www.samajalive.in
Tuesday, December 9, 2025
23.1 C
Bhubaneswar

ଶାରଦା ଚିଟଫଣ୍ଡ ମାମଲା: କଲକତା ପୂର୍ବତନ ପୁଲିସ କମିଶନରଙ୍କୁ ପୁଣି ହେବ ଜେରା; ପଶ୍ଚିମବଙ୍ଗ ପରେ ଓଡ଼ିଶା ମୁହାଁ ହେବ କି ସିବିଆଇ

ଭୁବନେଶ୍ବର: ପୁଣିଥରେ ଚିଟଫଣ୍ଡ ପ୍ରସଙ୍ଗରେ ସିବିଆଇ ଦେଖାଇଛି ତତ୍ପରତା । ଶାରଦା ଚିଟଫଣ୍ଡ ମାମଲାରେ କଲକତାର ପୂର୍ବତନ ପୁଲିସ କମିଶନର ରାଜୀବ କୁମାରଙ୍କୁ ପଚରାଉଚରା କରିବା ପାଇଁ ସିବିଆଇ ସୁପ୍ରିମକୋର୍ଟରେ ପହଞ୍ଚିଛି । କଲକତାର ପୂର୍ବତନ କମିଶନର ଶାରଦା ଚିଟଫଣ୍ଡ ମାମଲାର ତଦନ୍ତ ନିମନ୍ତେ ଗଠିତ ସ୍ବତନ୍ତ୍ର ଅନୁସନ୍ଧାନକାରୀ ଦଳ (ଏସଆଇଟି)ର ଅଂଶ ଥିଲେ ।  ଦୀର୍ଘ ବ୍ୟବଧାନ ପରେ ସିବିଆଇ ପୁଣିଥରେ ତାଙ୍କୁ ପଚରାଉଚରା କରିବା ଅର୍ଥ ଚିଟଫଣ୍ଡ ଏବେ ବି ସିବିଆଇ ପାଇଁ ଏକ ପ୍ରସଙ୍ଗ ହୋଇ ରହିଛି ବୋଲି ମନେ କରାଯାଉଛି । ଚିଟଫଣ୍ଡ ପ୍ରସଙ୍ଗରେ ସିବିଆଇର ଭୂମିକାକୁ ନେଇ ପ୍ରଶ୍ନ ଉଠାଉଥିବା ପ୍ରତିପକ୍ଷଙ୍କ ପାଇଁ ଏହା ଭିନ୍ନ ବାର୍ତା ଦେଇଛି । ଅନୁରୂପ ଭାବରେ ପଶ୍ଚିମବଙ୍ଗ ଚିଟଫଣ୍ଡ ତଦନ୍ତ ନେଇ ସିବିଆଇ ଯେଉଁ ଆଭିମୁଖ୍ୟ ପୋଷଣ କରିଛି ତାହା ବି ଭବିଷ୍ୟତରେ ଓଡ଼ିଶାର କିଛି ନେତା ଓ ଅଫିସରଙ୍କ ପାଇଁ ବିପଦ ସୃଷ୍ଟି କରିପାରେ ବୋଲି ଆଶଙ୍କା କରାଯାଉଛି । ମଝିରେ ମଝିରେ ସିବିଆଇ ଚିଟଫଣ୍ଡ ପ୍ରସଙ୍ଗରେ ବିଭିନ୍ନ ଲୋକଙ୍କୁ ଜେରା ପାଇଁ ଡ଼ାକୁଥିବାରୁ ଓଡ଼ିଶାରେ ଚିଟଫଣ୍ଡ ପ୍ରସଙ୍ଗ ଏବେ ବି ଜୀଇଁ ରହିଥିବା ବିଶ୍ବାସ କରାଯାଉଛି । 

ଚଳିତ ବର୍ଷ ଚିଟଫଣ୍ଡ ପ୍ରସଙ୍ଗରେ ଶୁଭଙ୍କରକୁ  ସିବିଆଇ ହାଜର ହେବାକୁ ନୋଟିସ ଦେଇଥିଲା । ଏହାପରେ କରୋନା କାଳରେ  ଜଣେ ଶାସକ ଦଳର ନେତା ତଥା ପୂର୍ବତନ ମନ୍ତ୍ରୀ ଦେବୀପ୍ରସାଦ ମିଶ୍ରଙ୍କ ଘରେ ମଧ୍ୟ ସିବିଆଇ ପହଞ୍ଚି ଯାଇଥିଲା । ସବୁଠାରୁ ବଡ଼ କଥା ହେଉଛି ଶୁଭଙ୍କର ଡ଼ାଏରୀରେ ଯେଉଁ ମନ୍ତ୍ରୀ, ପ୍ରଶାସନିକ ଅଧିକାରୀ ଓ ପୁଲିସ ଅଧିକାରୀଙ୍କ ନାଁ ରହିଥିଲା ସେମାନଙ୍କ ମଧ୍ୟରୁ ପୂର୍ବରୁ କେତେକଙ୍କୁ ସିବିଆଇ ଜେରା କରି ସାରିଛି; ଏହା ସତ୍ବେ ଆଉ କିଛି ଅଧିକାରୀଙ୍କୁ ସିବିଆଇ ଏଯାଏ ସମନ କରିନାହିଁ । ଏସବୁ ବ୍ୟତୀତ ସିସୋର, ଅର୍ଥତତ୍ବ, ସ୍ବସ୍ତିକ ପରି ଚିଟଫଣ୍ଡ ଅନିୟମିତତାର ତଦନ୍ତ ନେଇ ଚୂଡ଼ାନ୍ତ ରିପୋର୍ଟ ସିବିଆଇ ଏଯାବତ୍ ଦାଖଲ କରିନାହିଁ । ବିଶ୍ବସ୍ତ ସୂତ୍ରରୁ ମିଳିଥିବା ସୂଚନା ଅନୁସାରେ  ରାଜ୍ୟ ଭିଜିଲାନ୍ସଠାରୁ ସିବିଆଇ ଯେଉଁ ଚିଟଫଣ୍ଡ ତଦନ୍ତ ଦସ୍ତାବିଜ ପାଇଥିଲା ତାହାକୁ ପୁଣିଥରେ ତର୍ଜମା ଆରମ୍ଭ ହୋଇଥିବା ବିଶ୍ବସ୍ତ ସୂତ୍ରରୁ ସୂଚନା ମିଳିଛି । ସେହିପରି ଯେଉଁଯେଉଁ ପ୍ରସଙ୍ଗକୁ ତଦନ୍ତ ପରିସରରୁ ବାଦ ଦିଆଯାଇଥିଲା ତାହାକୁ ପୁନର୍ବାର ଯାଞ୍ଚ କରାଯିବା ପରେ ଚିଟଫଣ୍ଡ ପ୍ରସଙ୍ଗର ତଦନ୍ତକୁ ନୂଆ ଦିଶା ଦେବ ବୋଲି ସିବିଆଇ ମନେ କରୁଛି ।

- Advertisement -

ଏହାମଧ୍ୟରେ ସବୁଠାରୁ ଗୁରୁତ୍ବପୂର୍ଣ୍ଣ ଦିଗଟି ହେଉଛି ‘‘ତାଲିକା ୮୨’’ । ଗତ ୨୦୧୫ ମସିହାରେ ଓଡ଼ିଶାରେ ଚିଟଫଣ୍ଡ ମାମଲାରେ ସମ୍ପୃକ୍ତ ଥିବା ପ୍ରାୟ ୮୨ ଜଣ ରାଜନେତାଙ୍କ ନାମ ଥିବା ଏକ ତାଲିକା କେନ୍ଦ୍ର ସରକାରଙ୍କ ନିକଟରେ ପହଞ୍ଚିଥିଲା । ସେତେବେଳେ କୌଣସି କାରଣରୁ ଏହାକୁ ଗୁରୁତ୍ବ ଦିଆଯାଇ ନ ଥିଲା। ମାତ୍ର ବର୍ତମାନ ପରିସ୍ଥିତିରେ ଏହି ‘‘ ତାଲିକା ୮୨’’ କୁଆଡ଼େ ବେଶ୍ ଗୁରୁତ୍ବପୂର୍ଣ୍ଣ ହୋଇଉଠିଛି । ଆଗାମୀ ଦିନରେ ପଶ୍ଚିମବଙ୍ଗ ନିର୍ବାଚନ ହେବାକୁ ଯାଉଥିବାବେଳେ କଲକତାର ପୂର୍ବତନ ପୁଲିସ କମିଶନରଙ୍କୁ ପଚରାଉଚରା ନିମନ୍ତେ ସିିବିଆଇ ସୁପ୍ରିମକୋର୍ଟରେ ପହଞ୍ଚିବାକୁ ଅନେକ ସଂଯୋଗ କହୁଥିବାବେଳେ ଅନେକ ଏହାକୁ ରାଜନୀତି ସହ ଯୋଡ଼ିବା ଆରମ୍ଭ କରିଛନ୍ତି । ଅନୁରୂପ ଭାବରେ ଓଡ଼ିଶାରେ ଯଦି ଚିଟଫଣ୍ଡ ତଦନ୍ତ ପେଡ଼ି କେତେବେଳେ ଆକସ୍ମିକ ଭାବରେ ଖୋଲେ ତାହାକୁ ବି ‘ସଂଯୋଗ’ ଓ ‘ରାଜନୀତିକରଣ’ ନେଇ ଚର୍ଚା ହେବା ଅମୂଳକ ନୁହେଁ ।

Hot this week

ବଢିବ ବିଧାୟକ ଓ ମନ୍ତ୍ରୀଙ୍କ ଦରମା: ଆଜି ଗୁରୁତ୍ୱପୂର୍ଣ୍ଣ ବିଲ୍‌ ଉପସ୍ଥାପନ

ଭୁବନେଶ୍ୱର: ବଢିବ ବିଧାୟକ ଓ ମନ୍ତ୍ରୀଙ୍କ ଦରମା । ପୂର୍ବତନ ବିଧାୟକଙ୍କ...

ଜନଗଣନା ପାଇଁ ଜାନୁଆରୀ ୧୫ ସୁଦ୍ଧା ହେବେ କାର୍ଯ୍ୟକର୍ତ୍ତା ନିଯୁକ୍ତି

ସମାଜ ଲାଇଭ ଡ଼େସ୍କ : ୨୦୨୭ ଜନଗଣନା ପାଇଁ ଆଗାମୀ ଜାନୁଆରୀ...

ସ୍ମୃତି-ପଲାଶଙ୍କ କାହିଁକି ଭାଙ୍ଗିଲା ସମ୍ପର୍କ; ସାଥୀଙ୍କ ଏହି ଭୁଲକୁ ଝିଅମାନେ କେବେ କ୍ଷମା କରନ୍ତି ନାହିଁ

ସମାଜ ଡିଜିଟାଲ ଡେସ୍କ: ଭାରତୀୟ ମହିଳା କ୍ରିକେଟ ଦଳର ଉପ-ଅଧିନାୟିକା ସ୍ମୃତି...

ନର୍ମାଲ ଡେଲିଭରୀ ପାଇଁ ସରକାରୀ ହସ୍ପିଟାଲ ବାଛନ୍ତୁ-ମନ୍ତ୍ରୀ

ଭୁବନେଶ୍ୱର: ଘରୋଇ ହସ୍ପିଟାଲରେ ଅଧିକ ହେଉଛି ସିଜେରିଆନ ଡେଲିଭରୀ । ଗତ...

ଫାଟିଲା ଗ୍ୟାସ ସିଲିଣ୍ଡର : ଅଳ୍ପକେ ବର୍ତ୍ତିଗଲେ ପରିବାର

ସମାଜ ଲାଇଭ ଡ଼େସ୍କ : ଦେବଗଡ଼ରେ ଫାଟିଲା ଗ୍ୟାସ ସିଲିଣ୍ଡର ।...

Related Articles

Popular Categories