www.samajalive.in
Saturday, December 6, 2025
16.1 C
Bhubaneswar

ଅଙ୍କିତାଙ୍କ ଯୋଦ୍ଧା ରୂପ

ଛୋଟ ପରଦାର ଜଣେ ଲୋକପ୍ରିୟ ଅଭିନେତ୍ରୀ ଭାବେ ଅଙ୍କିତା ଲୋଖଣ୍ଡେ ବେଶ୍ ପ୍ରସିଦ୍ଧ। ଏକତା କପୁର ପ୍ରଯୋଜିତ ଧାରାବାହିକରେ ଅଭିନୟ ଆରମ୍ଭ କରି ରାତାରାତି ତାରକାର ପରିଚୟ ପାଇଥିଲେ ଏଇ ସୁନ୍ଦରୀ। ସେତେବେଳେ ଅଙ୍କିତା ଚର୍ଚ୍ଚା ପରିସରରେ ରହିବାର ଅନ୍ୟ ଏକ ମୁଖ୍ୟ କାରଣ ଥିଲା ତାଙ୍କ ପ୍ରେମ ସମ୍ପର୍କ। ସହ-କଳାକାର ସୁଶାନ୍ତ ସିଂ ରାଜପୁତ୍‌ ଓ ତାଙ୍କୁ ନେଇ ବିଭିନ୍ନ ଖବର ଶୁଣିବାକୁ ମିଳୁଥିଲା। ଦୁହେଁ ଯଥା ସମୟରେ ସେମାନଙ୍କ ସମ୍ପର୍କକୁ ମଧ୍ୟ ଗଣମାଧ୍ୟମ ସମ୍ମୁଖରେ ସ୍ବୀକାର କରିଥିଲେ। ଟେଲିଭିଜନରେ କାମ କରୁଥିବା ସମୟରେ ହିଁ ସୁଶାନ୍ତଙ୍କୁ ବଲିଉଡରେ ସୁଯୋଗ ମିଳିଲା। ସିନେଜଗତରେ ପ୍ରବେଶ ପରେ ସୁଶାନ୍ତ ଓ ଅଙ୍କିତାଙ୍କ ସମ୍ପର୍କରେ ଫାଟ ଆରମ୍ଭ ହେଲା। ଏହା ପରେ ଦୁହେଁ ପରସ୍ପରଠାରୁ ଅଲଗା ହୋଇ କ୍ୟାରିୟର ଉପରେ ଧ୍ୟାନ ଦଲେ। ସୁଶାନ୍ତଙ୍କ ପରେପରେ ଅଙ୍କିତାଙ୍କୁ ମଧ୍ୟ ବଲିଉଡରେ ସୁଯୋଗ ମିଳିଲା। ଐତିହାସିକ ଚଳଚ୍ଚିତ୍ର ‘ମଣିକର୍ଣ୍ଣିକା’ର ଏକ ମୁଖ୍ୟ ଚରିତ୍ରରେ ଅଙ୍କିତା ଦେଖାଦେବେ। ଏଇ ଚଳଚ୍ଚିତ୍ରରେ କଙ୍ଗନା ରଣାୱତ୍ ରାଣୀ ଲକ୍ଷ୍ମୀବାଈ ଓ ଅଙ୍କିତା ଝଲକାରୀ ବାଈ ଚରିତ୍ରରେ ଅବତୀର୍ଣ୍ଣ। ରାଣୀଙ୍କ ସୈନ୍ୟବାହିନୀରେ ଝଲକାରୀ ବାଈ ହିଁ ନେତୃତ୍ବ ଗ୍ରହଣ କରିଥିଲେ। ରାଣୀ ଲକ୍ଷ୍ମୀବାଈଙ୍କର ସେ ସବୁଠୁ ବିଶ୍ବସ୍ତ ଥିଲେ ଓ ପରବର୍ତ୍ତୀ ସମୟରେ ଦୁହିଁଙ୍କ ବନ୍ଧୁତା ପ୍ରଗାଢ଼ ହୋଇଥିଲା। ନିଜ ଭୂମିକାକୁ ନେଇ ଅଙ୍କିତା ଖୁବ୍ ଆଶାବାଦୀ ଅଛନ୍ତି। ବ୍ୟକ୍ତିଗତ ଜୀବନରେ ଧୋକା ପାଇବା ପରେ ବର୍ତ୍ତମାନ କ୍ୟାରିୟରକୁ ହିଁ ସେ ସବୁଠୁ ଅଧିକ ପ୍ରାଧାନ୍ୟ ଦେଉଛନ୍ତି। ଜାନୁଆରୀ ୨୫ରେ ଏଇ ଚଳଚ୍ଚିତ୍ର ମୁକ୍ତିଲାଭ ହେବାର ଜଣାପଡ଼ିଛି।

Hot this week

ବାପା_ମା_ଭଉଣୀକୁ_ହାଣି_ପକାଇଲା ପୁଅ

ଭୁବନେଶ୍ବର :ଏୟାରଫିଲ୍‌ଡ ଅଞ୍ଚଳରେ ଅଭାବନୀୟ ଘଟଣା । ପରିବାରବର୍ଗଙ୍କୁ ଗୋଡ଼ାଇ ଗୋଡ଼ାଇ...

ଗ୍ରାମ ପଞ୍ଚାୟତ ପିଅନ ପଦ ସୃଷ୍ଟି ନେଇ ମିଥ୍ୟା ପ୍ରଚାର ବିରୋଧରେ ଏଫ୍‌ଆଇଆର୍

ଭୁବନେଶ୍ୱର :ଗତ ନ‌ଭେମ୍ବର ୨୪ ତାରିଖରେ PR-PADM- OM-PG-064-2025/4232 ପତ୍ର ସଂଖ୍ୟା...

ଆମ ବସ ଧକ୍କାରେ ଜଣେ ମୃତ

ଭୁବନେଶ୍ୱର :ରାଜଧାନୀରେ ବଢିଚାଲିଛି ଦୁର୍ଘଟଣା ଜନିତ ମୃତ୍ୟୁ । ପୁଣି ଆମ...

Related Articles

Popular Categories