www.samajalive.in
Monday, December 15, 2025
24.1 C
Bhubaneswar

ଶିକ୍ଷକ ପଦବୀ ପୂରଣ ଦାବିରେ ପ୍ରତିବାଦ ସଭା

ଚୌଦ୍ୱାର : ଚୌଦ୍ୱାର ପୌରପାଳିକା ଗୋଡ଼ିପାଟଣାସ୍ଥିତ ୫-ଟି ଅନ୍ତର୍ଭୁକ୍ତ ନିଗମାନନ୍ଦ ବିଦ୍ୟାପୀଠରେ ଖାଲି ପଡ଼ିଥିବା ଶିକ୍ଷକ ପଦବୀ ପୂରଣ ଦାବିରେ ବିଦ୍ୟାଳୟର ପୁରାତନ ଛାତ୍ର ସଂସଦ, ପରିଚାଳନା କମିଟି ଓ ଅଭିଭାବକ ମାନଙ୍କ ତରଫରୁ ଏକ ପ୍ରତିବାଦ ସଭା ଅନୁଷ୍ଠିତ ହୋଇଥିଲା । ୬୦୦ରୁ ଅଧିକ ଛାତ୍ରଛାତ୍ରୀ ପଢ଼ୁଥିବା ଏହି ବିଦ୍ୟାଳୟରେ ୨୧ଟି ଶିକ୍ଷକ ପଦବୀ ଥିବାବେଳେ ଏବେ ଖେଳ ଶିକ୍ଷକଙ୍କୁ ମିଶାଇ ମାତ୍ର ୮ଜଣ ଶିକ୍ଷକ ଶିକ୍ଷାଦାନ କରୁଛନ୍ତି । ବିଶେଷ କରି ବିଦ୍ୟାପୀଠରେ ଗଣିତ ଓ ବିଜ୍ଞାନ ଶିକ୍ଷକ ପଦବୀ ଦୀଘଦିନ ହେବ ଖାଲି ପଡ଼ିଛି । ଫଳରେ ଛାତ୍ରଛାତ୍ରୀଙ୍କୁ ଶିକ୍ଷାଦାନରେ ଘୋର ଅବ୍ୟବସ୍ଥା ଦେଖା ଦେଇଛି । ଏପରିସ୍ଥଳେ ସରକାର ବିଦ୍ୟାଳୟକୁ ୫ଟି ପ୍ରକଳ୍ପ ଅନ୍ତର୍ଭୁକ୍ତ କରି ଏହାର ଭିତ୍ତିଭୂମିର ଆଧୁନିକରଣ ଓ ସ୍ମାର୍ଟ କ୍ଲାସରୁମ୍ ବ୍ୟବସ୍ଥା କରି ବାହାବା ନେଉଥିବାବେଳେ ଛାତ୍ରଛାତ୍ରୀଙ୍କ ଭବିଷ୍ୟତ ଅନ୍ଧକାର ଭିତରକୁ ଠେଲି ହୋଇ ଯାଉଥିବା ଅଭିଭାବକ ମାନେ ଅଭିଯୋଗ କରିଛନ୍ତି । ଅନୁରୂପ ଭାବେ ଚୌଦ୍ୱାର ଅଞ୍ଚଳରେ ଥିବା ପ୍ରାୟ ସମସ୍ତ ସରକାରୀ ହାଇସ୍କୁଲରେ ଏଭଳି ଶିକ୍ଷକ ଅଭାବ ପରିଲକ୍ଷିତ ହେଉଛି । ଆଗାମୀ ସପ୍ତାହକ ମଧ୍ୟରେ ବିଦ୍ୟାପୀଠରେ ଖାଲି ପଡ଼ିଥିବା ଶିକ୍ଷକ ପଦବୀକୁ ସରକାର ପୂରଣ ନକଲେ ଆନ୍ଦୋଳନକୁ ଅହୁରି ବ୍ୟାପକ କରାଯିବ ବୋଲି ବିଦ୍ୟାପୀଠର ପୂର୍ବତନ ଛାତ୍ର ଅଜୟ କୁମାର ବେହେରା, ଆକୁଳାନନ୍ଦ ସ୍ୱାଇଁ, ମନୋରଞ୍ଜନ ସ୍ୱାଇଁ, ତୀର୍ଥାନନ୍ଦ ସୁବୁଦ୍ଧିରାୟ, ଶୁକଦେବଭୁୟାଁଁ, ଅଶୋକ ବେହେରା ପ୍ରମୁଖ ଚେତାବନୀ ଦେଇଛନ୍ତି ।

Hot this week

ମିଥ୍ୟା ପିନ୍ଧିଥାଏ ବସନ….

ଆମେରିକାର ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ଦାୟିତ୍ୱ ନେବା ପରଠାରୁ ବର୍ତ୍ତମାନ ପର୍ଯ୍ୟନ୍ତ...

ଶ୍ରମଜୀବୀ ନା ଶ୍ରମଯୋଗୀ

ଖଣିଜ ପଦାର୍ଥ ସମୃଦ୍ଧ ରାଜ୍ୟ ମଧ୍ୟରେ ଅବିଭକ୍ତ ବିହାର ଓ ଓଡ଼ିଶା...

ଆଜିର ପଞ୍ଚାଙ୍ଗ: ସତର୍କ ରୁହନ୍ତୁ, ୧ଘଣ୍ଟା ପାଇଁ ରହିବ ରାହୁକାଳ

ସମାଜ ଡିଜିଟାଲ ଡେସ୍କ: ସନାତନ ଧର୍ମର ଅନୁଗାମୀମାନଙ୍କ ପାଇଁ ସଫଲା ଏକାଦଶୀର...

ଚିନ୍ତାକଳ୍ପ : ସ୍ଥିତପ୍ରଜ୍ଞ ମହାତ୍ମା

ଏକଦା ତୀର୍ଥଙ୍କର ମହାବୀର ପୂର୍ବ ଦିଗକୁ ମୁହଁକରି ଆଖିବୁଜି ଧ୍ୟାନସ୍ଥ ଥାଆନ୍ତି।...

ସମ୍ପାଦକୀୟ : ଷ୍ଟାମ୍ପ ଡ୍ୟୁଟି ସଂଶୋଧନ

ସାଧାରଣଙ୍କୁ ସୁହାଇବା ଉଚିତ ନିଜର ଗୋଟିଏ ଘର ତୋଳିବା କିମ୍ବା ଛୋଟ ଜମିଟିଏ...

Related Articles

Popular Categories