www.samajalive.in
Friday, December 12, 2025
14.1 C
Bhubaneswar

ଐତିହ୍ୟ ବିଦ୍ୟାଳୟ  ଭାବେ ବିକଶିତ ହେଵ ସତ୍ୟବାଦୀ ଉଚ୍ଚ ବିଦ୍ୟାଳୟ 

ସାକ୍ଷୀଗୋପାଳ: ସତ୍ୟବାଦୀ  ବନ ବିଦ୍ୟାଳୟର ପରବର୍ତ୍ତୀ  ଶିକ୍ଷାନୁଷ୍ଠାନ ସତ୍ୟବାଦୀ ଉଚ୍ଚ ବିଦ୍ୟାଳୟ  ଐତିହ୍ୟ  ବିଦ୍ୟାଳୟ  ଭାବେ ବିକଶିତ ହେଵ। ସମସ୍ତ ପୁରାତନ ନିର୍ମାଣ କାର୍ଯ୍ୟ ଓ ବିଷୟବସ୍ତୁକୁ ସୁରକ୍ଷିତ ରଖି ଏହାକୁ  ବିକଶିତ କରିବା ପାଇଁ ରାଜ୍ୟ ସରକାର ଆର୍ଥିକ ଅନୁଦାନ ପ୍ରଦାନ କରିଥିବା ଜଣା ପଡ଼ିଛି । ଆଜି  ଏଥିପାଇଁ ରାଜ୍ୟ ସରକାରଙ୍କ ମୋ ସ୍କୁଲ ଅଭିଯାନ ପକ୍ଷରୁ ସତ୍ୟବାଦୀ ହାଇ ସ୍କୁଲ ସମ୍ପର୍କିତ ସମସ୍ତ ଐତିହ କୃତି ଓ ବିଷୟ ବସ୍ତୁ ଉପରେ ଏକ ଫିଚର ବା ଡକୁମେଣ୍ଟ ପ୍ରସ୍ତୁତ କରିବା ପାଇଁ ଏକ ଟିମ ସତ୍ୟବାଦୀ ହାଇସ୍କୁଲ ପରିଦର୍ଶନ  କରିଥିଲେ ।
ଏହି ଟିମରେ ମୋ ସ୍କୁଲ ଅଭିଯାନ , ବିଦ୍ୟାଳୟ ଓ ଗଣଶିକ୍ଷା ବିଭାଗ ଯୋଗା ଯୋଗ ଅଧିକାରୀ ସିତାଶୁଂ ଶେଖର ମହାନ୍ତ ଓ ଫଟୋଗ୍ରାଫର ପ୍ରଫୁଲ୍ଲ କୁମାର ବାରିକ ,  ଜିଲା ମୋ ସ୍କୁଲ ସଂଯୋଜକ ସନ୍ତୋଷ ଚୌଧୁରୀ ସାମିଲ ହୋଇ ଥିଲେ । ସେମାନେ ପ୍ରଥମେ ସ୍କୁଲର ସମସ୍ତ କାର୍ଯ୍ୟାଳୟ, ଲାଇବ୍ରେରୀ , ବିଜ୍ଞାନ ଲାଇବ୍ରେରୀ , ଶ୍ରେଣୀ କକ୍ଷ ସହ ସ୍କୁଲ ପରିସରରେ ପ୍ରତିଷ୍ଠିତ ଗୋପବନ୍ଧୁଙ୍କ ପ୍ରତିମୂର୍ତ୍ତି, ସେବାପୀଠ ଓ ପାଞ୍ଚସଖା ସମାଧି ପୀଠ, ଓଡ଼ିଆ ବିଶ୍ୱବିଦ୍ୟାଳୟ, ବକୁଳବନ ଭିତରେ ତତ୍କାଳୀନ ସମୟର ମୁକ୍ତ ବିଦ୍ୟାଳୟର କିଛି ସ୍ମୃତି ,  ଅଡିଟୋରୀୟମ ସହ ପାଞ୍ଚ ମହାପୁରୁଷଙ୍କ ଫଟୋଚିତ୍ର ଓ ଏ ସମ୍ପର୍କିତ ବିଭିନ୍ନ ତଥ୍ୟ ଗ୍ରହଣ କରିଥିଲେ । ଏହି ସମୟରେ ସତ୍ୟବାଦୀ ହାଇସ୍କୁଲର ଭାରପ୍ରାପ୍ତ ପ୍ରଧାନ ଶିକ୍ଷକ ମାନସ ରଞ୍ଜନ ପଟ୍ଟନାୟକ, ପୁରାତନ ଛାତ୍ର ସଂସଦ ସଭାପତି କିଶୋର ଚନ୍ଦ୍ର ମହାପାତ୍ର , ପ୍ରାକ୍ତନ ଶିକ୍ଷକ ପ୍ରଣବ କୁମାର ମିଶ୍ର , ଜୟନ୍ତ କୁମାର ତ୍ରିପାଠୀ , ବନମାଳୀ ବେହେରା ,ବିଜୟ କୁମାର ପରିଡା ,ପ୍ରସନ୍ନ ରଥଙ୍କ ସହ ଅନ୍ୟ ମନେ ଉକ୍ତ ଟିମ ସହିତ ରହି ତଥ୍ୟ ପ୍ରଦାନ କରିଥିଲେ । ବିଦ୍ୟାଳୟର ଶିକ୍ଷକ ଶିକ୍ଷୟିତ୍ରୀ ସହଯୋଗ କରିଥିଲେ।
ସୂଚନା ଥାଉକି ସତ୍ୟବାଦୀ ବନ ବିଦ୍ୟାଳୟ ମଣିଷ ଗଢ଼ା କାରଖାନା  ବିଦ୍ୟାଳୟ ଭାବେ ପରିଚିତ। ବନବିଦ୍ୟାଳୟ ୧୯୦୯ ମସିହାରେ ଉତ୍କଳମଣି ପଣ୍ଡିତ ଗୋପବନ୍ଧୁ ଦାସ, ଆଚାର୍ଯ୍ୟ ହରିହର ଦାସ, ପଣ୍ଡିତ ନୀଳକଣ୍ଠ ଦାସ, ପଣ୍ଡିତ କୃପାସିନ୍ଧୁ ମିଶ୍ର ଓ ପଣ୍ଡିତ ଗୋଦାବରୀଶ ମିଶ୍ର ପ୍ରମୁଖ ସତ୍ୟବାଦୀ ଯୁଗର ପଞ୍ଚସଖା  ପ୍ରତିଷ୍ଠା କରିଥିଲେ । ପରବର୍ତ୍ତୀ ସମୟରେ ଏହି ବନବିଦ୍ୟାଳୟଟି ସତ୍ୟବାଦୀ ହାଇ ସ୍କୁଲ ନାମରେ ନାମିତ ହୋଇଛି । ଶିକ୍ଷା, ସଂସ୍କାର, ସେବା କୁ ଆୟୁଧ କରି ଉତ୍କଳମଣି ପଣ୍ଡିତ ଗୋପବନ୍ଧୁ ଦାସ, ପଣ୍ଡିତ ନୀଳକଣ୍ଠ ଦାସ, ଆଚାର୍ଯ୍ୟ ହରିହର ଦାସ, ପଣ୍ଡିତ ଗୋଦାବରୀଶ ମିଶ୍ର, ପଣ୍ଡିତ କୃପାସିନ୍ଧୁ ମିଶ୍ର ଏଠାରେ ଶିକ୍ଷକତା କରିଵାସହ ତତ୍କାଳୀନ ଓଡ଼ିଶାର ସ୍ୱାଧୀନତା ସଂଗ୍ରାମ, ଓଡିଶାରେ ଶିକ୍ଷାର ବିକାଶ, ଅସ୍ପୃଶ୍ୟତା ନିରାକରଣ ଓ କୁଟୀର ଶିଳ୍ପ ପ୍ରତିଷ୍ଠା କରି ସମାଜର ଅର୍ଥନୈତିକ ବିକାଶ ନିମନ୍ତେ କାର୍ଯ୍ୟ କରିଥିଲେ ।

Hot this week

ଜାନୁଆରୀ ୩୧ ରୁ ଓସିଏସ୍‌ ମୁଖ୍ୟ ଲିଖିତ ପରୀକ୍ଷା

କଟକ : ଓଡ଼ିଶା ଲୋକସେବା ଆୟୋଗ (ଓପିଏସ୍‌ସି) ଦ୍ବାରା ପରିଚାଳିତ ଓଡ଼ିଶା...

ସଜାଡ଼ିବାକୁ ଉଦ୍ୟମ : ମୋକିମ୍‌

କଟକ : ବାରବାଟୀ କଟକର ପୂର୍ବତନ ବିଧାୟକ ମହମ୍ମଦ ମୋକିମଙ୍କ ଚିଠିକୁ...

ଓଡ଼ିଶା ହେବ ଜବରଦଖଲମୁକ୍ତ

ଭୁବନେଶ୍ବର: ଓଡ଼ିଶାକୁ ଜବରଦଖଲମୁକ୍ତ କରିବାକୁ ରାଜସ୍ବ ବିଭାଗ ଅଣ୍ଟା ଭିଡ଼ିଛି। ବିଭାଗସ୍ତରରେ...

୬ ରାଜ୍ୟରେ ଏସ୍‌ଆଇଆର୍‌ ସମୟସୀମା ବୃଦ୍ଧି

ନୂଆଦିଲ୍ଲୀ: ନିର୍ବାଚନ କମିଶନ (ଇସି)ଙ୍କ ତରଫରୁ ଗୁରୁବାର ପାଞ୍ଚ ରାଜ୍ୟ ଓ...

କଂଗ୍ରେସ ହାଇକମାଣ୍ଡଙ୍କ ନିଷ୍ପତ୍ତିକୁ ଅପେକ୍ଷା

ଭୁବନେଶ୍ବର : ପୂର୍ବତନ ବିଧାୟକ ମହମ୍ମଦ ମୋକିମଙ୍କ ଚିଠିକୁ ନେଇ ରାଜ୍ୟ...

Related Articles

Popular Categories