www.samajalive.in
Sunday, December 7, 2025
23.1 C
Bhubaneswar

ଲକ୍‌ଡାଉନ ନିୟମ ଉଲ୍ଲଂଘନ କଲେ ଦେଖିବା ମାତ୍ରେ ଗୁଳି ନିର୍ଦେଶ ଦିଆଯିବ: କେସିଆର

ହାଇଦ୍ରାବାଦ: ସାରା ଦେଶକୁ ଲକ୍‌ଡାଉନ କରାଯାଇଛି। ଘରୁ ନ ବାହାରିବା ଲାଗି ପ୍ରଧାନମନ୍ତ୍ରୀଙ୍କଠାରୁ ଆରମ୍ଭ କରି ମୁଖ୍ୟମନ୍ତ୍ରୀମାନେ ଜନତାଙ୍କୁ ହାତ ଯୋଡ଼ି ନିବେଦନ କରିଛନ୍ତି। କିନ୍ତୁ ଜନତା ଏହା ମାନିବାକୁ ନାରାଜ। ଅଧିକାଂଶ ସ୍ଥାନରେ ଲୋକେ ଅନାବଶ୍ୟକ ସ୍ଥଳେ ଘରୁ ବାହାରି ରାସ୍ତାରେ ବୁଲାବୁଲି କରୁଛନ୍ତି। ଏହି କାରଣରୁ ତେଲେଙ୍ଗାନା ସରକାର କଡ଼ା ନିଷ୍ପତ୍ତି ନେବାକୁ ଚେତାବନୀ ଦେଇଛନ୍ତି। ଲୋକେ ଲକଡାଉନ ନିୟମ ଉଲ୍ଲଂଘନ କଲେ ପୁଲିସକୁ ଶୁଟ୍‌ ଆଟ୍‌ ସାଇଟ୍‌ ଅର୍ଥାତ ଦେଖିବା ମାତ୍ରେ ଗୁଳି କରିବାକୁ ନିର୍ଦେଶ ଦିଆଯିବ ବୋଲି ତେଲେଙ୍ଗାନା ମୁଖ୍ୟମନ୍ତ୍ରୀ କେ ଚନ୍ଦ୍ରଶେଖର ରାଓ କହିଛନ୍ତି।

କେସିଆର କହିଛନ୍ତି, ଯଦି ଲୋକମାନେ ସରକାରଙ୍କ କଥା ନ ଶୁଣିବେ ଏବଂ ଘର ଭିତରେ ନ ରହିବେ, ତେବେ ଆମେ ୨୪ ଘଣ୍ଟିଆ କର୍ଫ୍ୟୁ ଲାଗୁ କରିବାକୁ ବାଧ୍ୟ ହେବୁ। ଲୋକେ ଯଦି ଗଳିକନ୍ଦିରେ ବୁଲାବୁଲି କରିବେ, ତା’ହେଲେ ସେନାର ସହାୟତା ନିଆଯିବ ଏବଂ ଦେଖିବାମାତ୍ରେ ଗୁଳି କରିବାକୁ ନିର୍ଦେଶ ଦିଆଯିବ। ତେଣୁ ଲୋକମାନେ ବାହାରକୁ ନ ଆସନ୍ତୁ ଏବଂ ତଦାରଖ କରୁଥିବା ଅଧିକାରୀଙ୍କ ସହିତ ଯୁକ୍ତିତର୍କ ନ କରନ୍ତୁ ବୋଲି କେସିଆର ଜନତାଙ୍କୁ ନିବେଦନ କରିଛନ୍ତି। ସୂଚନାଯୋଗ୍ୟ, ରାଜ୍ୟରେ ବର୍ତ୍ତମାନ ସୁଦ୍ଧା ୩୯ ଜଣ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି।

Hot this week

ଗୋଆ ଅଗ୍ନିକାଣ୍ଡ: ମୃତକଙ୍କ ପରିବାରକୁ ୨ଲକ୍ଷ ଟଙ୍କାର ଅନୁକମ୍ପା ଘୋଷଣା କଲେ ପ୍ରଧାନମନ୍ତ୍ରୀ

ସମାଜ ଲାଇଭ ଡ଼େସ୍କ : ଗୋଆ ନାଇଟ୍ କ୍ଲବ୍ ଅଗ୍ନିକାଣ୍ଡ ଘଟଣାରେ...

ଅଲାସ୍କା-କାନାଡାର ସୀମାବର୍ତ୍ତୀ ଅଞ୍ଚଳରେ ଭୂକମ୍ପ ଝଟ୍‌କା

ନୂଆଦିଲ୍ଲୀ: ଅଲାସ୍କା ଏବଂ କାନାଡିୟ ଅଞ୍ଚଳ ୟୁକୋନ ସୀମା ନିକଟବର୍ତ୍ତୀ ଅଞ୍ଚଳରେ...

ଘରର ଏହି ଦିଗରେ ରଖନ୍ତୁ ଏହି ଖାସ୍‌ ଜିନିଷ : ଜୀବନରେ ଆସିବ ଉନ୍ନତି , ହେବ ଧନ ବର୍ଷା

ନୂଆଦିଲ୍ଲୀ : ବାସ୍ତୁ ଶାସ୍ତ୍ର ଅନୁଯାୟୀ ଘରେ କିଛି ଖାସ୍ ବସ୍ତୁ...

ଅହୋରାତ୍ର ଧାରଣାରେ ପ୍ରାଥମିକ ଶିକ୍ଷକ ମହାସଂଘ

ଭୁବନେଶ୍ୱର,୬ା୧୨(ନି.ପ୍ର): ଗାନ୍ଧୀମାର୍ଗରେ ପ୍ରାଥମିକ ଶିକ୍ଷକ ମହାସଂଘର ଅହୋରାତ୍ର ଆନ୍ଦୋଳନ ଜାରି ରହିଛି।...

ବାଚସ୍ପତିଙ୍କ ରୁଲିଂ ଦାବି କଲେ ପ୍ରମିଳା

ଭୁବନେଶ୍ୱର : ରାଜ୍ୟରେ ମାନବ ଚାଲାଣ ଓ ଶିଶୁ ନିର୍ଯାତନା ଚିନ୍ତାଜନକ...

Related Articles

Popular Categories