www.samajalive.in
Tuesday, December 9, 2025
16.1 C
Bhubaneswar

କରୋନା ଟିକା : ୫ ପର୍ଯ୍ୟାୟରେ ହେବ ଟୀକାରଣ, ପ୍ରଥମେ ୩୧ କୋଟି ଲୋକଙ୍କୁ ଟିକା

ନୂଆଦିଲ୍ଲୀ : ଭାରତରେ କରୋନା ସଂକ୍ରମଣ କ୍ରମାଗତ ଭାବେ ବୃଦ୍ଧି ପାଉଛି । ଦେଶରେ କରୋନା ସଂକ୍ରମିତଙ୍କ ସଂଖ୍ୟା ୯୩ ଲକ୍ଷ ଅତିକ୍ରମ କରିଛି । ଏଭଳି ପରିସ୍ଥିତିରେ କରୋନା ସଂକ୍ରମଣରୁ ରକ୍ଷା କରିବା ପାଇଁ ପ୍ରସ୍ତୁତ ଟିକା ଉପରେ ସମସ୍ତଙ୍କ ନଜର ରହିଛି । ଏହି ସମୟରେ, ଶନିବାର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଟିକା ପ୍ରସ୍ତୁତ କରୁଥିବା ତିନୋଟି କମ୍ପାନୀର କାରଖାନା ପରିଦର୍ଶନ କରିଛନ୍ତି। ସେ ପ୍ରଥମେ ଅହମ୍ମଦାବାଦର ଜିଡସ୍ କ୍ୟାଡିଲା ପ୍ଲାଣ୍ଟରେ ପହଞ୍ଚିଥିଲେ। ଏହା ପରେ ସେ ହାଇଦ୍ରାବାଦର ଭରତ ବାୟୋଟେକ୍ ପ୍ଲାଣ୍ଟ ଏବଂ ଶେଷରେ ପୁଣେର ସେରମ୍ ଇନଷ୍ଟିଚ୍ୟୁଟ୍ ଅଫ୍ ଇଣ୍ଡିଆକୁ ଯାଇଥିଲେ ।

ପ୍ରଧାନମନ୍ତ୍ରୀଙ୍କ ଗସ୍ତ ସମୟରେ ଦେଶରେ ଏହି ଟିକା କେବେ ଉପଲବ୍ଧ ହେବ ଏବଂ କାହାକୁ ପ୍ରଥମେ ଦିଆଯିବ ସେନେଇ ପ୍ରଶ୍ନ ଉଠିଛି । ଆସନ୍ତା ବର୍ଷ ଆରମ୍ଭରେ ଏହି ଟିକା ଦେଶରେ ଉପଲବ୍ଧ ହେବ ବୋଲି ଆଶା କରାଯାଉଛି । ଟିକା ପ୍ରଦାନ ନେଇ ପ୍ରାଥମିକତା ଗୋଷ୍ଠୀ ସଂପର୍କରେ ଏହା ପୂର୍ବରୁ ନିଷ୍ପତ୍ତି ନିଆଯାଇଛି। ଏହି ଗୋଷ୍ଠୀଗୁଡିକ ପାଞ୍ଚଟି ପର୍ଯ୍ୟାୟରେ ବିଭକ୍ତ। ପ୍ରଥମ ପର୍ଯ୍ୟାୟରେ ଡାକ୍ତରଙ୍କ ସମେତ ୩୧ କୋଟି ଫ୍ରଣ୍ଟ ଲାଇନ କର୍ମଚାରୀ ବା ଆଗଧାଡିର କରୋନା ଯୋଦ୍ଧା ରହିବେ। ଦିନ ପୂର୍ବରୁ ପ୍ରଧାନମନ୍ତ୍ରୀ ମୋଦୀ କହିଥିଲେ ଯେ ଟିକା କେବେ ଆସିବ ଏବଂ ଏହାର ମୂଲ୍ୟ କେତେ ହେବ ସେ ନେଇ ଏ ପର୍ଯ୍ୟନ୍ତ କୌଣସି ନିର୍ଦ୍ଦିଷ୍ଟ ନିଷ୍ପତ୍ତି ନିଆଯାଇ ନାହିଁ । ଏଭଳି ପରିସ୍ଥିତିରେ, ଆମେ ଆପଣଙ୍କୁ କହି ରଖୁଛୁ ଯେ ଟୀକା ଦିଆଯାଉଥିବା ୫ଟି ପର୍ଯ୍ୟାୟ ହେଉଛି:

- Advertisement -
Image Source : amarujala

ସୂତ୍ରରୁ ପ୍ରକାଶ ଯେ ଏହି ଟିକା ପ୍ରଥମେ ଦେଶର ଏକ କୋଟି ଆଗଧାଡିର ସ୍ୱାସ୍ଥ୍ୟ କର୍ମୀଙ୍କୁ ଦିଆଯିବ। କେନ୍ଦ୍ର ସରକାର ରାଜ୍ୟ ତଥା କେନ୍ଦ୍ରଶାସିତ ଅଞ୍ଚଳର ୩୧ କୋଟି ଲୋକଙ୍କୁ ଚିହ୍ନଟ କରୁଛନ୍ତି ଯେଉଁମାନଙ୍କୁ ପ୍ରାରମ୍ଭିକ ପର୍ଯ୍ୟାୟରେ ଟୀକାକରଣ କରିବେ।ପ୍ରଥମ ପର୍ଯ୍ୟାୟରେ ଏକ କୋଟି ଡାକ୍ତର, ଏମବିବିଏସ୍ ଛାତ୍ର, ନର୍ସ ଏବଂ ଆଶା କର୍ମୀଙ୍କୁ ଟୀକାକରଣ କରାଯିବ।

ଦ୍ୱିତୀୟ ପର୍ଯ୍ୟାୟରେ ଦେଶର କୋଭିଡ ଯୋଦ୍ଧାଙ୍କୁ ଟୀକାକରଣ କରାଯିବ। ଏଥିରେ ପୌର ସଂସ୍ଥା, କର୍ପୋରେସନ୍ କର୍ମଚାରୀ, ପୋଲିସ୍ ଏବଂ ସୁରକ୍ଷା କର୍ମୀ ଅନ୍ତର୍ଭୁକ୍ତ।

ତୃତୀୟ ପର୍ଯ୍ୟାୟରେ ସରକାରୀ କର୍ମଚାରୀଙ୍କୁ ଟିକା ଦିଆଯିବ।

File Photo : PTI

ଚତୁର୍ଥ ପର୍ଯ୍ୟାୟରେ, ୫୦ବର୍ଷରୁ ଅଧିକ ୨୬ ଲକ୍ଷ ଲୋକଙ୍କୁ ଟିକା ଦିଆଯିବ।

ପଞ୍ଚମ ପର୍ଯ୍ୟାୟରେ, ସଂକ୍ରମଣର ଆଶଙ୍କା ଥିବା ଯୁବକମାନଙ୍କୁ ସରକାର ଟୀକାକରଣ କରିବେ। ଏହି ବର୍ଗରେ ୫୦ ବର୍ଷରୁ କମ୍ ବ୍ୟକ୍ତି ଅନ୍ତର୍ଭୁକ୍ତ ଏବଂ ବିଶେଷ ଯତ୍ନ ଆବଶ୍ୟକ କରନ୍ତି।

Hot this week

ଅତିରିକ୍ତ ବ୍ୟୟ ମଞ୍ଜୁରୀ ବିଲ୍  ବିଧାନସଭାରେ ପାରିତ

 ଭୁବନେଶ୍ୱର - ରାଜ୍ୟର ଅତିରିକ୍ତ ବ୍ୟୟ ମଞ୍ଜୁରୀ ବିଲ୍  ବିଧାନସଭାରେ ପାରିତ...

ସମ୍ବଲପୁର ସାମ୍ବାଦିକମାନଙ୍କ ପାଇଁ କଳା ବର୍ଷ ସାଜିଛି ୨୦୨୫-ପ୍ରାଣ ହରାଇଲେଣି ୩ ଜଣ ଯୁବ ସାମ୍ବାଦିକ

ସମ୍ବଲପୁର : ସୋମବାର ଏକ ମର୍ମଦୁନ୍ତ ସଡକ ଦୁର୍ଘଟଣାରେ ରେଢ଼ାଖୋଲର କାର୍ଯ୍ୟରତ...

ବିଜିୟୁ ପକ୍ଷରୁ ୮ମ ସମାବର୍ତ୍ତନ ଉତ୍ସବ ପାଳିତ

ଭୁବନେଶ୍ୱର: ବିର୍ଲା ଗ୍ଲୋବାଲ ୟୁନିଭରସିଟି (ବିଜିୟୁ) ପକ୍ଷରୁ ଏହାର ୮ମ ସମାବର୍ତ୍ତନ...

ରାଜ୍ୟସ୍ତରୀୟ ବାହୁକୁସ୍ତି ପ୍ରତିଯୋଗିତା: କଟକର ଚନ୍ଦନ, ଆଦିତ୍ୟ ଚମ୍ପିଆନ

ଆଠଗଡ: ଆଠଗଡ ବାହୁକୁସ୍ତି ଆସୋସିଏସନ ଆନୁକୂଲ୍ୟରେ ସ୍ଥାନୀୟ ବିଜୁ ପଟ୍ଟନାୟକ କଲ୍ୟାଣ...

Related Articles

Popular Categories