www.samajalive.in
Monday, December 15, 2025
15.1 C
Bhubaneswar

ସମ୍ବଲପୁର ରେଳ ଷ୍ଟେସନରେ ଲାଗିବ ଭିଡିଓ ସର୍ଭିଲାନ୍ସ ସିଷ୍ଟମ  

ସମ୍ବଲପୁର  – ଭାରତୀୟ ରେଳବାଇ ତରଫରୁ ଦେଶର ୭୫୬ଟି ପ୍ରମୁଖ ଷ୍ଟେସନ ଗୁଡିକରେ ନିର୍ଭୟା ପାଣ୍ଠି ଅଧିନରେ ଭିଡିଓ ସର୍ଭିଲାନ୍ସ ସିଷ୍ଟମ ପ୍ରକଳ୍ପ କାର୍ଯ୍ୟକାରୀ ହେବ । ଏହି କ୍ରମରେ ପୂର୍ବତଟ ରେଳବାଇ ଅର୍ନ୍ତଗତ ୧୫ଟି ଷ୍ଟେସନ ଗୁଡିକରେ ଆଗାମୀ ଜାନୁଆରୀ ୨୦୨୩ ସୁଦ୍ଧା ଏହି ପ୍ରକଳ୍ପ କାର୍ଯ୍ୟକ୍ଷମ ହେବ । କେନ୍ଦ୍ରୀୟ ରେଳମନ୍ତ୍ରୀ ଅଶ୍ୱିନୀ ବୈଷ୍ଣବ ରେଳବାଇରେ ନୂତନ ଟେକନୋଲୋଜିକୁ ଶୀଘ୍ର ଗ୍ରହଣ କରିବାର ଆବଶ୍ୟକତା ଥିବାରୁ ଏହି ପଦକ୍ଷେପ ନିଆଯାଇଛି ବୋଲି କହିଛନ୍ତି । ରେଳବାଇ ତରଫରୁ ଜାରି ସୂଚନାନୁଯାୟୀ, ରେଳ ଷ୍ଟେସନ ପରିସରର ସୁରକ୍ଷା ବ୍ୟବସ୍ଥାକୁ ମଜବୁତ କରିବା ପାଇଁ ସାରା ଦେଶରେ ୭୫୬ଟି ଷ୍ଟେସନରେ ଭିଡିଓ ସର୍ଭିଲାନ୍ସ ସିଷ୍ଟମ ପ୍ରକଳ୍ପ (ସିସିଟିଭି କ୍ୟାମେରା ନେଟୱର୍କ) କୁ କାର୍ଯ୍ୟକାରୀ କରାଯାଉଛି ।

ଏଥି ପାଇଁ ଏଜେନ୍ସି ମାଧ୍ୟମରେ ଏହି କାର୍ଯ୍ୟ୍ରୁ କାର୍ଯ୍ୟକାରୀ କରାଯିବ । ପ୍ରକଳ୍ପର ପ୍ରଥମ ପର୍ଯ୍ୟାୟରେ ଏ୧, ଏ, ବି, ସି ନମ୍ବର ବିଶିଷ୍ଟ ୭୫୬ଟି ରେଳ ଷ୍ଟେସନ ଗୁଡିକରେ ଏହି ପ୍ରକଳ୍ପ କାର୍ଯ୍ୟକାରୀ ହେବ । ଅବଶିଷ୍ଟ ରେଳ ଷ୍ଟେସନ ଗୁଡିକରେ ଦ୍ୱିତୀୟ ପର୍ଯ୍ୟାୟରେ କାର୍ଯ୍ୟକାରୀ କରାଯିବ । ଏହି କ୍ରମରେ ପୂର୍ବତଟ ରେଳବାଇ ଅର୍ନ୍ତଗତ ସମ୍ବଲପୁର, ଅନୁଗୁଳ, ଭଦ୍ରକ, ବ୍ରହ୍ମପୁର, ତେଙ୍କାନାଳ, ଯାଜପୁର କେନ୍ଦୁଝର ରୋଡ, ଖୋର୍ଦ୍ଧା ରୋଡ, ବଲାଙ୍ଗୀର, ଟିଟିଲାଗଡ, କୋରାପୁଟ, ରାୟଗଡା, ପଲାସା, ଜଗଦଲପୁର, ଶ୍ରୀକାକୁଲମ ରୋଡ ଏବଂ ବିଜୟନଗରମ ଷ୍ଟେସନ ଗୁଡିକ ତାଲିକା ଭୁକ୍ତ ହୋଇଛନ୍ତି । ଏହି ଷ୍ଟେସନ ଗୁଡିକରେ ଭିଡିଓ ସର୍ଭିଲାନ୍ସ ସିଷ୍ଟମ ଜରିଆରେ ଅନୁପ୍ରବେଶ ଚିହ୍ନଟ, କ୍ୟାମେରା ଟାମ୍ପରିଂ, ସନ୍ଦିଗ୍ଧ ବ୍ୟକ୍ତି ଚିହ୍ନଟ, ଗୁଣ ଓ ରଙ୍ଗ ଉପରେ ଆଧାରିତ ମନୁଷ୍ୟ ଚିହ୍ନଟ, ମିଶ୍ରଣ ସନ୍ଧାନ (ମାନବ / ଯାନ ଏବଂ ରଙ୍ଗ), କେନ୍ଦ୍ରୀୟ ଏବଂ ଏକୀକୃତ ଡାସବୋର୍ଡ ଦୃଶ୍ୟ, ସ୍ୱୟଂଚାଳିତ ନେଟୱର୍କ, ସର୍ଭର ମନିଟରିଂ ଇତ୍ୟାଦି ଅନେକ ପ୍ରକାରର ଆଧୁନିକ ସୁବିଧା ଏହା ଦ୍ୱାରା ସୁରକ୍ଷା ଏଜେନ୍ସି ମାନଙ୍କୁ ମିଳି ପାରିବ, ଯାହାକି ସୁରକ୍ଷା ଏଜେନ୍ସି ମାନଙ୍କ ସହିତ ରେଳବାଇର କାର୍ଯ୍ୟଦକ୍ଷତା ବୃଦ୍ଧି ସହିତ ଯାତ୍ରୀ ସୁରକ୍ଷା ଓ ସୁବିଧାରେ ମଧ୍ୟ ବୃଦ୍ଧି ହେବ ।

Hot this week

ପୂର୍ବତନ ସାଂସଦ ଲକ୍ଷ୍ମଣ ଟୁଡୁଙ୍କ ଅସୁସ୍ଥତା ନେଇ ଚିନ୍ତା ବ୍ୟକ୍ତ କଲେ ମୁଖ୍ୟମନ୍ତ୍ରୀ

ସମାଜ ନ୍ୟୁଜ ଡେସ୍କ- ବରିଷ୍ଠ ନେତା ତଥା ପୂର୍ବତନ ସାଂସଦ ଶ୍ରୀ...

ହଷ୍ଟେଲରୁ ଛାତ୍ରଙ୍କ ଝୁଲନ୍ତା ମୃତଦେହ ଉଦ୍ଧାର

ସମାଜ ଲାଇଭ ଡ଼େସ୍କ :ଯାଜପୁର ରଗଡ଼ି ସରକାରୀ ପଲିଟେକନିକ୍ କଲେଜ ହଷ୍ଟେଲରୁ...

ତୃତୀୟ T-20କୁ ସହଜରେ ଜିତିଲା ଟିମ୍ ଇଣ୍ଡିଆ; ସିରିଜ୍ ରେ ୨-୧ ରେ ଆଗୁଆ

ସମାଜ ନ୍ୟୁଜ ଡେସ୍କ- ଭାରତ ଦକ୍ଷିଣ ଆଫ୍ରିକା ମଧ୍ୟରେ ଧର୍ମଶାଳାରେ ଚାଲିଥିବା...

୬୯ତମ ରାଜ୍ୟ ସ୍ତରୀୟ ବିଦ୍ୟାଳୟ ସମୂହ ବୀଚ ଭଲିବଲ ଉଦଘାଟିତ

ସମାଜ ଡେସ୍କ : କେନ୍ଦ୍ରପଡା ଜିଲାର ରାଜନଗର ବ୍ଲକ ପେଣ୍ଠ ବେଳାଭୂମି...

ପ୍ରଣବ ବଳବନ୍ତରାୟଙ୍କ ଘରେ ପଶି ଭଙ୍ଗାରୁଜା ଅଭିଯୋଗ, ଡିଜିପିଙ୍କ କ୍ୟାମ୍ପ ଅଫିସ ଘେରାଉ

ସମାଜଲାଇଭ ଡେସ୍କ: ଧର୍ମଶାଳାର ପୂର୍ବତନ ବିଧାୟକ ପ୍ରଣବ ବଳବନ୍ତରାୟଙ୍କ ଘରେ ଭଙ୍ଗାରୁଜା...

Related Articles

Popular Categories