ବିଦ୍ୟୁତ୍ ସର୍ଟ ସର୍କିଟରୁ ଅଗ୍ନିକାଣ୍ଡ ; ଲକ୍ଷାଧିକ ଟଙ୍କାର ସମ୍ପତ୍ତି ପୋଡି ପାଉଁଶ
ଆଠଗଡ଼ : ଆଠଗଡ଼ ଥାନା ଅନ୍ତର୍ଗତ ଖୁଣ୍ଟକଟା ପଞ୍ଚାୟତ ଅଧିନସ୍ଥ ରେଗେଡାପଡା ଗ୍ରାମରେ ଆକସ୍ମିକ ଅଗ୍ନିକାଣ୍ଡ ଘଟି ଲକ୍ଷାଧିକ ଟଙ୍କାର ସମ୍ପତ୍ତି ପୋଡି ପାଉଁଶ ହୋଇ ଯାଇଥିବା ଜଣାପଡିଛି। ବିଦ୍ୟୁତ ସଟ୍ ସର୍କିଟ ଯୋଗୁଁ ହୋଇ ଥିବା ଏହି ଅଗ୍ନିକାଣ୍ଡରେ ସେହି ଗ୍ରାମର ଅଜୟ କୁମାର ଖଟୁଆଙ୍କର ଦୁଇ ବଖରା ଘର ସଂପୂର୍ଣ୍ଣ ଭସ୍ମୀଭୂତ ହୋଇଯାଇଛି । ଏଥିସହିତ ଝିଅ ବାହାଘର ପାଇଁ ରଖିଥିବା ନଗଦ ତିନି ଲକ୍ଷ ଟଙ୍କା, ସୁନା ଅଳଙ୍କାର ସହିତ ବାହାଘରର ଅନ୍ୟାନ୍ୟ ସାମଗ୍ରୀ, ୧୪ କ୍ଵିଣ୍ଟାଲ ଚାଉଳ ଓ ଘରର ସମସ୍ତ ଆସବାବ ପତ୍ର ନିଆଁରେ ପୋଡିଯାଇଛି । ଖବର ପାଇ ଆଠଗଡ଼ ଅଗ୍ନିଶମ ବିଭାଗ ଘଟଣା ସ୍ଥଳରେ ପହଞ୍ଚି ନିଆଁକୁ ଆୟତ୍ତ କରିଥିବା ଜଣାପଡିଛି । ଖୁଣ୍ଟକଟା ପଞ୍ଚାୟତ ସରପଞ୍ଚ ମନୋଜ ନାୟକ ଅଗ୍ନି ବିପନ୍ନଙ୍କ ନିକଟରେ ପହଞ୍ଚି ଶୁଖିଲା ଏବଂ ରନ୍ଧା ଖାଦ୍ୟ ଯୋଗାଇ ଦେଇଥିବା ଜଣାପଡିଛି ।
Comments are closed.