ବଢ଼ିଲା ଗ୍ରୀଷ୍ମ ଛୁଟି: ଜୁନ ୧୯ ନୁହେଁ ୨୧ରେ ଖୋଲିବ ବିଦ୍ୟାଳୟ
ଖରା ଛୁଟି ଅବଧି ବୃଦ୍ଧି କଲେ ରାଜ୍ୟ ସରକାର
ଭୁବନେଶ୍ବର: ରାଜ୍ୟରେ ଗ୍ରୀଷ୍ମ ପ୍ରବାହ ଜାରି ରହିଛି। ଏହାକୁ ଦୃଷ୍ଟିରେ ରଖି ରାଜ୍ୟ ସରକାରଙ୍କ ପକ୍ଷରୁ ଖରା ଛୁଟି ଅବଧିକୁ ବୃଦ୍ଧି କରାଯାଇଛି। ରାଜ୍ୟରେ ପ୍ରବଳ ଗ୍ରୀଷ୍ମ ପ୍ରବାହ ଜାରି ରହିଥିବା ଯୋଗୁଁ ଗ୍ରୀଷ୍ମ ଛୁଟିକୁ ୨ ଦିନ ବଢ଼ାଇ ଦିଆଯାଇଛି। ଜୁନ ୧୯ ପରିବର୍ତ୍ତୋ ଜୁନ ୨୧ରେ ଖୋଲିବ ବିଦ୍ୟାଳୟ ଖୋଲିବାକୁ ବିଦ୍ୟାଳୟ ଓ ଗଣଶିକ୍ଷା ବିଭାଗ ପକ୍ଷରୁ ନିର୍ଦେଶନାମା ଜାରି କରାଯାଇଛି।
ରାଜ୍ୟ ସରକାରଙ୍କ ପକ୍ଷରୁ ପୂର୍ବରୁ ଧାର୍ଯ୍ୟ ହୋଇଥିବା ତାରିଖ ପରିବର୍ତ୍ତେ ଅଧିକ ଦୁଇ ଦିନ ପାଇଁ ଖରା ଛୁଟିକୁ ବୃଦ୍ଧି କରାଯାଇଛି । ଆସନ୍ତା ୧୯ ତାରିଖ ପରିବର୍ତ୍ତେ ଜୁନ୍ ୨୧ ତାରିଖରେ ରାଜ୍ୟର ସମସ୍ତ ସରକାରୀ ଓ ଘରୋଇ ବିଦ୍ୟାଳୟ ଖୋଲିବ ବୋଲି ବିଦ୍ୟାଳୟ ଓ ଗଣଶିକ୍ଷା ବିଭାଗ ତରଫରୁ ନିର୍ଦେଶନାମା ଜାରି କରାଯାଇଛି। ବର୍ତ୍ତମାନ ରାଜ୍ୟରେ ପ୍ରବଳ ଗ୍ରୀଷ୍ମ ପ୍ରବାହ ଜାରି ରହିଛି । ଏହାକୁ ଦୃଷ୍ଟିରେ ରଖି ପିଲାଙ୍କ ଛୁଟି ଅବଧିକୁ ବୃଦ୍ଧି କରାଯାଇଛି।
Comments are closed.