www.samajalive.in
Monday, December 15, 2025
24.1 C
Bhubaneswar

୩୧ ସ୍ୱୟଂ ସହାୟକ ଦଳମାନଙ୍କୁ ଦକ୍ଷତା ବୃଦ୍ଧି ତାଲିମ୍‍ ଶିବିର

ଫୁଲବାଣୀ: କନ୍ଧମାଳ ଜିଲ୍ଲା କ.ନୂଆଗାଁ ବ୍ଳକ ଅନ୍ତର୍ଗତ ବଣ୍ଡଗୁଡା ଗ୍ରାମ ପଂଚାୟତର ରାଜୀବ ଗାନ୍ଧୀ ସେବା କେନ୍ଦ୍ରଠାରେ ନାବାର୍ଡ ଓ ସ୍ୱେଚ୍ଛାସେବୀ ଅନୁଷ୍ଠାନ ସ୍ୱାତୀ ପକ୍ଷରୁ ସ୍ୱୟଂ ସହାୟକ ଦଳମାନଙ୍କର ଦକ୍ଷତା ବୃଦ୍ଧି, ନଥିପତ୍ର ସଠିକ୍‍ ଭାବରେ ଲେଖିବା ଓ ଦଳକୁ ଦୃଢ କରିବା ନିମନ୍ତେ ଦୁଇ ଦିନିଆ ତାଲିମ୍‍ ଶିବିର ଆୟୋଜିତ ହୋଇଯାଇଛି। ଆୟୋଜିତ ତାଲିମ୍‍ ଶିବିରରେ ଓଡ଼ିଶା ଜୀବିକା ମିଶନ୍‍ର ଟିକାବାଲି ବ୍ଲକ୍‍ ଜୀବନ ଜୀବିକା ସଂଯୋଜକ ସନାତନ ମଲ୍ଲିକ ଓ ଓଡ଼ିଶା ବନାନି ଉନ୍ନୟନ ପ୍ରକଳ୍ପର ଡେଭଲପମେଣ୍ଟ ଅଫିସର ପଙ୍କଜିନୀ ଭଦ୍ର ଓ ପ୍ରିୟଦର୍ଶନୀ ପ୍ରଧାନ ପ୍ରମୁଖ ଯୋଗଦେଇ ଦକ୍ଷତା ବୃଦ୍ଧି ଓ ନଥିପତ୍ର ପରିଚାଳନା ବିଷୟରେ ତାଲିମ୍‍ ପ୍ରଦାନ କରିଥିଲେ। ବର୍ତମାନ ପରିସ୍ଥିତିରେ ସ୍ୱୟଂ ସହାୟକ ଦଳ ଗୁଡିକୁ ପୂର୍ବାବସ୍ଥାକୁ ଫେରିବା ସହିତ ସମାଜରେ କୋଭିଡ୍‍ ବିରୁଦ୍ଧରେ ଳଢେଇ ନିମନ୍ତେ ସ୍ୱୟଂ ସହାୟକ ଦଳମାନଙ୍କର ଭୂମିକା ଗୁରୁତ୍ୱପୂର୍ଣ ବୋଲି ସ୍ୱାତୀ ର ସମ୍ପାଦକ ଇଂ ହରିଶଙ୍କର ରାଉତ କହିଥିଲେ। ସ୍ୱାତୀର ପ୍ରକଳ୍ପ ସଂଯୋଜକ ପ୍ରଦୀପ କୁମାର ସ୍ୱାଇଁ କାର୍ଯ୍ୟକ୍ରମକୁ ପରିଚାଳନା କରିଥିବା ବେଳେ ସର୍ବେଶ୍ୱର ସାହୁ, ସସ୍ମିତା ବେହେରା ସହଯୋଗ କରିଥିଲେ। ଆୟୋଜିତ ତାଲିମ୍‍ ଶିବିରରେ ବଣ୍ଡଗୁଡା ଓ ଜିରିଡିକିଆ ପଂଚାୟତରୁ ୩୧ ଗୋଟି ସ୍ୱୟଂ ସହାୟକ ଦଳର ପ୍ରତିନିଧିମାନେ ଯୋଗଦେଇଥିଲେ।

Hot this week

ମିଥ୍ୟା ପିନ୍ଧିଥାଏ ବସନ….

ଆମେରିକାର ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ଦାୟିତ୍ୱ ନେବା ପରଠାରୁ ବର୍ତ୍ତମାନ ପର୍ଯ୍ୟନ୍ତ...

ଶ୍ରମଜୀବୀ ନା ଶ୍ରମଯୋଗୀ

ଖଣିଜ ପଦାର୍ଥ ସମୃଦ୍ଧ ରାଜ୍ୟ ମଧ୍ୟରେ ଅବିଭକ୍ତ ବିହାର ଓ ଓଡ଼ିଶା...

ଆଜିର ପଞ୍ଚାଙ୍ଗ: ସତର୍କ ରୁହନ୍ତୁ, ୧ଘଣ୍ଟା ପାଇଁ ରହିବ ରାହୁକାଳ

ସମାଜ ଡିଜିଟାଲ ଡେସ୍କ: ସନାତନ ଧର୍ମର ଅନୁଗାମୀମାନଙ୍କ ପାଇଁ ସଫଲା ଏକାଦଶୀର...

ଚିନ୍ତାକଳ୍ପ : ସ୍ଥିତପ୍ରଜ୍ଞ ମହାତ୍ମା

ଏକଦା ତୀର୍ଥଙ୍କର ମହାବୀର ପୂର୍ବ ଦିଗକୁ ମୁହଁକରି ଆଖିବୁଜି ଧ୍ୟାନସ୍ଥ ଥାଆନ୍ତି।...

ସମ୍ପାଦକୀୟ : ଷ୍ଟାମ୍ପ ଡ୍ୟୁଟି ସଂଶୋଧନ

ସାଧାରଣଙ୍କୁ ସୁହାଇବା ଉଚିତ ନିଜର ଗୋଟିଏ ଘର ତୋଳିବା କିମ୍ବା ଛୋଟ ଜମିଟିଏ...

Related Articles

Popular Categories