www.samajalive.in
Monday, December 8, 2025
14.1 C
Bhubaneswar

ଶ୍ୟାମ୍ପୁ କରିବା ପୂର୍ବରୁ ଜାଣି ରଖନ୍ତୁ କିଛି ବିଶେଷ କଥା

ସାଧାରଣତଃ କେଶକୁ ନେଇ ଆମେ ଖୁବ୍ ଯତ୍ନବାନ୍ ହୋଇଥାଉ। ଏହାକୁ ମଜବୁତ୍ ଓ ସୁନ୍ଦର କରିବା ପାଇଁ ଅନେକ ଉପାୟ ଆପଣାଇ ଥାଉ। ତେବେ କେଶର ସୌନ୍ଦର୍ଯ୍ୟ ବୃଦ୍ଧି ପାଇଁ ମୁଖ୍ୟତଃ କେଶକୁ ସଫା କଲା ବେଳେ ବା ଶ୍ୟାମ୍ପୁ କରିବା ସମୟରେ ବିଶେଷ ଧ୍ୟାନ ଦେବା ଆବଶ୍ୟକ। ତେବେ ଚାଲନ୍ତୁ ଜାଣିବା କେଶ ଧୋଇବା ବା ଶ୍ୟାମ୍ପୁ କରିବା ସହ ଜଡ଼ିତ କିଛି ବିଶେଷ କଥା –

• ଯଦି ଆପଣଙ୍କ କେଶମୂଳ ଶୁଷ୍କ, ତେବେ ଆପଣ ସବୁଦିନ ଶ୍ୟାମ୍ପୁ କରନ୍ତୁ ନାହିଁ। ଏପରି କରିବା ଦ୍ୱାରା ଆପଣଙ୍କ କେଶମୂଳ ଅଧିକ ଶୁଷ୍କ ହୋଇଯିବ, ଯଦ୍ଦ୍ୱାରା ଆପଣ ରୂପି ସମସ୍ୟା ମଧ୍ୟ ଭୋଗି ପାରନ୍ତି।
• କେଶମୂଳ ଶୁଷ୍କ ହୋଇଥିଲେ ସପ୍ତାହରେ ୨ରୁ ୩ ଥର କେଶ ସଫା କରନ୍ତୁ।
• ଯଦି ଆପଣଙ୍କ କେଶମୂଳ ତେଲିଆ କିମ୍ବା ଆପେ ଆପେ ତେଲିଆ ହୋଇଯାଉଛି, ତେବେ ଆପଣ ସପ୍ତାହରେ ୪ଥର ଶ୍ୟାମ୍ପୁ କରନ୍ତୁ।
• ଶ୍ୟାମ୍ପୁ କରିବା ସମୟରେ ମୁଣ୍ଡକୁ ହାଲ୍‌କା ଭାବରେ ମସାଜ କରନ୍ତୁ। ଏପରି କରିବା ଦ୍ୱାରା ରକ୍ତ ସଞ୍ଚାଳନ ଠିକ୍ ଭାବେ ହୋଇଥାଏ ଓ କେଶକୁ ସୁନ୍ଦର କରିଥାଏ।
• ଗରମ ପାଣିରେ କେବେ ହେଲେ କେଶ ସଫା କରନ୍ତୁ ନାହିଁ। ଏପରି କଲେ କେଶ ରୁକ୍ଷ ହେବା ସହ ଅସୁନ୍ଦର ଦେଖାଯାଏ।
• ନିମ୍ବ ପତ୍ରକୁ ପାଣିରେ ଫୁଟାଇ ସେହି ପାଣିରେ ମୁଣ୍ଡ ଧୋଇଲେ ରୂପି କମିବା ସହ ଚୁଟି ଝଡ଼ିବା ମଧ୍ୟ ବନ୍ଦ ହୋଇଥାଏ।
• କେଶକୁ ବିଅର୍‌ରେ ଧୋଇବା ଦ୍ୱାରା କେଶର ଚମକ ବୃଦ୍ଧି ପାଇଥାଏ। ନହେଲେ ଆପଣ ବିଅର୍ ଶ୍ୟାମ୍ପୁରେ ମଧ୍ୟ କେଶକୁ ସଫା କରିପାରିବେ।
• ଝାଳ ଯୋଗୁଁ ମୁଣ୍ଡରେ ହେଉଥିବା ସମସ୍ୟାର ସମାଧାନ ପାଇଁ ପ୍ରଥମେ ମୁଣ୍ଡକୁ ଭଲ ଭାବରେ ଧୋଇ ଶୁଖିବାକୁ ଦିଅନ୍ତୁ। ଏହାପରେ ୫ ମି.ଲି ଭିନେଗାର ଏବଂ ପାଣି ଏକ ସ୍ପ୍ରେ ବୋତଲରେ ଭର୍ତ୍ତି କରନ୍ତୁ। ଏହାକୁ ମୁଣ୍ଡରେ ସ୍ପ୍ରେ କରନ୍ତୁ ଏବଂ ୧୫ ମିନିଟ୍ ଯାଏଁ ଏମିତି ଛାଡ଼ି ଦିଅନ୍ତୁ। ଏହାପରେ କେଶକୁ ଶ୍ୟାମ୍ପୁରେ ଧୋଇ ଦିଅନ୍ତୁ। ଏପରି ପ୍ରତି ଦୁଇଦିନରେ ଥରେ କରନ୍ତୁ,ସୁଫଳ ମିଳିବ।

Hot this week

ପ୍ରସିଦ୍ଧ ଯାତ୍ରା ହାସ୍ୟ ଅଭିନେତା ଗୁରୁ ପୃଷ୍ଟିଙ୍କ ପରଲୋକ ।

ଭୁବନେଶ୍ୱର-ପ୍ରସିଦ୍ଧ ଯାତ୍ରା ହାସ୍ୟ ଅଭିନେତା ଗୁରୁ ପୃଷ୍ଟିଙ୍କ ପରଲୋକ । ଦୁର୍ଘଟଣାରେ...

ଭୁବନେଶ୍ବରରେ ପହଞ୍ଚିଲେ ସୂର୍ଯ୍ୟକୁମାର, ସଞ୍ଜୁ ଏବଂ ଉପଅଧିନାୟକ ଗିଲ୍, କାଲି ନେଟ୍ ପ୍ରାକ୍ଟିସ୍

ସମାଜ ନ୍ୟୁଜ ଡେସ୍କ- ରାତି ପ୍ରାୟ ୯ଟା ସମୟରେ ଭୁବନେଶ୍ବର ବିମାନବନ୍ଦରରେ...

ଗହୀରମଥାରେ ବେଆଇନ ମାଛ ମାରି ୩୪ ମତ୍ସ୍ୟଜୀବୀ ଗିରଫ, ୨ ଟ୍ରଲର ଜବତ

ସମାଜଲାଇଭ ଡେସ୍କ: ଗହୀରମଥାରେ ବେଆଇନ ମାଛ ମାରୁଥିବା ୩୪ ମତ୍ସ୍ୟଜୀବୀଙ୍କୁ ଗିରଫ...

ହାତୀ ପେଟରେ ଚାଷୀଙ୍କ ଫସଲ, ବନଖଣ୍ଡ କାର୍ଯ୍ୟାଳୟ ଘେରିଲେ ଗ୍ରାମବାସୀ

ଆଠଗଡ: ଆଠଗଡ଼ ବ୍ଲକ ଅନ୍ତର୍ଗତ କନ୍ଦରପୁର ଗ୍ରାମରେ ହାତୀପଲଙ୍କ ଉପଦ୍ରବରେ ଚାଷୀକୂଳ...

୩ ଶିଶୁଙ୍କ ସହ ୭ ଦାଦନ ଶ୍ରମିକ ଉଦ୍ଧାର, ୨ ଗିରଫ

କଣ୍ଟାବାଞ୍ଜି: ତୁରେକେଲା ପୁଲିସ ଶନିବାର ମଧ୍ୟ ରାତ୍ରରେ ହଳନଭଟା ଛକ ନିକଟରୁ...

Related Articles

Popular Categories