ମୋଦୀଙ୍କ ହତ୍ୟା ପାଇଁ ଆରଏସ୍‍ଏସ୍‍ ଏବଂ ଗଡ଼କରୀ ଷଡ଼ଯନ୍ତ୍ର ରଚିଛନ୍ତି : ସେହଲା ରସିଦ୍‍

0

ନୂଆଦିଲ୍ଲୀ : ପୂର୍ବତନ ପ୍ରଧାନମନ୍ତ୍ରୀ ରାଜୀବ ଗାନ୍ଧିଙ୍କ ଭଳି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କୁ ହତ୍ୟା କରିବା ପାଇଁ ମାଓବାଦୀମାନେ ଷଡ଼ଯନ୍ତ୍ର ରଚିଥିବା ପ୍ରସଙ୍ଗରେ ଜବାହାରଲାଲ ନେହରୁ ବିଶ୍ୱବିଦ୍ୟାଳୟ (ଜେଏନ୍‍ୟୁ) ଛାତ୍ର ସଂସଦ ପୂର୍ବତନ ଉପାଧ୍ୟକ୍ଷା ସେହଲା ରସିଦ୍‍ ବିବାଦୀୟ ବୟାନ ଦେଇ ଅଡୁଆରେ ପଡିଛନ୍ତି। ସେହଲା ଟ୍ୱିଟ୍‍ କରି ପ୍ରଧାନମନ୍ତ୍ରୀ ମୋଦୀଙ୍କୁ ହତ୍ୟା ଷଡ଼ଯନ୍ତ୍ରରେ କେନ୍ଦ୍ର ସଡ଼କ ଓ ପରିବହନ ମନ୍ତ୍ରୀ ନୀତୀନ ଗଡ଼କରୀ ଏବଂ ରାଷ୍ଟ୍ରୀୟ ସ୍ୱୟଂ ସେବକ ସଂଘ (ଆରଏସ୍‍ଏସ୍‍) ସାମିଲ ଅଛନ୍ତି ବୋଲି ଗୁରୁତର ଅଭିଯୋଗ ଲଗାଇଛନ୍ତି। ଏହାକୁ ନେଇ ନୀତୀନ ଗଡ଼କାରୀ ସେହଲାଙ୍କ ବିରୋଧରେ ଆଇନଗତ କାର୍ଯ୍ୟାନୁଷ୍ଠାନ ନେବାକୁ ଚେତାବନୀ ଦେଇଛନ୍ତି। ବାମପନ୍ଥୀ ସେହଲା ରସିଦ୍‍ ଟ୍ୱିଟ୍‍ କରିଛନ୍ତି ଯେ ଆରଏସ୍‍ଏସ୍‍ ଏବଂ ଗଡ଼କରୀ ମିଶି ମୋଦୀଙ୍କୁ ହତ୍ୟା କରିବା ପାଇଁ ଷଡ଼ଯନ୍ତ୍ର ରଚିଛନ୍ତି। ଏହାପରେ ସେମାନେ ମୁସଲମାନ ଏବଂ ବାମପନ୍ଥୀଙ୍କୁ ଏଥିପାଇଁ ଦାୟୀ କରିବେ ଓ ସେମାନଙ୍କୁ ପିଟି ପିଟି ହତ୍ୟା କରିବେ। ନୀତୀନ ଗଡ଼କରୀ ଏ ସୂଚନା ପାଇବା ପରେ ଟ୍ୱିଟ୍‍ କରି ସେହଲାଙ୍କ ବିରୋଧରେ ଆଇନଗତ କାର୍ଯ୍ୟାନୁଷ୍ଠାନ ନେବେ ବୋଲି ଚେତବାନୀ ଦେଇଛନ୍ତି।

Leave A Reply