ଶ୍ରୀଦେବୀ, ଇରଫାନ୍ ଖାନ୍ଙ୍କୁ ଆଇଫା ପୁରସ୍କାର
ବ୍ୟାଙ୍କକ୍ : ଦିବଙ୍ଗତ କଳାକାର ଶ୍ରୀଦେବୀଙ୍କୁ ଶ୍ରେଷ୍ଠ ଅଭିନେତ୍ରୀ ଏବଂ କର୍କଟ ରୋଗରେ ପୀଡ଼ିତ ହୋଇ ଚିକିତ୍ସାଧୀନ ଥିବା ଇର୍ଫାନ୍ ଖାନ୍ଙ୍କୁ ଶ୍ରେଷ୍ଠ ଅଭିନେତା ଭାବେ ଚଳିତବର୍ଷ ଅନ୍ତର୍ଜାତୀୟ ଭାରତୀୟ ଚଳଚ୍ଚିତ୍ର ଏକାଡେମୀ (ଆଇଫା) ପୁରସ୍କାରରେ ସମ୍ମାନିତ କରାଯାଇଛି। ଅଭିନେତ୍ରୀ ବିଦ୍ୟା ବଲାନ୍ଙ୍କ ଅଭିନୀତ ‘ତୁହ୍ମାରୀ ସୁଲୁ’କୁ ଶ୍ରେଷ୍ଠ ଚଳଚ୍ଚିତ୍ର ଭାବେ ଏହି ପୁରସ୍କାର ଲାଭ କରିଛି। ଥାଇଲାଣ୍ଡ ରାଜଧାନୀ ବ୍ୟାଙ୍କକ୍ଠାରେ ତିନି ଦିନ ଧରି ଅନୁଷ୍ଠିତ ହୋଇଯାଇଥିବା ଏହି ପୁରସ୍କାର ବିତରଣୀ ସମାରୋହର ଅନ୍ତିମ ଦିବସ ରବିବାର ପୁରସ୍କାର ବିଜେତାଙ୍କ ନାମ ଘୋଷଣା କରାଯାଇଥିଲା। ଚଳଚ୍ଚିତ୍ର ‘ତୁହ୍ମାରୀ ସୁଲୁ’ ୭ଟି ବର୍ଗରେ ପୁରସ୍କାର ପାଇଁ ମନୋନୟନ ତାଲିକାରେ ସ୍ଥାନ ପାଇଥିଲା। ‘ହିନ୍ଦୀ ମିଡିୟମ୍’ ଚଳଚ୍ଚିତ୍ର ନିର୍ମାତା ସାକେତ୍ ଚୌଧୁରୀଙ୍କୁ ଶ୍ରେଷ୍ଠ ନିର୍ଦେଶକ ଭାବେ ପୁରସ୍କୃତ କରାଯାଇଥିବା ବେଳେ ଏଥିରେ ପ୍ରମୁଖ ଭୂମିକାରେ ଅଭିନୟ କରି ଇରଫାନ୍ ଶ୍ରେଷ୍ଠ ଅଭିନେତା ହେବାର ଗୌରବ ଲାଭ କରିଛନ୍ତି। ସେହିଭଳି ଚଳଚ୍ଚିତ୍ର ‘ମମ୍’ ପାଇଁ ଶ୍ରୀଦେବୀଙ୍କୁ ଶ୍ରେଷ୍ଠ ଅଭିନେତ୍ରୀ ଘୋଷଣା କରାଯାଇଛି। ଏଥିରେ ଅଭିନୟ ପାଇଁ ନୱାଜୁଦ୍ଦିନ୍ ସିଦ୍ଦିକି ଶ୍ରେଷ୍ଠ ପାର୍ଶ୍ବ-ଅଭିନେତ୍ରୀ ଓ ‘ସିକ୍ରେଟ୍ ସୁପରଷ୍ଟାର’ ପାଇଁ ମେହେର୍ ବିଜ୍ ଶ୍ରେଷ୍ଠ ପାର୍ଶ୍ବ-ଅଭିନେତ୍ରୀ, ‘ନ୍ୟୁଟନ୍’ ନିର୍ଦେଶକ ଅମିତ୍ ଭି. ମସୁରକାର ଶ୍ରେଷ୍ଠ କାହାଣୀକାର ଏବଂ ‘ବରେଲୀକି ବର୍ଫି’ ପାଇଁ ନୀତେଶ ତିୱାରୀ ଓ ଶ୍ରେୟାସ ଜୈନ୍ ଶ୍ରେଷ୍ଠ ସ୍କ୍ରିନ୍ ପ୍ଲେ ପୁରସ୍କାର ଲାଭ କରିଛନ୍ତି। ପୁରସ୍କାର ବିତରଣୀ ସମାରୋହରେ ପ୍ରମୁଖ ଅଭିନେତ୍ରୀ ରେଖା ଦୀର୍ଘ ୨୦ ବର୍ଷ ପରେ ମଞ୍ଚ ଉପରକୁ ଫେରି ରଙ୍ଗାରଙ୍ଗ ସାଂସ୍କୃତିକ କାର୍ଯ୍ୟକ୍ରମ ପରିବେଷଣ କରିଥିଲେ। ଏଥିସହ ଅଭିନେତା ରଣବୀର କପୁର, ବରୁଣ ଧୱନ୍, ଅର୍ଜୁନ କପୁର, ଶ୍ରଦ୍ଧା କପୁର, ବବି ଦେଓଲ, ଲୁଲିଆ ବାନ୍ତୁର, କୀର୍ତ୍ତି