୁଳିକାଣ୍ଡ: ମୃତ୍ୟୁ ସଂଖ୍ୟା ୧୨କୁ ବୃଦ୍ଧି

ସିଡନୀ: ସିଡନୀର ବଣ୍ଡି ବିଚ୍‌ ଗୁଳିକାଣ୍ଡରେ ମୃତ୍ୟୁ ସଂଖ୍ୟା ୧୨କୁ ବୃଦ୍ଧି...

ସାଂସଦ ଅପରାଜିତ ଷଡ଼ଙ୍ଗୀଙ୍କ ଝିଅ ବିବାହ ଭୋଜି ଅନୁଷ୍ଠିତ

ଭୁବନେଶ୍ୱର: ସାସଂଦ ଅପରାଜିତା ଷଡଙ୍ଗୀଙ୍କ ଝିଅଙ୍କ ବିବାହ ଭୋଜି ରବିବାର ଭୁବନେଶ୍ଵର...

ଟସ୍‌ ଜିତି ବୋଲିଂ କରିବ ଭାରତ

ସମାଜଲାଇଭ ଡେସ୍କ: ଧର୍ମଶାଳାରେ ହେଉଥିବା ୩ୟ ଟି-୨୦ ମ୍ୟାଚରେ ଭାରତ ଟସ...

ଗୋପାଳପୁରରେ ୩ ଦିନିଆ ଦକ୍ଷିଣ ଏସୀୟ ମୈତ୍ରୀ ସମ୍ମିଳନୀ ଉଦଯାପିତ, ଯୋଗଦେଲେ ୧୮ଟି ରାଜ୍ୟର ପ୍ରତିନିଧି

ସମାଜ ନ୍ୟୁଜ ଡେସ୍କ- ଗଞ୍ଜାମ ଜିଲ୍ଲା ଗୋପାଳପୁର ବେଳାଭୂମି ଠାରେ ଥିବା...

କାର ଧକ୍କାରେ ବାଇକ୍ ଆରୋହୀ ମୃତ

ରେଙ୍ଗାଲିକ୍ୟାମ୍ପ: ଅତାବିରାସ୍ଥିତ ଏକ ପେଟ୍ରୋଲ ପମ୍ପ ସମ୍ମୁଖରେ ସଡ଼କ ଦୁର୍ଘଟଣାରେ ଜଣେ...

Related Articles

Popular Categories