www.samajalive.in
Sunday, December 7, 2025
26.1 C
Bhubaneswar

ସ୍ଥାୟୀ ଜମା ଉପରେ ସୁଧ ହାର ବଢାଇଲା ଏସ୍‍ବିଆଇ

ନୂଆଦିଲ୍ଲୀ : ଭାରତୀୟ ଷ୍ଟେଟ୍‍ ବ୍ୟାଙ୍କ (ଏସ୍‍ବିଆଇ) ସ୍ଥାୟୀ ଜମା (ଫିକ୍ସ ଡିପୋଜିଟ) ଉପରେ ସୁଧ ହାର ବୃଦ୍ଧି କରିଛି। ବ୍ୟାଙ୍କର ନୂଆ ସୁଧ ହାର ତତ୍କାଳ ପ୍ରଭାବରେ (ଅର୍ଥାତ ବୁଧବାରଠାରୁ) ଲାଗୁ ହୋଇଛି। ଆସନ୍ତା ସପ୍ତାହରେ ଭାରତୀୟ ରିଜର୍ଭ ବ୍ୟାଙ୍କ (ଆରବିଆଇ)ର ନୀତି ପର୍ଯ୍ୟବେକ୍ଷଣ ବୈଠକ ପୂର୍ବରୁ ଏସ୍‍ବିଆଇ ଏହି ନିଷ୍ପତ୍ତି ନେଇଛି। ଏହି କ୍ରମରେ କେବଳ ବର୍ଷେରୁ ୨ ବର୍ଷ ଏବଂ ୨ ବର୍ଷରୁ ୩ ବର୍ଷ ମଧ୍ୟର ସ୍ଥାୟୀ ଜମାରେ ସୁଧ ହାର ବୃଦ୍ଧି କରାଯାଇଛି।
ଆଗରୁ ଏସ୍‍ବିଆଇର ବର୍ଷରୁ ୨ ବର୍ଷ ମଧ୍ୟରେ ସ୍ଥାୟୀ ଜମା ଉପରେ ସୁଧ ହାର ୬.୭୦% ଥିଲା। ଏବେ ଏହା ବୃଦ୍ଧି ପାଇ ୬.୮୦% ହୋଇଛି। ସେହିପରି ଏହି କ୍ଷେତ୍ରରେ ବରିଷ୍ଠ ନାଗରିକଙ୍କ ପାଇଁ ସୁଧହାର ୭.୨୦%ରୁ ୭.୩୦%କୁ ବୃଦ୍ଧି କରାଯାଇଛି। ଏସ୍‍ବିଆଇର ୨ରୁ ୩ ବର୍ଷ ମଧ୍ୟରେ ସ୍ଥାୟୀ ଜମା ଉପରେ ସୁଧ ହାର ୬.୭୫%ରୁ ୬.୮୦%କୁ ବୃଦ୍ଧି ପାଇଛି। ଅନୁରୂପ ଭାବେ ବରିଷ୍ଠ ନାଗରିକଙ୍କ ପାଇଁ ଏହି କ୍ଷେତ୍ରର ସ୍ଥାୟୀ ଜମା ଉପରେ ସୁଧହାର ୭.୨୫%ରୁ ୭.୩୦%କୁ ବୃଦ୍ଧି ପାଇଛି। ଅନ୍ୟାନ୍ୟ ସ୍ଥାୟୀ ଜମା ଉପରେ ସୁଧ ହାର ଅପରିବର୍ତ୍ତିତ ରହିଛି। ୭ ଦିନରୁ ୪୫ ଦିନ ପର୍ଯ୍ୟନ୍ତ ସ୍ଥାୟୀ ଜମା ଉପରେ

- Advertisement -

ସୁଧ ହାର ୫.୭୫%, ବରିଷ୍ଠ ନାଗରିକଙ୍କ ପାଇଁ ସୁଧ ହାର ୬.୨୫% ରହିଛି। ୪୬ରୁ ୧୭୯ ଦିନିଆ ସ୍ଥାୟୀ ଜମା ଉପରେ ସୁଧ ହାର ୬.୨୫%, ବରିଷ୍ଠ ନାରିକଙ୍କ କ୍ଷେତ୍ରରେ ସୁଧ ହାର ୬.୭୫% ରହିଛି। ୧୮୦ରୁ ୨୧୦ ଦିନିଆ ସ୍ଥାୟୀ ଜମା ଉପରେ ସୁଧ ହାର ୬.୩୫%, ବରିଷ୍ଠ ନାଗରିକଙ୍କ କ୍ଷେତ୍ରରେ ସୁଧ ହାର ୬.୮୫%, ୨୧୧ରୁ ବର୍ଷେ ପର୍ଯ୍ୟନ୍ତ ସ୍ଥାୟୀ ଜମା ଉପରେ ସୁଧ ହାର ୬.୪୦%, ବରିଷ୍ଠ ନାଗରିକଙ୍କ ପାଇଁ ସୁଧ ହାର ୬.୯୦% ରହିଛି। ୩ ବର୍ଷରୁ ୫ ବର୍ଷ ମଧ୍ୟରେ ସ୍ଥାୟୀ ଜମା ଉପରେ ସୁଧ ହାର ୬.୮୦% ଓ ବରିଷ୍ଠ ନାଗରିକଙ୍କ ପାଇଁ ସୁଧ ହାର ୭.୩୦% ରହିଛି। ୫ରୁ ୧୦ ବର୍ଷ ସ୍ଥାୟୀ ଜମା ଉପରେ ସୁଧ ହାର ୬.୮୫%, ବରିଷ୍ଠ ନାଗରିକଙ୍କ ପାଇଁ ସୁଧ ହାର ୭.୩୫% ରହିଛି।
ଚଳିତ ବର୍ଷ ପ୍ରମୁଖ ରାଷ୍ଟ୍ରାୟତ୍ତ ବ୍ୟାଙ୍କ ଗୁଡ଼ିକ ସ୍ଥାୟୀ ଜମା ଉପରେ ସୁଧ ହାର ବୃଦ୍ଧି କରିଛନ୍ତି। ଏହି କ୍ରମରେ ଏଚ୍‍ଡିଏଫସି, ଆକ୍ସିସ, ପିଏନ୍‍ବି, ବ୍ୟାଙ୍କ ଅଫ ବରୋଦା ଏବଂ ଇଣ୍ଡସଇଣ୍ଡ ବ୍ୟାଙ୍କ ସ୍ଥାୟୀ ଜମା ଉପରେ ସୁଧ ହାର ବୃଦ୍ଧି କରିଛନ୍ତି।

Hot this week

ଅପରାହ୍ନ ୧ଟା ମୁଖ୍ୟ ଖବର

() ଗୋଆ ନାଇଟ୍ କ୍ଲବ୍ ଅଗ୍ନିକାଣ୍ଡ ଘଟଣାରେ ୨୫ ମୃତ...ମୃତକଙ୍କ ପରିବାରକୁ...

କଣ ରହିଛି ବିଶ୍ଵାସ, କାହିଁକି କାଠକୁ ଛୁଅଁନ୍ତି ଲୋକେ ?

ନୂଆଦିଲ୍ଲୀ : ଦୀର୍ଘ ବର୍ଷ ଧରି ସାରା ବିଶ୍ଵରେ ଅନେକ ଅଜବ...

ଲୋକସଭାରେ ବନ୍ଦେ ମାତରମ୍ ଉପରେ ବିତର୍କ କରିବେ ମୋଦୀ

ସମାଜ ଲାଇଭ ଡ଼େସ୍କ : ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଆସନ୍ତାକାଲି ଲୋକସଭାରେ...

ଗୋଆ ଅଗ୍ନିକାଣ୍ଡ : ନାଇଟ୍ କ୍ଲବ୍ ମାଲିକଙ୍କ ବିରୋଧରେ ମାମଲା ରୁଜୁ

ସମାଜ ଲାଇଭ ଡ଼େସ୍କ : ଗୋଆ ନାଇଟ୍ କ୍ଲବ୍ ଅଗ୍ନିକାଣ୍ଡ ଘଟଣାରେ...

ବୁଡିଗଲେ ଦୁଇ ସାଙ୍ଗ: ଜଣେ ମୃତ

ଦିଗପହଣ୍ଡି : ଗଞ୍ଜାମ ଜିଲ୍ଲା ଦିଗପହଣ୍ଡି ଚୁଡଙ୍ଗଗଡ ମନ୍ଦିରବନ୍ଧରେ ଅଭାବନୀୟ ଘଟଣା...

Related Articles

Popular Categories