www.samajalive.in
Monday, December 15, 2025
27.1 C
Bhubaneswar

ଗୋପବନ୍ଧୁ ମହିଳା ସ୍ନାତକ କଲେଜ ଶିକ୍ଷା ବିଭାଗର ପାଠଚକ୍ର

ଆଠଗଡ : ଆଠଗଡସ୍ଥିତ ଗୋପବନ୍ଧୁ ମହିଳା ସ୍ନାତକ ମହାବିଦ୍ୟାଳୟ ଶିକ୍ଷା ବିଭାଗ ଆନୁକୁଲ୍ୟରେ ଏକ ପାଠଚକ୍ର ସୋମବାର କଲେଜ ପରିସରରେ ଆୟୋଜିତ ହୋଇଯାଇଛି । କଲେଜର ଅଧ୍ୟକ୍ଷା ସଂଗୀତ ମହାପାତ୍ରଙ୍କ ପୌରୋହିତ୍ୟରେ ଅନୁଷ୍ଠିତ ‘ସ୍ୱତନ୍ତ୍ର ତଥା ଦିବ୍ୟାଙ୍ଗ ପିଲାଙ୍କ ପାଇଁ ସ୍ୱତନ୍ତ୍ର ଶିକ୍ଷା’ ଶୀର୍ଷକ ଏହି ଆଲୋଚନା ଚକ୍ରରେ କେନ୍ଦୁଝର ଜିଲ୍ଲା ଆନନ୍ଦପୁରର ଫକିରପୁରଠାରେ ପ୍ରତିଷ୍ଠିତ ଆନନ୍ଦପୁର ଆଞ୍ଚଳିକ ପ୍ରଶିକ୍ଷଣ ମହାବିଦ୍ୟାଳୟର ସହଯୋଗୀ ପ୍ରଫେସର ପ୍ରଭାତ କୁମାର ସାହୁ ବିଷୟ ଭିତ୍ତିକ ମୁଖ୍ୟବକ୍ତା ଭାବେ ଯୋଗଦେଇ ଆଲୋଚନା ଚକ୍ରର ବିଷୟବସ୍ତୁ ଉପରେ ନିଜର ବିସ୍ତୃତ ଅଭିଭାଷଣ ରଖିଥିଲେ । ସ୍ୱତନ୍ତ୍ର ତଥା ଦିବ୍ୟାଙ୍ଗ ପିଲାଙ୍କ ବିବିଧତା ଓ ବିଭିନ୍ନତାକୁ ଦୃଷ୍ଟିରେ ରଖି କିପରି ଶିକ୍ଷାଦାନ କରାଯିବ ସେ ସଂପର୍କରେ ଶ୍ରୀ ସାହୁ ଆଲୋକପାତ କରିଥିଲେ। ଜାତୀୟ ଶିକ୍ଷା ଆୟୋଗ ୨୦୨୦, ଶିକ୍ଷା ଅଧିକାର ଆଇନ ୨୦୦୯, ଦିବ୍ୟାଙ୍ଗ ଅଧିକାର ଆଇନ ୨୦୧୬ ସଂପର୍କରେ ମୁଖ୍ୟବକ୍ତା ଶ୍ରୀ ସାହୁ ବୁଝାଇଥିଲେ। କଲେଜର ଶିକ୍ଷା ବିଭାଗୀୟ ମୁଖ୍ୟ ଅଧ୍ୟାପିକା ଟ୍ୱିଙ୍କିଲ ମିଶ୍ରଙ୍କ ସଂଯୋଜନାରେ ଅନୁଷ୍ଠିତ ଏହି ପାଠଚକ୍ରରେ +୩ ଦ୍ୱିତୀୟ ବର୍ଷ ଛାତ୍ରୀ ତପସ୍ୱିନୀ ସାହୁ ଓ ପ୍ରୀତିପ୍ରିୟଦର୍ଶିନୀ ସାହୁ ନିଜ ଦ୍ୱାରା ଲିଖିତ ସନ୍ଦର୍ଭ ଉପସ୍ଥାପନା କରିଥିଲେ। ମୁଖ୍ୟବକ୍ତା ଶ୍ରୀ ସାହୁ ଉପସ୍ଥିତ କଲେଜର ଶିକ୍ଷା ବିଷୟର ଛାତ୍ରୀଙ୍କର ବିଭିନ୍ନ ପ୍ରଶ୍ନର ଉତ୍ତର ରଖିବା ସହ ଶିକ୍ଷାଦାନ ପଦ୍ଧତି ସଂପର୍କରେ ଏବଂ ସ୍ୱତନ୍ତ୍ର ଶ୍ରେଣୀ ପିଲାଙ୍କୁ ଶିକ୍ଷାଦାନ ସମୟରେ ଉପୁଜୁଥିବା ସମସ୍ୟାକୁ କିପରି ଦୂର କରାଯାଇପାରିବ ସେ ବିଷୟରେ ବୁଝାଇଥିଲେ। ବିଭାଗୀୟ ଅଧ୍ୟାପିକା ମନ୍ଦାକିିନି ସାହୁ ଧନ୍ୟବାଦ ଅର୍ପଣ କରିଥିଲେ ।

Hot this week

ଫୁଙ୍କନଳୀରେ ପିଟି ପ୍ରେମିକାଙ୍କୁ ହତ୍ୟା

ନୟାଗଡ଼: ନୟାଗଡ଼ ଜିଲା ଶରଣକୁଳ ଥାନା ସାବିଦେଇପୁର ଅଞ୍ଚଳରେ ଏକ ଅଭାବନୀୟ...

ଦନ୍ତା ହାତୀର ମୃତ୍ୟୁ

ଅନୁଗୋଳ: ଅନୁଗୋଳ ବନଖଣ୍ଡ ଅନ୍ତର୍ଗତ ପୋକୁଣ୍ଡା ସେକ୍ସନ୍ ମାଣିକଯୋଡ଼ି ପଞ୍ଚାୟତ ବାଲିଆପଶିଠାରେ...

ରାଜ୍ୟପାଳଙ୍କ ଏଡିସି ଭାବେ ନିଯୁକ୍ତ ହେଲେ ନୌସେନା ଅଧିକାରୀ ଲେଫ୍ଟନାଣ୍ଟ ହର୍ଷିତ ଦେଓ

ଭୁବନେଶ୍ୱର: ନୌସେନା ଅଧିକାରୀ ଲେଫ୍ଟନାଣ୍ଟ ହର୍ଷିତ ଦେଓ ସୋମବାର ଦିନ ଓଡ଼ିଶା...

କୁହୁଡ଼ି ପାଇଁ ମୋଦୀଙ୍କ ବିମାନ ବିଳମ୍ବ

ସମାଜ ଲାଇଭ ଡ଼େସ୍କ : ଘନ କୁହୁଡ଼ି ଜାତୀୟ ଦିଲ୍ଲୀକୁ ଘେରି...

ମେସିଙ୍କ ବିମାନ ବିଳମ୍ବ

ସମାଜ ଲାଇଭ ଡ଼େସ୍କ : ଦିଲ୍ଲୀରେ ପ୍ରବଳ ମାତ୍ରାରେ ପ୍ରଦୂଷଣ ଯୋଗୁଁ...

Related Articles

Popular Categories