ଶଶି ଥରୁରଙ୍କ ବିରୁଦ୍ଧରେ ଓ୍ବାରେଣ୍ଟ ଜାରି କଲେ ଦିଲ୍ଲୀ ରୋଜ ଏଭେନ୍ୟୁ କୋର୍ଟ

ନୂଆଦିଲ୍ଲୀ : କଂଗ୍ରେସର ବରିଷ୍ଠ ନେତା ତଥା ତିରୁଅନନ୍ତପୁରମର ସାଂସଦ ଶଶି ଥରୁରଙ୍କ ବିରୁଦ୍ଧରେ ଦିଲ୍ଲୀର ରୋଜ ଏଭେନ୍ୟୁ କୋର୍ଟ ମଙ୍ଗଳବାର ଓ୍ବାରେଣ୍ଟ ଜାରି କରିଛନ୍ତି। ପୂର୍ବରୁ ଶିବଲିଙ୍ଗ ଉପରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ବିରୋଧରେ ଥରୁର ଦେଇଥିବା ବିବାଦୀୟ ବୟାନକୁ ନେଇ ଅଦାଲତ ଓ୍ବାରେଣ୍ଟ ଜାରି କରିଥିବା ଜଣାପଡିଛି।
ସୂଚନାଯୋଗ୍ୟ, ୨୦୧୮ ଅକ୍ଟୋବର ୨୮ରେ ବେଙ୍ଗାଲୁରୁ ସାହିତ୍ୟ ସମାରୋହରେ ସେ ଏକ ବିବାଦୀୟ ବୟାନ ଦେଇଥିଲେ। ସେ କହିଥିଲେ, ମୋଦୀ ହେଉଛନ୍ତି ଶିବଲିଙ୍ଗ ଉପରେ ବସିଥିବା ଏକ କଙ୍କଡା ବିଛା ସଦୃଶ। ଏହାକୁ ନା ହାତ ମାରିହେବ ନା ଚପଲରେ ମାରିହେବ। ଥରୁରଙ୍କ ଏହି ବୟାନକୁ ନେଇ ବିଜେପି ନେତା ରାଜୀବ ବବ୍ବର ଥରୁରଙ୍କ ବିରୋଧରେ ଏକ ଅପରାଧିକ ମାନହାନୀ ମୋକଦ୍ଦମା ରୁଜୁ କରିଥିଲେ।

prayash

kalyan agarbati

Comments are closed.