ଶାଳିନୀ ଯାଦବ ବାରାଣସୀରୁ ପ୍ରଧାନମନ୍ତ୍ରୀ ମୋଦୀଙ୍କ ବିରୋଧରେ ସମାଜବାଦୀ ପାର୍ଟିର ପ୍ରାର୍ଥୀ ହେଲେ
ଲକ୍ଷ୍ମୌ ..- ଶାଳିନୀ ଯାଦବଙ୍କୁ ସମାଜବାଦୀ ପାର୍ଟି ପକ୍ଷରୁ ବାରଣାସୀ ଲୋକସଭା ଆସନପାଇଁ ପ୍ରାର୍ଥୀ ଘୋଷଣା କରାଯାଇଛି । ଶାଳିନୀ ଯାଦବ, ପ୍ରଧାନମନ୍ତ୍ରୀ ମୋଦୀଙ୍କ ବିପକ୍ଷରେ ବାରଣାସୀରେ ଲୋକ ସଭା ନିର୍ବାଚନ ଲଢିବେ । ଉତ୍ତରପ୍ରଦେଶର ଚନ୍ଦୋଲୀ ଆସନରୁ ସମାଜବାଦୀ ପାର୍ଟି ନିଜ ପ୍ରାର୍ଥୀଙ୍କ ନାମ ଘୋଷଣା କରିଛି । ସଞ୍ଜୟ ଚୌହାନଙ୍କୁ ଚନ୍ଦୋଲୀରୁ ପ୍ରାର୍ଥୀ କରାଯାଇଛି ।
୨୦୧୪ ସାଧାରଣ ନିର୍ବାଚନରେ ପ୍ରଧାନମନ୍ତ୍ରୀ ମୋଦୀ ବାରଣାସୀ ଆସନରୁ ବିଜୟ ଲାଭ କରିଥିଲେ । ଚଳିତବର୍ଷ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ପୁଣି ବାରଣାସୀରୁ ପ୍ରାର୍ଥୀ ହୋଇଛନ୍ତି । କଂଗ୍ରେସ ଏହି ଆସନ ପାଇଁ ପ୍ରାର୍ଥୀଙ୍କ ନାମ ଘୋଷଣା କରିନାହିଁ ।
Samajwadi Party (SP) releases a list of two candidates for #LokSabhaElections2019 . Sanjay Chauhan to contest from Chandauli and Shalini Yadav to contest from Varanasi Lok Sabha constituencies. pic.twitter.com/fz4Ez9X6Bj
— ANI UP (@ANINewsUP) April 22, 2019
Comments are closed.