ଏହି ରାଶିଧାରୀଙ୍କ ପାଇଁ ଆଜି ସ୍ଥିତି ଅନୁକୂଳ -ଶନିବାରର ରାଶିଫଳ

ମେଷ- ଚିନ୍ତାଗ୍ରସ୍ତ ହୋଇପାରନ୍ତି। ଆୟ ସୀମିତ ହୋଇପାରେ। ସରକାରୀ ବା ବନ୍ଧୁ ସୂତ୍ରରୁ ଲାଭ ଉଠାଇ ପାରନ୍ତି। ଆହର ସାତ୍ତ୍ବିକ ନ ହେଲେ ଅଗ୍ନିମାନ୍ଦ୍ୟ ଭୟ ରହିଛି। ପାରିବାରିକ ସୁଖ ମିଳିପାରେ।

ବୃଷ- ଦିନଟି ସମସ୍ୟା ବହୁଳ ହୋଇଥିଲେ ମଧ୍ୟ ସ୍ଥିତି ଅନୁକୂଳ ରହିଛି। ମଧୁର କଥାରେ ପରକୁ ଆପଣାର କରିପାରନ୍ତି। ବ୍ୟୟ ବୃଦ୍ଧିର ସୂଚନା ମିଳୁଛି। ବ୍ୟବସାୟରୁ ଲାଭ ମିଳିବ। ସୁସ୍ଥ ଓ ନିରାମୟ ରହିବେ।

ମିଥୁନ- ଅଧିକ ଜ୍ଞାନ ଅର୍ଜନ ପାଇଁ ଆଗ୍ରହୀ ହେବେ। ଗୁରୁଙ୍କ ସେବାରେ ବ୍ରତୀ ହୋଇପାରନ୍ତି। ସତ୍‌କର୍ମରେ ନିଜକୁ ନିୟୋଜିତ କରିବେ। ସରକାରୀ ସୂତ୍ରରୁ ଅର୍ଥ ସହିତ ସମ୍ମାନ ପ୍ରାପ୍ତିର ସୁଯୋଗ ଅଛି। କର୍ମଠ ରହିବେ।

କର୍କଟ- କର୍ମଚଞ୍ଚଳ ରହିବେ। ବିଭିନ୍ନ ସୂତ୍ରରୁ ଅର୍ଥ ପ୍ରାପ୍ତ ହୋଇ ଆର୍ଥିକ ସ୍ଥିତିକୁ ଦୃଢ଼ କରିପାରନ୍ତି। ବିବାଦୀୟ ଘଟଣାରେ ବିଜୟୀ ହେବେ। ସ୍ଥଗିତ କାର୍ଯ୍ୟକୁ ତ୍ବରାନ୍ବିତ କରିପାରନ୍ତି। କର୍ମକ୍ଷେତ୍ର ଉଜ୍ଜ୍ବଳମୟ ହେବ।

ସିଂହ- କାର୍ଯ୍ୟର ସଫଳ ରୂପାୟନ କରି ପ୍ରଶଂସାର ପାତ୍ର ହେବେ। ସେବା ଧର୍ମରେ ଦୀକ୍ଷିତ ହୋଇପାରନ୍ତି। ପ୍ରାପ୍ତ କ୍ଷମତାର ସଦୁପଯୋଗ କରି ଜନକଲ୍ୟାଣ ଭୋଗ କରିପାରନ୍ତି। ପ୍ରତିଯୋଗିତାରେ କୃତିତ୍ବ ଅର୍ଜନ କରିବେ।

କନ୍ୟା- ସାମାନ୍ୟ ଅସୁସ୍ଥତା ଅନୁଭବ କରିପାରନ୍ତି। ଆର୍ଥିକ ସ୍ଥିତି ଦୁର୍ବଳ ରହିପାରେ। ପରଧନ ମିଳିବାର ସୁଯୋଗ ସୃଷ୍ଟି ହୋଇଛି। ଶତ୍ରୁତାର ଅବସାନ ଘଟିପାରେ। ସାରାଦିନ ସତର୍କତାର ସହ ଚଳିବାକୁ ପଡ଼ିବ।

ତୁଳା- ଆଜି ଦିନଟି ଆପଣଙ୍କ ପାଇଁ ଅତ୍ୟନ୍ତ ଶୁଭପ୍ରଦ। ବହୁ ସୁଖକର ଘଟଣାମାନ ଘଟିପାରେ। କର୍ମକ୍ଷେତ୍ରରୁ ଅପୂର୍ବ ସଫଳତା ମିଳିବ। ସେବା ଭାବନାରେ ଉନ୍ମୁଖ ହୋଇପାରନ୍ତି। ପତ୍ନୀଙ୍କ ପରାମର୍ଶ ଉପାଦେୟ ହେବ।

ବିଚ୍ଛା- ଶତ୍ରୁ ବିନାଶ କରି ମାନସିକ ଶାନ୍ତି ଫେରିପାଇବେ। ଋଣ ପରିଶୋଧ କରି ଆଶ୍ବସ୍ତ ହେବେ। ଭାଇମାନଙ୍କ ଉପରେ ସ୍ନେହଭାବ ରହିବ। ଯାନବାହନ ସୁଖ ମିଳିବ। ଚାକିରି କ୍ଷେତ୍ରରେ ଅଧସ୍ଥନଙ୍କ ପ୍ରିୟ ହେବେ।

ଧନୁ- ବିଚାରବିମର୍ଶ ଓ ଆଲୋଚନା ମାଧ୍ୟମରେ କାର୍ଯ୍ୟ କଲେ ସଫଳତା ମିଳିବ। ପ୍ରବଚନର ପ୍ରସ୍ତୁତି ପାଇଁ ଶାସ୍ତ୍ର ଅଧ୍ୟୟନରେ ମନୋନିବେଶ କରିପାରନ୍ତି। ଦାମ୍ପତ୍ୟ ଜୀବନ ସୁଖପ୍ରଦ ହେବ। ଧନାଗମ ହେବ।

ମକର- ଅନୁଗତ ଓ ଆଜ୍ଞାକାରୀଙ୍କଠାରୁ ସହଯୋଗ ପାଇବା ଅସମ୍ଭବ ହୋଇପାରେ। କେତେକ କ୍ଷେତ୍ରରେ ଭୁଲ ବୁଝାମଣା ଘଟିପାରେ। ଯାନବାହନ ସୁଖ ମିଳିବ। ଗୃହ ପରିବେଶ ଉତ୍ତମ ମାନର ହେବ।

କୁମ୍ଭ- ଦୃଢ଼ ମନୋବଳ ନେଇ କାର୍ଯ୍ୟ ସମ୍ପାଦନ କରିବେ। ଆର୍ଥିକ ସ୍ଥିତିରେ ଉନ୍ନତି ଘଟିବ। ଦିଅଁ ଦର୍ଶନରେ ସମସ୍ତ କଳ୍ମଷ ଦୂର ହେବ। ଅଶାନ୍ତିର ଅବସାନ ଘଟିବ। ସରକାରୀ ସ୍ତରରୁ ଲାଭ ଉଠାଇବାକୁ ହେବ।

ମୀନ- ମନରେ ଉଦ୍‌ବେଗ ଜାତ ହୋଇପାରେ। ସର୍ବାଙ୍ଗୀଣ ଉନ୍ନତି ଆଶା କରାଯାଏ। ମତିମାନ୍‌ ହୋଇପାରନ୍ତି। ତ୍ୟାଗପୂତ ମନୋବୃତ୍ତିର ହୋଇପାରନ୍ତି। ବିବିଧ ଉପାୟ ଅବଲମ୍ବନ କରି ଧନ ଅର୍ଜନ କରିବେ।

#samaja #Latest_Odisha_News, #LiveUpdates , #National_News_In_Odia, #WeatherUpdates

#samajalive #samaja #odiasamaja

Comments are closed.