www.samajalive.in
Sunday, December 7, 2025
26.1 C
Bhubaneswar

ତାତିରୁ ନାହିଁ ନିସ୍ତାର :୬ ତାରିଖ ଯାଏଁ ରାଜ୍ୟରେ ଗ୍ରୀଷ୍ମ ପ୍ରବାହ ଜାରି ରହିବା ନେଇ ଆକଳନ

ଭୁବନେଶ୍ବର : ସାରା ରାଜ୍ୟରେ ଗ୍ରୀଷ୍ମ ପ୍ରବାହ ଜାରି ରହିଛି। ଉପକୂଳରୁ ପଶ୍ଚିମ ଏବଂ ଦକ୍ଷିଣରୁ ଉତ୍ତର ଓଡ଼ିଶା ସବୁଠି ଡହଡହ ଖରା ଅନୁଭୂତ ହୋଇଛି। ମଙ୍ଗଳବାର ୭ଟି ସହରରେ ଦିନ ତାପମାତ୍ରା ୪୧ ଡିଗ୍ରୀ ଉପରେ ରହିଛି। ରାଜ୍ୟରେ ସବୁଠୁ ଅଧିକ ତାପମାତ୍ରା ମାଲକାନଗିରିରେ ୪୧.୭ଡିଗ୍ରୀ ରେକର୍ଡ ହୋଇଛି। ରାଜ୍ୟକୁ ପଶ୍ଚିମା ଗରମ ବାୟୁ ପ୍ରବାହିତ ହେଉଛି। ଅପରାହ୍ଣ ୨ଟା ପର୍ଯ୍ୟନ୍ତ ଏହି ବାୟୁ ପ୍ରବାହ ଯୋଗୁଁ ସମୁଦ୍ର ମଧ୍ୟରୁ ପବନ ଆସୁନାହିଁ। ଫଳରେ ଦିନ ତାପମାତ୍ରା ବୃଦ୍ଧି ପାଉଛି। ପାଣିପାଗ ବିଭାଗର ପୂର୍ବାନୁମାନ ଆଗାମୀ ୪ଦିନ ପର୍ଯ୍ୟନ୍ତ ଏଭଳି ସ୍ଥିତି ଲାଗି ରହିବ। କେତେକ ଜିଲାରେ ଦିନ ତାପମାତ୍ରା ବଢିବା ଦ୍ବାରା ଅସମ୍ଭାଳ ତାତି ଅନୁଭୂତ ହେବାର ସମ୍ଭାବନା ରହିଛି। ୬ତାରିଖ ପର୍ଯ୍ୟନ୍ତ ଗ୍ରୀଷ୍ମ ପ୍ରବାହ ସତର୍କତା ଜାରି କରିଛି ଭୁବନେଶ୍ୱର ପାଣିପାଗ ବିଜ୍ଞାନ କେନ୍ଦ୍ର।  ନୟାଗଡରେ ତାପମାତ୍ରା ୪୧ ଡିଗ୍ରୀ ଥିବାବେଳେ ବୌଦ୍ଧ ୪୧.୪, ଟିଟିଲାଗଡ ୪୧.୫, ବଲାଙ୍ଗୀର ୪୧, ଭବାନୀପାଟଣା ୪୧.୨, ତାଳଚେର ୪୧, ଝାରସୁଗୁଡା ୪୦.୩, ଅନୁଗୋଳ ୪୦.୭, ପାରଳାଖେମୁଣ୍ଡି ୩୯.୪, ରାୟଗଡା ୩୯.୨, ଯାଜପୁର ୩୯.୪, ଢେଙ୍କାନାଳ ୩୯.୨, ଖୋର୍ଦ୍ଧା ୩୯.୫, ସୁବର୍ଣ୍ଣପୁର ୩୯.୭, ଫୁଲବାଣୀ ୩୯.୧, ହୀରାକୁଦ ୩୯.୬, କେନ୍ଦୁଝର ୩୯.୫, ସମ୍ବଲପୁର ୩୯.୫, ସୁନ୍ଦରଗଡ ୩୯.୨, ଭୁବନେଶ୍ବର ୩୭.୨ ଏବଂ କଟକରେ ୩୮.୪ ଡିଗ୍ରୀ ରହିଥିଲା। ଆଭ୍ୟନ୍ତରୀଣ ଓଡ଼ିଶାରେ ତାପମାତ୍ରା ୩୯ରୁ ୪୧ଡିଗ୍ରୀ ଏବଂ ଉପକୂଳ ଓଡ଼ିଶାରେ ୩୬ରୁ ୩୮ ଡିଗ୍ରୀ ରହିପାରେ। ୩ ତାରିଖରେ ମୟୂରଭଞ୍ଜ, ବାଲେଶ୍ୱର, ଭଦ୍ରକ, ଯାଜପୁର, ଢେଙ୍କାନାଳ ଓ କେନ୍ଦୁଝର ଜିଲାର କେତେକ ସ୍ଥାନରେ ଦିନ ତାପମାତ୍ରା ବଢିବା ସମ୍ଭାବନା ରହିଛି। ବଲାଙ୍ଗୀର, କଳାହାଣ୍ଡି, କନ୍ଧମାଳ, ସୁବର୍ଣ୍ଣପୁର, ବୌଦ୍ଧ ଓ ନୟାଗଡ଼ ଜିଲା ଗୋଟିଏ ଦୁଇଟି ସ୍ଥାନରେ ରାତିରେ ଅସମ୍ଭାଳ ତାତି ସହ ଗୁଳୁଗୁଳି ଅନୁଭୂତ ହେବ। ରାଜ୍ୟରେ ପ୍ରଚଣ୍ଡ ଗ୍ରୀଷ୍ମପ୍ରବାହକୁ ଆଖି ଆଗରେ ରଖି ଦିନ ୧୧ଟାରୁ ଅପରାହ୍ଣ ୩ଟା ପର୍ଯ୍ୟନ୍ତ ଲୋକମାନେ ବାହାରେ ନ ବୁଲିବାକୁ ସୂଚନା ଜାରି କରିଛି ପାଣିପାଗ କେନ୍ଦ୍ର। ସତର୍କ ରହିବାକୁ ଏସଆରସି ସତ୍ୟବ୍ରତ ସାହୁ ଜନସାଧାରଣକୁ ପରାମର୍ଶ ଦେଇଛନ୍ତି।

Hot this week

ଘଟଗାଁରେ ମୁଖ୍ୟମନ୍ତ୍ରୀ: ‘ମା’ ତାରିଣୀ ପୀଠ ସମନ୍ବିତ ବିକାଶ ପ୍ରକଳ୍ପ’ର କଲେ ଭିତ୍ତିପ୍ରସ୍ତର ସ୍ଥାପନ

କେନ୍ଦୁଝର: ଆଜି କେନ୍ଦୁଝର ଜିଲ୍ଲା ଗସ୍ତ କରିଛନ୍ତି ଓଡ଼ିଶାର ମୁଖ୍ୟମନ୍ତ୍ରୀ ମୋହନ...

ଭୁବନେଶ୍ୱରରେ ବୁମରା

ସମାଜ ଲାଇଭ ଡ଼େସ୍କ : ଭୁବନେଶ୍ୱରେ ପହଞ୍ଚିଲେ ଭାରତୀୟ କ୍ରିକେଟ ଦଳର...

ଆବଶ୍ୟକ ହେଲେ ପୀଡିତାଙ୍କୁ ଏୟାରଲିଫ୍ଟ କରାଯିବ : ମନ୍ତ୍ରୀ

ସୁନ୍ଦରଗଡ଼: ସୁନ୍ଦରଗଡ଼ ଜିଲା ରାଜଗାଙ୍ଗପୁର ଥାନା ଲାଞ୍ଜିବେର୍ନା ଅଞ୍ଚଳର କଲେଜ ଛାତ୍ରୀ...

ହ୍ୟୁମାନ୍‌ ମୃତ୍ୟୁର ତଦନ୍ତ ଲାଗି ମୁଖ୍ୟମନ୍ତ୍ରୀଙ୍କୁ ଅନୁରୋଧ କରିଛି

ଟିଟିଲାଗଡ଼ : ହ୍ୟୁମାନ୍ ସାଗରଙ୍କ ମୃତ୍ୟୁର ତଦନ୍ତ ନେଇ ପ୍ରତିକ୍ରିୟା ରଖିଛନ୍ତି...

ଟ୍ରକ୍‌-ବାଇକ୍ ଧକ୍କା : ସ୍ଵାମୀ ଆଗରେ ଚାଲିଗଲା ସ୍ତ୍ରୀର ଜୀବନ

ହରଭଙ୍ଗା : ବୌଦ୍ଧ ଜିଲ୍ଲା ହରଭଙ୍ଗା ବ୍ଲକ ପୁରୁଣାକଟକ ଥାନା ଅନ୍ତର୍ଗତ...

Related Articles

Popular Categories