www.samajalive.in
Sunday, December 7, 2025
26.1 C
Bhubaneswar

ମୁଜାଫରପୁର ଆଶ୍ରୟସ୍ଥଳ ମାମଲା: ବିହାର ଡିଜିପିଙ୍କୁ ସୁପ୍ରିମକୋର୍ଟଙ୍କ ସମନ

ନୂଆଦିଲ୍ଲୀ : ମୁଜାଫରପୁର ଆଶ୍ରୟସ୍ଥଳ ନାବାଳିକା ବଳାତ୍କାର ମାମଲାରେ ବିହାରର ପୂର୍ବତନ ମନ୍ତ୍ରୀ ମଞ୍ଜୁ ବର୍ମାଙ୍କୁ ଗିରଫ କରିବାରେ ପୁଲିସର ବିଫଳତା ନେଇ ସୁପ୍ରିମକୋର୍ଟ ସୋମବାର ପୁନଃ ଆଶ୍ଚର୍ଯ୍ୟ ପ୍ରକଟ କରଛନ୍ତି। ଜଣେ କ୍ୟାବିନେଟ୍‍ ମନ୍ତ୍ରୀ ଫେରାର ଥିବା ବେଳେ ତାଙ୍କ ବିଷୟରେ କାହାରି ନିକଟରେ କୌଣସି ସୂଚନା ନ ଥିବା ନେଇ ବିଚାରପତି ଏମ୍‍. ବି. ଲୋକୁର ରାଜ୍ୟ ପ୍ରଶାସନ ଓ ପୁଲିସକୁ ଭର୍ତ୍ସନା କରିଛନ୍ତି। ବର୍ମାଙ୍କୁ ଗିରଫ କରିବାରେ ପୁଲିସର ବିଫଳତାର କାରଣ ଦର୍ଶାଇବା ଲାଗି ସୁପ୍ରିମକୋର୍ଟ ବିହାର ଡିଜିପିଙ୍କୁ ସମନ ଜାରି କରିଛନ୍ତି। ନଭେମ୍ବର ୨୭ରେ କୋର୍ଟରେ ହାଜର ହେବା ଲାଗି ଡିଜିପିଙ୍କୁ ପୀଠ ନିର୍ଦେଶ ଦେଇଛନ୍ତି। ବିହାରର ଆଶ୍ରୟସ୍ଥଳଗୁଡିକରେ ଅବ୍ୟବସ୍ଥା ନେଇ ସୁପ୍ରିମକୋର୍ଟ ଚିନ୍ତା ବ୍ୟକ୍ତି କରିବା ସହ ଏ ବିଷୟରେ ଜବାବ ଦେବା ଲାଗି ମୁଖ୍ୟଶାସନ ସଚିବଙ୍କୁ ମଧ୍ୟ ଏହି ଦିନ କୋର୍ଟରେ ହାଜର ହେବାକୁ ନିର୍ଦେଶ ଦିଆଯାଇଛି। ଉଲ୍ଲେଖ ଯେ ମୁଜାଫରପୁର ଆଶ୍ରୟସ୍ଥଳର ମୁଖ୍ୟ ପରିଚାଳକ ତଥା ନାବାଳିକା ଅନ୍ତେବାସୀଙ୍କୁ ଯୌନ ନିର୍ଯାତନା ମାମଲାର ମୁଖ୍ୟ ବ୍ରଜେଶ ଠାକୁରଙ୍କ ସହିତ ବର୍ମାଙ୍କ ସ୍ୱାମୀ ଚନ୍ଦ୍ରଶେଖରଙ୍କ ଘନିଷ୍ଠ ସମ୍ବନ୍ଧ ଜଣାପଡିବା ପରେ ପୁଲିସ ସନ୍ଦେହରେ ତାଙ୍କ ସରକାରୀ ବାସଭବନରେ ଚଢାଉ କରିଥିଲା। ଚଢାଉ ବେଳେ ବିପୁଳ ପରିମାଣର ଗୁଳିଗୋଳା ଜବତ କରାଯାଇଥିଲା। ଏହି ଘଟଣାକୁ କେନ୍ଦ୍ର କରି ବର୍ମାଙ୍କୁ ସାମାଜିକ କଲ୍ୟାଣମନ୍ତ୍ରୀ ପଦରୁ ଇସ୍ତଫା ଦେବାକୁ ପଡିଥିଲା। ଅଗଷ୍ଟ ୨୫ରେ ବେଗୁସରାଇ ଏବଂ ଅକ୍ଟୋବର ୯ରେ ପାଟନା ହାଇକୋର୍ଟରେ ତାଙ୍କ ଆଗୁଆ ଜାମିନ ଆବେଦନ ଖାରଜ ହୋଇଯିବା ପରଠାରୁ ବର୍ମା ନିଖୋଜ ଅଛନ୍ତି। ସେ ନିଖୋଜ ହୋଇଯିବା ତଥା ପୁଲିସ ତାଙ୍କୁ ଗିରଫ ନ କରିବା ନେଇ ସୁପ୍ରିମକୋର୍ଟ ଗତ ଶୁଣାଣି ବେଳେ ମଧ୍ୟ ରାଜ୍ୟ ପୁଲିସକୁ କଡ଼ା ସମାଲୋଚନା କରିଥିଲେ।

Hot this week

ଅପରାହ୍ନ ୧ଟା ମୁଖ୍ୟ ଖବର

() ଗୋଆ ନାଇଟ୍ କ୍ଲବ୍ ଅଗ୍ନିକାଣ୍ଡ ଘଟଣାରେ ୨୫ ମୃତ...ମୃତକଙ୍କ ପରିବାରକୁ...

କଣ ରହିଛି ବିଶ୍ଵାସ, କାହିଁକି କାଠକୁ ଛୁଅଁନ୍ତି ଲୋକେ ?

ନୂଆଦିଲ୍ଲୀ : ଦୀର୍ଘ ବର୍ଷ ଧରି ସାରା ବିଶ୍ଵରେ ଅନେକ ଅଜବ...

ଲୋକସଭାରେ ବନ୍ଦେ ମାତରମ୍ ଉପରେ ବିତର୍କ କରିବେ ମୋଦୀ

ସମାଜ ଲାଇଭ ଡ଼େସ୍କ : ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଆସନ୍ତାକାଲି ଲୋକସଭାରେ...

ଗୋଆ ଅଗ୍ନିକାଣ୍ଡ : ନାଇଟ୍ କ୍ଲବ୍ ମାଲିକଙ୍କ ବିରୋଧରେ ମାମଲା ରୁଜୁ

ସମାଜ ଲାଇଭ ଡ଼େସ୍କ : ଗୋଆ ନାଇଟ୍ କ୍ଲବ୍ ଅଗ୍ନିକାଣ୍ଡ ଘଟଣାରେ...

ବୁଡିଗଲେ ଦୁଇ ସାଙ୍ଗ: ଜଣେ ମୃତ

ଦିଗପହଣ୍ଡି : ଗଞ୍ଜାମ ଜିଲ୍ଲା ଦିଗପହଣ୍ଡି ଚୁଡଙ୍ଗଗଡ ମନ୍ଦିରବନ୍ଧରେ ଅଭାବନୀୟ ଘଟଣା...

Related Articles

Popular Categories