ସାତକୋଶିଆ ଆଶ୍ରମ ସ୍କୁଲରେ ବାର୍ଷିକ ଉତ୍ସବ

ଠାକୁରମୁଣ୍ଡା : ମୟୂରଭଞ୍ଜ ଜିଲା ଠାକୁରମୁଣ୍ଡା ବ୍ଲକ ଅନ୍ତର୍ଗତ ସାତକୋଶିଆ ଆଶ୍ରମ ସ୍କୁଲରେ  ବାର୍ଷିକ ଉତ୍ସବ ମହା ସମାରୋହରେ ୧୬ ତାରିଖ ପାଳିତ ହୋଇଯାଇଛି। ଠାକୁରମୁଣ୍ଡା ବ୍ଳକ ମଙ୍ଗଳ ସମ୍ପ୍ରସାରଣ ଅଧିକାରୀ ସୁଶାନ୍ତ କୁମାର ସାହୁଙ୍କ ସଭାପତିତ୍ବରେ ଅନୁଷ୍ଠିତ ଏହି ସଭାରେ ସାତକୋଶିଆ ଗ୍ରାମପଞ୍ଚାୟତ ସରପଞ୍ଚ ଚାନ୍ଦମଣି ଜାରିକା ମୁଖ୍ୟ ଅତିଥି ଭାବେ ଯୋଗ ଦେଇ ଥିଲେ ।

ଏବିଇଓ ସନ୍ତୋଷ କୁମାର ମିଶ୍ର ମୁଖ୍ୟ ବକ୍ତା ଯୋଗଦେଇ ଥିଲାବେଳେ ସମ୍ମାନୀତ ଅତିଥି ଭାବେ ସାତକୋଶିଆ ଆଦର୍ଶପଞ୍ଚାୟତ ଉଚ୍ଚ ବିଦ୍ୟାଳୟର ପ୍ରଧାନ ଶିକ୍ଷକ ରବୀନ୍ଦ୍ର କୁମାର ରଣା ,ପୂର୍ବତନ ସରପଞ୍ଚ ଗଣେଶ୍ଵର ଦାସ, ପୂର୍ବତନ ସମିତି ସଭ୍ୟ ଭାସ୍କର ଚନ୍ଦ୍ର ଗାହାଣ, ସାତକୋଶିଆ ସି.ଆର.ସି.ସି ସୁଶାନ୍ତ କୁମାର ନାଏକ,ପରିଚାଳନା କମିଟିର ସମ୍ପାଦକ ଅର୍ଜୁନ ଚରଣ ଖୁଣ୍ଟିଆ ପ୍ରମୁଖ ଯୋଗଦେଇ ନିଜ ନିଜର ବକ୍ତବ୍ୟ ରଖିଥିଲେ । ସଭା ଆରମ୍ଭରେ ପ୍ରଧାନ ଶିକ୍ଷକ ଧର୍ମେନ୍ଦ୍ର ମହାନ୍ତ ବାର୍ଷିକ ବିବରଣୀ ପାଠ କରିଥିଲେ ।

ବିଦ୍ୟାଳୟର ଶିକ୍ଷୟତ୍ରୀ ଚାମେଲି ପ୍ରଧାନ ଅତିଥି ପରିଚୟ ଓ ମଞ୍ଚ ପରିଚାଳନା କରିଥିବା ବେଳେ  ଶିକ୍ଷୟତ୍ରୀ  ପ୍ରମୋଦିନୀ ନାୟକ ଧନ୍ୟବାଦ ଅର୍ପଣ କରିଥିଲେ। ଏହି ଅବସର ରେ ବିଦ୍ୟାଳୟରେ ଆୟୋଜିତ ବିଭିନ୍ନ  ପ୍ରତିଯୋଗିତା ରେ କୃତିତ୍ୱ ଲାଭ କରିଥିବା ଛାତ୍ର ଛାତ୍ରୀ ମାନେ ଅତିଥି ମାନଙ୍କ ଦ୍ଵାରା ମାନପତ୍ର ସହିତ ପୁରସ୍କୃତ ହୋଇଥିଲେ। ସଭା ଶେଷରେ ଛାତ୍ର ଛାତ୍ରୀ ମାନଙ୍କ ଦ୍ଵାରା ଚିତ୍ତାକର୍ଷକ ସାଂସ୍କୃତିକ କାର୍ଯ୍ୟକ୍ରମ ପରିବେଷଣ କରାଯାଇଥିଲା। ବିଦ୍ୟାଳୟ ପରିଚାଳନା କମିଟିର ସମସ୍ତ ସଭ୍ୟ, ସଭ୍ୟା,  ଶିକ୍ଷକ ଡମ୍ବରୁଧର ଇଚାଗୁଟୁ, କ୍ଷୀରୋଦକୁମାରନାଏକ,ଅନାମ ଚରଣ ସୋରେନ, ମାଛୁଆ ହୋ,ବିନୟ କୁମାର ଦାସ,କାମଦେବ ଘଡେଇ ଏବଂ ଅଣ ଶିକ୍ଷକ କର୍ମଚାରୀ ଏବଂ ଛାତ୍ରୀ ମାନେ କାର୍ଯ୍ୟକ୍ରମ ପରିଚାଳନା ରେ ସହଯୋଗ କରିଥିଲେ।

Comments are closed.