ବଣାଇ: ବଣାଇ ଉପଖଣ୍ଡ ଲହୁଣୀପଡ଼ା ଥାନା ଅନ୍ତର୍ଗତ ରାଜ୍ୟ ରାଜପଥ ୧୦(କ)ର ଵେଲକୁଦର ଛକ ନିକଟରେ ସୋମବାର ଘଟିଛି ଏକ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା। ଏକ ସ୍କର୍ପିଓ ଦୃତ ଗତିରେ ଆସି ସାମ୍ନାରେ ଯାଉଥିବା ଏକ ଅଟୋକୁ ଧକ୍କା ଦେବାରୁ ଅଟୋଟି ସଂପୂର୍ଣ୍ଣ ରୂପେ ଭାଙ୍ଗି ରୁଜି ଯାଇଥିବା ବେଳେ ଅଟୋ ଚାଳକ ସମେତ ଅଟୋରେ ବସିଥିବା ଦୁଇ ଜଣ ବାଳିକା ଗୁରୁତର ଆହତ ହୋଇଛନ୍ତି। ଗ୍ରାମବାସୀଙ୍କ ସହଯୋଗରେ ସମସ୍ତଙ୍କୁ ଉଦ୍ଧାର କରି ପ୍ରଥମେ ଵଣାଇଁ ସରକାରୀ ଡ଼ାକ୍ତରଖାନାକୁ ଚିକିତ୍ସା ନିମନ୍ତେ ପଠାଯାଇଛି। ଖବର ପାଇ ଲହୁଣୀପଡ଼ା ପୁଲିସ ଘଟଣାସ୍ଥଳରେ ପହଞ୍ଚି ଉଭୟ ଗାଡ଼ିକୁ ଜବତ କରିବା ସହିତ ଘଟଣାର ତଦନ୍ତ କରୁଥିବା ଜଣାପଡିଛି।
Popular Categories



