www.samajalive.in
Saturday, December 6, 2025
15.1 C
Bhubaneswar

ଋଣଭାର କମ୍ ପାଇଁ ଶନିବାର କରନ୍ତୁ ଏହି ପୂଜା

ବ୍ୟକ୍ତିଙ୍କର ଆବଶ୍ୟକ ପଡିଲେ ସେମାନେ ଅନ୍ୟ ମାନଙ୍କ ଠାରୁ ଟଙ୍କା ଉଧାର ନେଇ ଥାଆନ୍ତି। ସେହି ଉଧାର ଟଙ୍କାକୁ ଶୁଝିବା ପାଇଁ ବେଳେବେଳେ ଗାଡି, ଘର, ଦୋକାନ ଓ ଅନ୍ୟାନ୍ୟ ମୂଲ୍ୟବାନ ଦ୍ରବ୍ୟ ବିକ୍ରି କରିବାକୁ ପଡିଥାଏ। ବେଳେବେଳେ ଋଣ ଭାର ଏତେ ହୋଇଯାଏ ଯେ, ସେଥିରୁ ନିଜକୁ ବାହାର କରିବା ପାଇଁ ଅଧିକ ସମୟ ଲାଗିଥାଏ। ଏହାସହ ବ୍ୟସ୍ତ ବିବ୍ରତ ମଧ୍ୟ ଲାଗେ। ଜୀବନରେ ଋଣ କାରଣରୁ ଅନେକ ସମସ୍ୟା ଦେଖା ଦେଇଥାଏ।

ଆଜିକାଲି ଲୋକମାନେ କିଛି ଦ୍ରବ୍ୟ କ୍ରୟ କରିବା ବେଳେ ଇଏମଆଇ ଜରିଆରେ କିଣି ଥାଆନ୍ତି। ଏହାସହ ଲୋକମାନେ ଯେକୌଣସି ବ୍ୟକ୍ତିଙ୍କ ଠାରୁ ଋଣ ନେଇ ଥାଆନ୍ତି ତାଙ୍କୁ ଠିକ ସମୟରେ ଟଙ୍କା ଫେରାଇବାରେ ଅନେକ ସମସ୍ୟା ସୃଷ୍ଟି ହୋଇଥାଏ। କିଛି ଉପାୟ ରହିଛି ଯାହା ଦ୍ବାରା ଆମେ ଋଣ ଭାରରୁ ମୁକ୍ତି ପାଇ ପାରିବା ..

- Advertisement -

ମଙ୍ଗଳବାର ଦିନ ଭୌମ ପ୍ରଦୋଷଙ୍କର ପୂଜା କରନ୍ତୁ। ଏପରି କରିବା ଦ୍ବାରା ଋଣଭାରରୁ ଶୀଘ୍ର ମୁକ୍ତି ମିଳିଥାଏ। ଏହାସହ ସୂର୍ଯ୍ୟଙ୍କୁ ଜଳ ଅର୍ପଣ କରନ୍ତୁ। ଶିବ ଓ ହନୁମାନଙ୍କ ପୂଜା କରନ୍ତୁ।

ରବିବାର ଦିନ ସୂର୍ଯ୍ୟଙ୍କ ବ୍ରତ କରିବା ଦ୍ବାରା ଋଣଭାରରୁ ମୁକ୍ତି ମିଳିଥାଏ। ସେହି ଦିନ ଲୁଣ ଖାଆନ୍ତୁ ନାହିଁ। ରବିବାର ଦିନ ଯେକୌଣସି ବୃଦ୍ଧ ବ୍ରାହ୍ମଣଙ୍କୁ ଭୋଜନ କରାନ୍ତୁ।

ସୂର୍ଯ୍ୟ, ହନୁମାନ ଓ ପ୍ରଭୁ ଶିବଙ୍କୁ ପୂଜା କରିବା ଦ୍ବାରା ସମସ୍ତ ଦିଗରୁ ଲାଭ ହୋଇଥାଏ। ଋଣ ଭାର ଶୀଘ୍ର କମି ଯାଇଥାଏ। ସମାଜରେ ସମସ୍ତ ପ୍ରକାରର ମାନ-ସମ୍ମାନ ପ୍ରାପ୍ତି ହୋଇଥାଏ।

ମନ୍ଦିର ଯାଇ ପ୍ରଭୁ ଶିବଙ୍କ ପରିବାରକୁ ଦୂବ ଘାସ ଅର୍ପଣ କରନ୍ତୁ। ଏହାସହ ଜିଲାପି ଭୋଗ କରନ୍ତୁ।

ଲାଲ ରଙ୍ଗର କପଡାରେ ଗୁଡ ବାନ୍ଧି ଦାନ କରିବା ଦ୍ବାରା ଲାଭ ମିଳିଥାଏ। ଏହାସହ ଲାଲ ମସୁର ଡାଲି ଓ ଲାଲ କପଡା ଦାନ କରନ୍ତୁ।

ଭୌମ ପ୍ରଦୋଷ ପୂଜା ଦିନ ଶିବଙ୍କୁ ନଡିଆ, ଲଡୁ ଭୋଗ ଲଗାନ୍ତୁ। ତିନୋଟି ବେଲପତ୍ରରେ ଓଁ ଲେଖି ଶିବଙ୍କୁ ଚଢାନ୍ତୁ।

Hot this week

ବାପା_ମା_ଭଉଣୀକୁ_ହାଣି_ପକାଇଲା ପୁଅ

ଭୁବନେଶ୍ବର :ଏୟାରଫିଲ୍‌ଡ ଅଞ୍ଚଳରେ ଅଭାବନୀୟ ଘଟଣା । ପରିବାରବର୍ଗଙ୍କୁ ଗୋଡ଼ାଇ ଗୋଡ଼ାଇ...

ଗ୍ରାମ ପଞ୍ଚାୟତ ପିଅନ ପଦ ସୃଷ୍ଟି ନେଇ ମିଥ୍ୟା ପ୍ରଚାର ବିରୋଧରେ ଏଫ୍‌ଆଇଆର୍

ଭୁବନେଶ୍ୱର :ଗତ ନ‌ଭେମ୍ବର ୨୪ ତାରିଖରେ PR-PADM- OM-PG-064-2025/4232 ପତ୍ର ସଂଖ୍ୟା...

ଆମ ବସ ଧକ୍କାରେ ଜଣେ ମୃତ

ଭୁବନେଶ୍ୱର :ରାଜଧାନୀରେ ବଢିଚାଲିଛି ଦୁର୍ଘଟଣା ଜନିତ ମୃତ୍ୟୁ । ପୁଣି ଆମ...

Related Articles

Popular Categories