ଉତ୍ତମ ମଣିଷ ଗଢିବା ଶିକ୍ଷାର ଉଦ୍ଦେଶ୍ୟ ହେଉ: ସ୍ୱାମୀ ସତ୍ୟପ୍ରଜ୍ଞାନନ୍ଦ
ବିଶ୍ୱାତ୍ମ ବିଦ୍ୟା ମନ୍ଦିରର ଦଶମ ବାର୍ଷିକ ଉତ୍ସବ
ସମ୍ବଲପୁର : ସମ୍ବଲପୁରର ଝାଡୁଆପଡା ସ୍ଥିତ ବିଶ୍ୱାତ୍ମ ବିଦ୍ୟା ମନ୍ଦିରର ଦଶମ ବାର୍ଷିକ ଉତ୍ସବ ରବିବାର ଆରଣ୍ୟକ ମଞ୍ଚ ଠାରେ ପାଳିତ ହୋଇଯାଇଛି । ଏଥିରେ ବିଶ୍ୱାତ୍ମ ଚେତନା ପରିଷଦର ଅଧ୍ୟକ୍ଷ ପରମହଂସ ସ୍ୱାମୀ ଶ୍ରୀ ସତ୍ୟପ୍ରଜ୍ଞାନନ୍ଦ ସରସ୍ୱତୀ ମୁଖ୍ୟ ଅତିଥି ରୂପେ ଯୋଗ ଦେଇ ଭୋଗ-ବିଳାସ ବା ଅର୍ଥ ରୋଜଗାର ନୁହେଁ, ବରଂ ଉତ୍ତମ ମଣିଷ ଗଢିବା ଶିକ୍ଷାର ଉଦ୍ଦେଶ୍ୟ ହେବା ଉଚିତ ବୋଲି ମତବ୍ୟକ୍ତ କରିଥିଲେ । ବରିଷ୍ଠ ସାମ୍ବାଦିକ ହେମନ୍ତ କୁମାର ମହାପାତ୍ର ଓ ଏସସିଆରଟିର ପୂର୍ବତନ ଅଧ୍ୟକ୍ଷ ପ୍ରଫେସର ସେବକ ତ୍ରିପାଠୀ ସମ୍ମାନିତ ଅତିଥି ରୂପେ ଯୋଗ ଦେଇ ପ୍ରକୃତ ଜ୍ଞାନ ବାଣ୍ଟି ଶିଶୁଙ୍କୁ ସୁଯୋଗ୍ୟ ଓ ସମର୍ଥ ର୍ମଣିଷ ଭାବେ ଗଢି ତୋଳିବାରେ ଏହି ବିଦ୍ୟାଳୟ ଆଦର୍ଶ ସୃଷ୍ଟି କରିବ ବୋଲି ଆଶା ବ୍ୟକ୍ତ କରିଥିଲେ । ବିଶ୍ୱାତ୍ମ ବିଦ୍ୟା ମନ୍ଦିର ସମୂହର ସଂଯୋଜକ ଶ୍ରୀ ସମ୍ବିତ କୁମାର ଓ ଶିକ୍ଷୟିତ୍ରୀ ରୀନା ସ୍ୱାଇଁଙ୍କ ସଂଯୋଜନାରେ ଅନୁଷ୍ଠିତ ଏହି ଉତ୍ସବରେ ସ୍ୱାମୀ ଶ୍ରୀ ସତ୍ୟପ୍ରେମାନନ୍ଦ ସରସ୍ୱତୀ ପ୍ରମୁଖ ମଞ୍ଚାସୀନ ଥିଲେ । ସମ୍ବଲପୁର ବିଶ୍ୱାତ୍ମ ବିଦ୍ୟା ମନ୍ଦିରର ସଭାପତି ଶ୍ରୀ ପରମେଶ୍ୱର ଦାସ ଅତିଥି ପରିଚୟ ପ୍ରଦାନ କରିଥିବାବେଳେ ବିଦ୍ୟା ମନ୍ଦିରର ପ୍ରଧାନ ଗୁରୁମା ଶ୍ରୀମତି ସୁଜାତା ପତି ବାର୍ଷିକ ବିବରଣୀ ପାଠ କରିଥିଲେ । ଶେଷରେ ବିଶ୍ୱାତ୍ମ ଚେତନା ପରିଷଦ ସମ୍ବଲପୁର ଶାଖାର ସମ୍ପାଦକ ନନ୍ଦକିଶୋର ମିଶ୍ର ଧନ୍ୟବାଦ ଅର୍ପଣ କରିଥିଲେ । ଏହି ଅବସରରେ ପଞ୍ଚମ ଶ୍ରେଣୀର ଛାତ୍ର ସୋମନାଥ ସାହାଣୀଙ୍କୁ ବିଦ୍ୟାଳୟର ଶ୍ରେଷ୍ଠ ବିଦ୍ୟାର୍ଥୀ ଭାବେ ‘ରୁଦ୍ର ନାରାୟଣ ପତି ସ୍ମାରକୀ ଆୱାର୍ଡ’ ତଥା ‘ଡାକ୍ତର ସୁଚେତାରାଣୀ ମହାପାତ୍ର ମେମୋରିଆଲ ଆୱାର୍ଡ’ ପ୍ରଦାନ ପୂର୍ବକ ୫,୦୦୦ଟଙ୍କା ଅର୍ଥରାଶି ଦିଆଯାଇଥିଲା । ଏହାଛଡା ବିଭିନ୍ନ ପ୍ରତିଯୋଗିତାର ବିଭିନ୍ନ ପ୍ରତିଯୋଗିତାର କୃତୀ ଛାତ୍ର ଛାତ୍ରୀ ମାନଙ୍କୁ ମଧ୍ୟ ପୁରସ୍କୃତ କରାଯାଇଥିଲା ।
Comments are closed.