www.samajalive.in
Monday, December 15, 2025
24.1 C
Bhubaneswar

ଭିନ୍ନ ଢ଼ଙ୍ଗରେ ପାଳିତ ହେଲା ‘ସମ୍ବଲପୁରୀ ଦିନ’

ସମ୍ବଲପୁର: ମନୁଷ୍ୟ ଏକ ସାମାଜିକ ପ୍ରାଣୀ ହୋଇଥିବାରୁ ଯେତେ ବାଧାବିଘ୍ନର ସମ୍ମୁଖୀନ ହେଲେ ମଧ୍ୟ ତାର ଭାଷା, ସଂସ୍କୃତି, ଖାଦ୍ୟପେୟ, ଚାଳିଚଳନ, ବେଶଭୂଷାକୁ ଛାଡି ରହିପାରେ ନାହିଁ। ଏବେ କରୋନା ଭୂତାଣୁ ସାରା ବିଶ୍ୱର ବ୍ୟବସ୍ଥାକୁ ଗୋଳମାଳିଆ କରିଦେଇଥିବା ବେଳେ କିନ୍ତୁ ମନୁଷ୍ୟ ଏହି ସଙ୍କଟଜନକ ପରିସ୍ଥିତିରେ ମଧ୍ୟ ତାର ସଂଘର୍ଷ ଜାରି ରଖିବା ସହ ଆମୋଦ ପ୍ରମୋଦର ମଧ୍ୟ ବ୍ୟବସ୍ଥା କରି ନେଉଛି। ମନୁଷ୍ୟ ଜାତିର ସାହାସ ଓ ପ୍ରତିକୂଳ ପରିସ୍ଥିତିରେ ମଧ୍ୟ ସମୟ ସହିତ ତାଳ ଦେଇ ଆଗକୁ ବଢ଼ିବାର ଏକ ଜ୍ୱଳନ୍ତ ଉଦାହରଣ ଶନିବାର ସାରା ପଶ୍ଚିମ ଓଡିଶାରେ ଦେଖିବାକୁ ମିଳିଛି।

ସମ୍ବଲପୁରୀ ଭାଷା ସାହିତ୍ୟ ସଂସ୍କୃତିର ଅନ୍ୟତମ ପରିଚିତ କବି ଗୁରୁ ସତ୍ୟନାରାୟଣ ବହିଦାରଙ୍କ ପବିତ୍ର ଜନ୍ମଦିନ ଅଗଷ୍ଟ ୧ ତାରିଖକୁ ‘ସମ୍ବଲପୁରୀ ଦିନ’ ଭାବରେ ପାଳନ କରାଯାଇଥାଏ। ପ୍ରତ୍ୟେକ ବର୍ଷ ଖୁବ ଧୁମଧାମରେ ଆୟୋଜିତ ହେଉଥିବା ଏହି ଉତ୍ସବ କିନ୍ତୁ ଚଳିତ ବର୍ଷ କରୋନା ମହାମାରୀ ଯୋଗୁଁ ମଞ୍ଚରେ ଆୟୋଜିତ ହୋଇ ପାରି ନାହିଁ। ସଙ୍କଟଜନକ ସ୍ଥିତି ୍େ‍ଯାଗୁଁ ଜନସମାଗମ ବର୍ଜିତ ଥିବାରୁ ଏହାର ବିକଳ୍ପ ବ୍ୟବସ୍ଥା ଭାବରେ ଡିଜିଟାଲ ମାଧ୍ୟମରେ ପଶ୍ଚିମାଞ୍ଚଳ ଏକତା ମଞ୍ଚ ଓ ଅନ୍ୟ ସାମାଜିକ ସାଂସ୍କୃତିକ ଅନୁଷ୍ଠାନ ଗୁଡିକ ବିଭିନ୍ନ ପ୍ରକାରର କାର୍ଯ୍ୟକ୍ରମର ଆୟୋଜନ କରିଛନ୍ତି। ପରିବର୍ତ୍ତିତ ସ୍ଥିତିକୁ ସହଜରେ ଗ୍ରହଣ କରି ସମୟର ତାଳେ ଅନଲାଇନ ମାଧ୍ୟମରେ ପଶ୍ଚିମ ଓଡିଶାବାସୀ ନିଜ ନିଜ ଘରେ ରହି ସମ୍ବଲପୁରୀ ଦିନ ପାଳନ କରିଛନ୍ତି। ଦେଶ ଓ ବିଦେଶରେ ରହୁଥିବା ପ୍ରବାସୀ ବାସିନ୍ଦା ମାନେ ମଧ୍ୟ ଡିଜିଟାଲ ମାଧ୍ୟମରେ ଯୋଗ ଦେଇଛନ୍ତି। ଦିନ ତମାମ ମଞ୍ଚର ଫେସବୁକ, ୟୁଟ୍ୟୁବ ଭଳି ଅନଲାଇନ ଷ୍ଟ୍ରିମିଂ ୱେବସାଇଟ ମାଧ୍ୟମରେ ବିଭିନ୍ନ ସାଂସ୍କୃତିକ ଅନୁଷ୍ଠାନମାନଙ୍କ ପକ୍ଷରୁ ସମ୍ବଲପୁରୀ ନୃତ୍ୟ, ଗୀତ, କବିତା ଆଦି ପରିବେଷଣ କରାଯାଇ ଧୁମଧାମର ସହିତ ପାଳନ କରାଯାଇଛି। ନିଜ ନିଜ ଘରେ ରହିବା ସହିତ ସମସ୍ତେ ସମ୍ବଲପୁରୀ ବସ୍ତ୍ର ଧାରଣ କରି ଅନଲାଇନକୁ ଆସି ମିଳିମିଶି ଏହି ଉତ୍ସବକୁ ପାଳନ କରିଛନ୍ତି।

- Advertisement -

ଏହି ଅବସରରେ ୱେବନାର ଆୟୋଜନ କରାଯାଇ ସମ୍ବଲପୁରୀ ଭାଷା ଓ ସାହିତ୍ୟ ଉପରେ ବ୍ୟାପକ ଆଲୋଚନା କରାଯିବା ସହିତ ଏହାର ପ୍ରଚାର ପ୍ରସାର, ବରପୁତ୍ରଙ୍କ ସ୍ମୃତି ଗୁଡିକୁ ସାଇତି ରଖିବା ଆଦି ପାଇଁ ବିଭିନ୍ନ ପ୍ରସ୍ତାବ ମଧ୍ୟ ଗ୍ରହଣ କରାଯାଇଛି। ଉତ୍ସବ ଅବସରରେ ସମ୍ବଲପୁରୀ ଅଭିନେତା, ନିର୍ଦ୍ଦେଶକ ରାଜେନ୍ଦ୍ର ପ୍ରସାଦ ପଣ୍ଡା, ସୌନ୍ଦର୍ଯ୍ୟ ପ୍ରତିଯୋଗିତାରେ ସଫଳତା ପାଇଥିବା ଅର୍ପିତ ପୂଜାରୀ ଓ ଯୁବ ଚିତ୍ର ଶିଳ୍ପୀ କୁଲଦୀପ ବର୍ମାଙ୍କୁ ଉତ୍ସାହିତ କରିବା ପାଇଁ ସେମାନଙ୍କ ଘରକୁ ଯାଇ କରୋନା ନିୟମାନୁଯାୟୀ ସମସ୍ତ ନିର୍ଦ୍ଦେଶକୁ ପାଳନ କରାଯାଇ ସମ୍ବର୍ଦ୍ଧିତ କରାଯାଇଛି। ବାଚସ୍ପତି ସୁର୍ଯ୍ୟ ପାତ୍ର, ବିଧାୟକ ଜୟନାରାୟଣ ମିଶ୍ର, ଆର୍ନ୍ତଜାତୀୟ ସମ୍ମାନପ୍ରାପ୍ତ ସମ୍ବଲପୁରୀ ସିନେ ନିର୍ଦ୍ଦେଶକ ସବ୍ୟସାଚୀ ମହାପାତ୍ର, ବଲିଉଡ ଅଭିନେତ୍ରୀ ବିଦ୍ୟା ବାଲନ, ପଦ୍ମଶ୍ରୀ ଜିତେନ୍ଦ୍ର ହରିପାଲ, ଅଟଳ ବିହାରୀ ପଣ୍ଡା, ସାଧୁ ମେହେର, ସମ୍ବଲପୁର ଜିଲାପାଳ ଶୁଭମ ସାକ୍ସସେନାଙ୍କ ସମେତ ବହୁ ବିଶିଷ୍ଟ ବ୍ୟକ୍ତି ସମ୍ବଲପୁରୀ ଦିନ ପାଇଁ ଶୁଭେଚ୍ଛା ଓ ଅଭିନନ୍ଦନ ଜଣାଇଛନ୍ତି। ପଶ୍ଚିମ ଓଡିଶାବାସୀ ସମୟର ସହିତ ତାଳ ଦେଇ ପ୍ରତିକୂଳ ପରିସ୍ଥିତିରେ ମଧ୍ୟ ଉତ୍ସବ ଗୁଡିକୁ ସରକାରୀ ନିର୍ଦ୍ଦେଶାନୁଯାୟୀ ପାଳନ କରାଯାଇ ପାରିବାର ଏକ ଅନନ୍ୟ ଉଦାହରଣ ସର୍ବସମ୍ମୁଖରେ ପ୍ରସ୍ତୁତ କରି ଏକ ନୂତନ ଦିଗ ଉନ୍ନମୋଚନ କରିଛନ୍ତି।

Hot this week

ମିଥ୍ୟା ପିନ୍ଧିଥାଏ ବସନ….

ଆମେରିକାର ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ଦାୟିତ୍ୱ ନେବା ପରଠାରୁ ବର୍ତ୍ତମାନ ପର୍ଯ୍ୟନ୍ତ...

ଶ୍ରମଜୀବୀ ନା ଶ୍ରମଯୋଗୀ

ଖଣିଜ ପଦାର୍ଥ ସମୃଦ୍ଧ ରାଜ୍ୟ ମଧ୍ୟରେ ଅବିଭକ୍ତ ବିହାର ଓ ଓଡ଼ିଶା...

ଆଜିର ପଞ୍ଚାଙ୍ଗ: ସତର୍କ ରୁହନ୍ତୁ, ୧ଘଣ୍ଟା ପାଇଁ ରହିବ ରାହୁକାଳ

ସମାଜ ଡିଜିଟାଲ ଡେସ୍କ: ସନାତନ ଧର୍ମର ଅନୁଗାମୀମାନଙ୍କ ପାଇଁ ସଫଲା ଏକାଦଶୀର...

ଚିନ୍ତାକଳ୍ପ : ସ୍ଥିତପ୍ରଜ୍ଞ ମହାତ୍ମା

ଏକଦା ତୀର୍ଥଙ୍କର ମହାବୀର ପୂର୍ବ ଦିଗକୁ ମୁହଁକରି ଆଖିବୁଜି ଧ୍ୟାନସ୍ଥ ଥାଆନ୍ତି।...

ସମ୍ପାଦକୀୟ : ଷ୍ଟାମ୍ପ ଡ୍ୟୁଟି ସଂଶୋଧନ

ସାଧାରଣଙ୍କୁ ସୁହାଇବା ଉଚିତ ନିଜର ଗୋଟିଏ ଘର ତୋଳିବା କିମ୍ବା ଛୋଟ ଜମିଟିଏ...

Related Articles

Popular Categories