www.samajalive.in
Sunday, December 7, 2025
14.1 C
Bhubaneswar

କରୋନା ସର୍ତକତା : ସ୍କୁଲ ପିଲାଙ୍କୁ ପେପର ସୋପ ଓ ମାସ୍କ ବାଣ୍ଟିଲେ ଗଣଶିକ୍ଷା ମନ୍ତ୍ରୀ ସମୀର ଦାସ

ଭୁବନେଶ୍ବର :  ସାରା ବିଶ୍ୱରେ ଲୋକମାନେ କରୋନାକୁ ନେଇ ଭୟଭିତ ଅବସ୍ଥାରେ ରହିଛନ୍ତି। ବିଶ୍ବ ସ୍ବାସ୍ଥ୍ୟ ସଙ୍ଗଠନ ଦ୍ବାରା ମହାମାରୀ ରୂପେ ଘୋଷଣା କରିବାପରେ ଏହା ସମସ୍ତଙ୍କ ଚିନ୍ତା ବଢାଇ ଦେଇଛି। କରୋନାକୁ ରୋକିବା ସମସ୍ତେ ସଚେତନ ହେଉଛନ୍ତି। ମହାମାରୀ କରୋନା ପାଇଁ ସ୍କୁଲ ପିଲାମାନଙ୍କୁ ମଧ୍ୟ ସଚେତନ କରାଉଛନ୍ତି ସ୍କୁଲ ଓ ଗଣଶିକ୍ଷା ମନ୍ତ୍ରୀ ସମୀର ଦାସ।  ଗୁରୁବାର ସ୍କୁଲ ଓ ଗଣଶିକ୍ଷା ମନ୍ତ୍ରୀ ସମୀର ରଞ୍ଜନ ଦାଶ କ୍ୟାପିଟାଲ ହାଇସ୍କୁଲ ପରିସରରେ ପହଞ୍ଚି ପିଲାମାନଙ୍କୁୁ କରୋନା ପାଇଁ ସଚେତନ କରିବା ସହ  ପିଲାଙ୍କୁ ପେପର ସୋପ ଓ ମାସ୍କ ବାଣ୍ଟିଛନ୍ତି। ମନ୍ତ୍ରୀଙ୍କ ସହ କ୍ୟାପିଟାଲ ହାଇସ୍କୁଲ ପରିସରରେ  ଖୋର୍ଦ୍ଧା ଜିଲ୍ଲାପାଳ ସୀତାଂଶୁ ରାଉତ ମଧ୍ୟ ଉପସ୍ଥିତ ରହିଥିଲେ। ଏହି ଅବସରରେ ଜିଲ୍ଲାପାଳ ସୀତାଂଶୁ ରାଉତ ସୂଚନା ଦେଇ କହିଥିଲେ କି ଭୁବନେଶ୍ବରର ସମସ୍ତ ସ୍କୁଲରେ ଛାତ୍ରଛାତ୍ରୀଙ୍କୁ ପେପର ସୋପ୍ ପ୍ରଦାନ କରାଯିବ। ଏନଜିଓ ଆଫୋଡ଼୍ ସହାୟତାରେ ସ୍କୁଲରେ ସୋପ୍ ଷ୍ଟ୍ରିପ୍ ବଣ୍ଟାଯିବ ବୋଲି ସୂଚନା ମିଳିଛି । କ୍ୟାପିଟାଲ ହାଇସ୍କୁଲ ପରିସରରେ ମନ୍ତ୍ରୀ ସମୀର ଦାସ ପେପର ସୋପ୍ କ୍ୟାମ୍ପେନ ଶୁଭାରମ୍ଭ କରିବା ପରିପ୍ରେକ୍ଷୀରେ କହିଛନ୍ତି ଯେ ନିରନ୍ତର ବ୍ୟବଧାନରେ ଛାତ୍ରଛାତ୍ରୀ ହାତ ସଫା କରିବେ । ଏହାଦ୍ୱାରା କରୋନା ଜନିତ ସଂକ୍ରମଣକୁ ରୋକାଯାଇପାରିବ। ଏହାସହ ମାସ୍କ ମଧ୍ୟ ପ୍ରଦାନ କରାଯାଇଛି । ଥଣ୍ଡା ଜରରେ ଆକ୍ରାନ୍ତ ଛାତ୍ରଛାତ୍ରୀଙ୍କୁ ପ୍ରଧାନଶିକ୍ଷକ ମାସ୍କ ଦେଇପାରିବେ ବୋଲି ସେ କହିଛନ୍ତି ।

 

Hot this week

କ୍ରିକେଟ୍‌ପ୍ରେମୀଙ୍କ ପାଇଁ ସ୍ୱତନ୍ତ୍ର ‘ଆମ ବସ୍’ ସେବା

ଭୁବନେଶ୍ବର: କଟକର ବାରବାଟୀ ଷ୍ଟାଡିୟମରେ ଚଳିତ ମାସ ୯ରେ ହେବାକୁ ଥିବା...

ଜାନୁଆରୀ ୨୦ରେ ଓଏସ୍‌ଏସ୍‌ଟିଇଟି

କଟକ: ମାଧ୍ୟମିକ ଶିକ୍ଷା ପରିଷଦ(ବୋର୍ଡ) ଦ୍ବାରା ପରିଚାଳିତ ଓଡ଼ିଶା ମାଧ୍ୟମିକ ବିଦ୍ୟାଳୟ...

ସୁନା ଲିଜ୍‌ ବା ଭଡା ଦେଇ ରୋଜଗାର

ନୂଆଦିଲ୍ଲୀ - ଅନେକ ଲୋକ ଗୋଲ୍ଡ ବଣ୍ଡ ସହ ସୁନାରେ ଟଙ୍କା...

‘ବାବୁଜୀ ଥିଲେ ଉତ୍କଳମଣିଙ୍କ ଐତିହ୍ୟର ଅନିର୍ବାଣ ଶିଖା’

କଟକ:‘ସମାଜ’ ହେଉଛି ଖବରକାଗଜର ପ୍ରତିନାମ। ‘ସମାଜ’ର ଏପରି ସୁନାମ ପଛରେ ପଣ୍ଡିତ...

କାର୍ଯ୍ୟରତ ଯୁବକଙ୍କ ସନ୍ଦେହଜନକ ମୃତ୍ୟୁ, କ୍ଷତିପୂରଣ ଦାବିରେ ଫାଟକ ସମ୍ମୁଖରେ ଧାରଣା

କାର୍ଯ୍ୟରତ ଯୁବକଙ୍କ ସନ୍ଦେହଜନକ ମୃତ୍ୟୁ, କ୍ଷତିପୂରଣ ଦାବିରେ ଫାଟକ ସମ୍ମୁଖରେ ଧାରଣ ଚନ୍ଦ୍ରଶେଖରପୁର,...

Related Articles

Popular Categories