ସାକ୍ଷୀଗୋପାଳ : ସତ୍ୟବାଦୀ ଉଚ୍ଚ ବିଦ୍ୟାଳୟ,ସତ୍ୟବାଦୀ ବ୍ଲକର ନୋଡାଲ ବିଦ୍ୟାଳୟ ଓ ପୂର୍ବପରି ଚଳିତ ବର୍ଷ ଏହି ବିଦ୍ୟାଳୟ ମାଟ୍ରିକ ପରୀକ୍ଷା କେନ୍ଦ୍ର ହୋଇଅଛି। ମାତ୍ର ଏହି ବିଦ୍ୟାଳୟ ଛାତରୁ ନିୟମିତ କଂକ୍ରିଟ ଖଣ୍ଡ ବା ସିଲିଂ ଖସୁଛି।
ଏହି ବିଦ୍ୟାଳୟ ୨୦୨୧ ଡିସେମ୍ବର୧୫ ରେ ସ୍ମାର୍ଟ ବିଦ୍ୟାଳୟ ଭାବେ ୫-ଟି ରେ ଅନ୍ତର୍ଭୁକ୍ତ ହୋଇ ଉଦଘାଟିତ ହୋଇଥିଲା। ବିଦ୍ୟାଳୟର ରୂପରେଖକୁ ଆକର୍ଷଣୀୟ ସହ ଶିକ୍ଷକ ଓ ବିଦ୍ୟାର୍ଥୀଙ୍କ ନିମନ୍ତେ ସମ୍ପୂର୍ଣ୍ଣ ନୂତନ ଭାବେ ଶିକ୍ଷାଦାନ ପ୍ରାଣାଳୀକୁ ଅଧିକ ସୁଗମ କରିବା ପାଇଁ ଏଥିରେ ପ୍ରାୟ ୪୫ ଲକ୍ଷ ଟଙ୍କାର ଅନୁଦାନ ଓ ଅନ୍ୟାନ୍ୟ ଆଞ୍ଚଳିକ ଉନ୍ନୟନ ପାଣ୍ଠି ଟଙ୍କା ମିଶାଇ ପ୍ରାୟ ୬୦ ଲକ୍ଷ ଟଙ୍କା ଖର୍ଚ୍ଚ କରାଯାଇଛି। ତେବେ ଚଳିତ ମାସ ତିନି ତାରିଖରେ କାର୍ଯ୍ୟାଳୟରେ କାମ କରୁଥିବା ସମୟରେ ଉକ୍ତ କୋଠରୀ ଛାତରୁ ଏକ ବିଶାଳ କଂକ୍ରିଟ ଖଣ୍ଡ ଖସି କିରାଣୀ ସୁମନ୍ତ କୁମାର ଷଡଙ୍ଗୀ ଗୁରୁତର ଆହତ ହୋଇଥିଲେ।
ଘଟଣା ସମୟରେ ସତ୍ୟବାଦୀ ସମିତି ଅଧ୍ୟକ୍ଷ ସୁନିଲ କୁମାର ପଣ୍ଡା , ବିଡିଓ ଲୋଚନ ଦାସ ,ବ୍ଲକ ଶିକ୍ଷାଅଧିକାରୀ ଭବମ ପ୍ରଧାନ,ପ୍ରମୁଖ ଘଟଣା ସ୍ଥଳରେ ପହଞ୍ଚି ଘଟଣା ର ଅନୁଧ୍ୟାନ କରିବା ସହ ୫-ଟି ରେ ସାମିଲ ହୋଇଥିବା ଏହି ହାଇସ୍କୁଲର ବିଲଡିଂରେ ସୁରକ୍ଷିତ ଥିବା ୪ ରୁମକୁ ଛାଡି ଅନ୍ୟ ଅସୁରକ୍ଷିତ ରୁମଗୁଡିକୁ ବ୍ୟବହାର ନକରିବା ନିମନ୍ତେ ଅନୁଧ୍ୟାନ କରୁଥିବା ଅଧିକାରୀ ମାନେ ନିର୍ଦ୍ଦେଶ ଦେଇଥିଲେ। ମାତ୍ର ଆଗକୁ ମାଟ୍ରିକ ପରୀକ୍ଷା ପାଇଁ ନୋଡାଲ ସେଣ୍ଟର ଓ ପରୀକ୍ଷା ପରିଚାଳନା ନିମନ୍ତେ ସୁରକ୍ଷିତ ଗୃହର ଅଭାବ ଯୋଗୁଁ ଏବେବି ଉକ୍ତ ରୁମ ଗୁଡିକ ସ୍କୁଲ କର୍ତ୍ତୃପକ୍ଷ ବ୍ୟବହାର କରୁଥିବା ଜଣାପଡିଛି। ଏପଟେ ସୋମବାର ସ୍କୁଲରେ ମାଟ୍ରିକ ପରୀକ୍ଷାର୍ଥୀଙ୍କ ପାଇଁ ଆଡ଼ମିଟ କାର୍ଡ ପହଞ୍ଚି ଥିବା ଜଣାପଡିଛି । ସ୍କୁଲରେ ରହିଥିବା ଷ୍ଟ୍ରଙ୍ଗରୁମ ଅଧିକ ବିପଦପୂର୍ଣ୍ଣ ରହିଛି। ଏଭଳି ବିପଦ ପୂର୍ଣ୍ଣ ସ୍କୁଲରେ ଆଗକୁ ଶିକ୍ଷାଦାନ ସହ ପରୀକ୍ଷା ପରିଚାଳନା ପାଇଁ ଅଧ୍ୟୟନରତ ଶତାଧିକ ଛାତ୍ର ଛାତ୍ରୀ, ଶିକ୍ଷକ ଶିକ୍ଷୟତ୍ରୀ ଓ ଅଭିଭାବକ ମନେ ଦ୍ଵନ୍ଦରେ ପଡିଯାଇଛନ୍ତି।
ପ୍ରଶାସନ ତରଫରୁ ଏ ସମ୍ପର୍କରେ ପଦକ୍ଷେପ ଗ୍ରହଣ କରିବା ନିମନ୍ତେ ଅଭିଭାବକ ମାନେ ଦାବୀ କରିଛନ୍ତି।
Comments are closed.