www.samajalive.in
Sunday, December 7, 2025
26.1 C
Bhubaneswar

ଫିଟୁଛି ଗୋଟିଏ ପରେ ଗୋଟିଏ ଗୁମର : ନାନାଙ୍କ ପରେ ଏବେ କୈଳାଶ ଖେର୍‍ ଓ ଜୁଲ୍ଫି ସୈୟଦ୍‍ଙ୍କ ନାଁ’ରେ ଅଭିଯୋଗ

ମୁମ୍ବଇ : ସମ୍ପ୍ରତି ବଲିଉଡ଼ରେ ଯୌନ ଶୋଷଣକୁ ନେଇ ଗୋଟିଏ ପରେ ଗୋଟିଏ ଗୁମର ଖୋଲିବାରେ ଲାଗିଛି। ଯୌନ ଶୋଷଣ ବିରୋଧରେ ହେଉଥିବା ‘ମି ଠୁ’ କ୍ୟାମ୍ପେନ୍‍ ମାଧ୍ୟମରେ ଏହିସବୁ ଗୁମର ପଦାକୁ ଆସୁଛି। ନିକଟରେ ତନୁଶ୍ରୀ ଦତ୍ତ, ନାନା ପାଟେକରଙ୍କ ବିରୋଧରେ ଯୌନ ଉତ୍ପୀଡ଼ନର ଅଭିଯୋଗ ଆଣିଥିବା ବେଳେ ଏବେ ପୁଣି ଆଉ ଦୁଇ ବଲିଉଡ଼୍‍ ତାରକାଙ୍କ ନାଁ’ରେ ଏହି ଅଭିଯୋଗ ଆସିଛି।

ସୂଚନା ଅନୁସାରେ, ଗାୟକ କୈଳାଶ ଖେର୍‍ ଓ ମଡ଼େଲ ତଥା ଅଭିନେତା ଜୁଲ୍ଫି ସୈୟଦ୍‍ଙ୍କ ନାଁ’ରେ ଏବେ ଯୌନ ଶୋଷଣର ଅଭିଯୋଗ ଆସିଛି। ଏ ଦୁହିଁଙ୍କ ବିରୋଧରେ ଫଟୋ ସାମ୍ବାଦିକା ନତାଶା ହେମରଜାନୀ ଟ୍ୱିଟର୍‍ ମାଧ୍ୟମରେ ଯୌନ ଶୋଷଣର ଅଭିଯୋଗ ଆଣିଛନ୍ତି।

- Advertisement -

ନତାଶା ତାଙ୍କ ଟ୍ୱିଟର୍‍ ଆକାଉଣ୍ଟରେ ଲେଖିଛନ୍ତି ଯେ, “ଏହା ୨୦୦୬ ମସିହା କଥା, ଯେତେବେଳେ ମୁଁ ମୁମ୍ବଇ, ହିନ୍ଦୁସ୍ତାନ ଟାଇମ୍ସରେ ଫଟୋ ସାମ୍ବାଦିକା ଭାବେ କାର୍ଯ୍ୟ ଆରମ୍ଭ କରିଥିଲି”। ସେ ପୁନର୍ବାର ଲେଖିଛନ୍ତି, “ ମୁଁ ଓ ମୋର ଜଣେ ମହିଳା ସହକର୍ମୀଙ୍କୁ କୈଳାଶ ଖେର୍‍ଙ୍କ ଘରକୁ ଏକ ସାକ୍ଷାତକାର ଆଣିବା ପାଇଁ ପଠାଯାଇଥିଲା, ଯେଉଁଥିରେ କି ମୋତେ ତାଙ୍କ ଫଟୋ ଆଣିବାର ଥିଲା। ସାକ୍ଷାତକାର ସମୟରେ କୈଳାଶ ଆସି ଆମ ପାଖରେ ଲାଗି ବସିଗଲେ ଓ ବାରମ୍ବାର ଆମ ଶରୀରକୁ ସ୍ପର୍ଶ କରିବାକୁ ଚେଷ୍ଟା କରୁଥିଲେ। ତା’ପରେ ସାକ୍ଷାତକାର ସାରି ସେଠାରୁ ପଳାଇ ଆସିବା ପରେ ମୁଁ ଏ ସମ୍ପର୍କରେ ମୋ ସହକର୍ମୀଙ୍କ ସହ ଆଲୋଚନା କଲି। କହିଲି, ଆମେ ଏ ବିଷୟରେ ଲେଖିବା ଦରକାର ଯେ କିଭଳି ଆମକୁ ଯୌନ ଶୋଷଣର ସାମ୍ନା କରିବାକୁ ପଡ଼ିଛି। ହେଲେ ସେ ମୋତେ ମନା କଲେ ଓ କହିଲେ ଯେ ଆମେ ଯଦି ପ୍ରମାଣ ମଧ୍ୟ ଦେବା ତଥାପି ଖବର କାଗଜରେ ଏସବୁ ବିଷୟରେ ଛପାଯିବ ନାହିଁ। ମୋର ବହୁ ସାଙ୍ଗ ଓ ସହକର୍ମୀ ମଧ୍ୟ କୈଳାଶ ଖେର୍‍ଙ୍କ ଏପରି କାର୍ଯ୍ୟକଳାପ ବିଷୟରେ ଜାଣନ୍ତି।

ନତାଶା ଆଗକୁ ଲେଖିଛନ୍ତି, “ ଜୁଲ୍ଫି ସୈୟଦ୍‍ଙ୍କ ସହ ମଧ୍ୟ ମୋତେ ଏପରି କିଛି ଘଟଣାର ସାମ୍ନା କରିବାକୁ ପଡ଼ିଥିଲା। ଗୋଟିଏ କାର୍ଯ୍ୟକ୍ରମକୁ ଯାଇଥିବା ବେଳେ ସେଠାରେ ସେ ମୋ ସହ ଖରାପ ବ୍ୟବହାର କରିଥିଲେ। ତେବେ ପରଦିନ ସେ ତାଙ୍କର ଏପରି କାର୍ଯ୍ୟକଳାପ ପାଇଁ ମୋତେ କ୍ଷମା ମାଗିଥିଲେ”।

Hot this week

ଭୁବନେଶ୍ଵରରେ ଦୁଇ ଦଳର ଖେଳାଳି: ରାତିରେ ଆସିବେ ଗିଲ, ସୂର୍ଯ୍ୟକୁମାର

ସମାଜଲାଇଭ ଡେସ୍କ: ବାରବାଟୀ ଟି-୨୦ ମ୍ୟାଚ ପାଇଁ ଉଭୟ ଭାରତ ଏବମଂ...

ବାରବାଟୀ ମ୍ୟାଚ ଦେଖିବେ ମୁଖ୍ୟମନ୍ତ୍ରୀ, କାଲିଠୁ ନେଟ୍‌ ପ୍ରାକ୍ଟିସ

ସମାଜଲାଇଭ ଡେସ୍କ: ଆସନ୍ତା ୯ ତାରିଖରେ କଟକ ବାରବାଟୀ ଷ୍ଟାଡିଅମରେ ଭାରତ...

ଘଟଗାଁରେ ମୁଖ୍ୟମନ୍ତ୍ରୀ: ‘ମା’ ତାରିଣୀ ପୀଠ ସମନ୍ବିତ ବିକାଶ ପ୍ରକଳ୍ପ’ର କଲେ ଭିତ୍ତିପ୍ରସ୍ତର ସ୍ଥାପନ

କେନ୍ଦୁଝର: ଆଜି କେନ୍ଦୁଝର ଜିଲ୍ଲା ଗସ୍ତ କରିଛନ୍ତି ଓଡ଼ିଶାର ମୁଖ୍ୟମନ୍ତ୍ରୀ ମୋହନ...

ଭୁବନେଶ୍ୱରରେ ବୁମରା

ସମାଜ ଲାଇଭ ଡ଼େସ୍କ : ଭୁବନେଶ୍ୱରେ ପହଞ୍ଚିଲେ ଭାରତୀୟ କ୍ରିକେଟ ଦଳର...

ଆବଶ୍ୟକ ହେଲେ ପୀଡିତାଙ୍କୁ ଏୟାରଲିଫ୍ଟ କରାଯିବ : ମନ୍ତ୍ରୀ

ସୁନ୍ଦରଗଡ଼: ସୁନ୍ଦରଗଡ଼ ଜିଲା ରାଜଗାଙ୍ଗପୁର ଥାନା ଲାଞ୍ଜିବେର୍ନା ଅଞ୍ଚଳର କଲେଜ ଛାତ୍ରୀ...

Related Articles

Popular Categories